ମହାଭାରତର ନାୟିକା ଦ୍ରୌପଦୀଙ୍କ ଚରିତ୍ରକୁ ବହୁତ ପ୍ରଭାବଶାଳୀ ବୋଲି ବର୍ଣ୍ଣନା କରାଯାଇଛି । ଦ୍ରୌପଦୀ କେବଳ ଅଗ୍ନିରୁ ଜନ୍ମ ହୋଇନଥିଲେ, ବରଂ ତାଙ୍କ ଚରିତ୍ର ମଧ୍ୟ ଅଗ୍ନି ପରି ତୀକ୍ଷ୍ଣ । ଏହି କାରଣରୁ ଯିଏ ବି ଦ୍ରୌପଦୀଙ୍କୁ ଅପମାନିତ କରିଥିଲେ, ତାଙ୍କୁ ଜୀବନ ହରାଇବାକୁ ପଡିଥିଲା । ବାସ୍ତବରେ, ମହାଭାରତର ପୁରା କାହାଣୀ ଦ୍ରୌପଦୀଙ୍କ ପାଇଁ ଘୂରି ବୁଲୁଥିବା ପରି ମନେହୁଏ । ଏପରି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ଦ୍ରୌପଦୀଙ୍କ ସହିତ ଜଡିତ କିଛି ଗଭୀର ରହସ୍ୟ କହିବାକୁ ଯାଉଛୁ, ଯାହା ବିଷୟରେ ଆପଣ କ୍ୱଚିତ ଜାଣିଥିବେ ।
ମହାଭାରତ ଅନୁଯାୟୀ, ପ୍ରତିଶୋଧ ନେବାକୁ ଦ୍ରୌପଦୀ ଜନ୍ମ ହୋଇଥିଲେ । ମହାରାଜା ଦ୍ରୌପଦ ଦ୍ରୋଣାଚାର୍ଯ୍ୟଙ୍କଠାରୁ ପ୍ରତିଶୋଧ ନେବାକୁ ଈଶ୍ୱରୀୟ ପୁତ୍ର ଓ ପୁତ୍ରିଙ୍କୁ ଅଗ୍ନିରୁ ଉତ୍ପନ୍ନ କରିଥିଲେ ବୋଲି ବିବେଚନା କରାଯାଏ । କେବଳ ଏତିକି ନୁହେଁ, ଦ୍ରୌପଦୀଙ୍କ ବିବାହ ପାଣ୍ଡବମାନଙ୍କ ସହ ଦ୍ରୋଣାଚାର୍ଯ୍ୟଙ୍କ ଠାରୁ ପ୍ରତିଶୋଧ ନେବାପାଇଁ ହୋଇଥିଲ ।
ଦ୍ରୌପଦୀ କେବଳ ଦ୍ରୋଣାଚାର୍ଯ୍ୟଙ୍କର ନୁହେଁ, ଅନେକ ମହାରଥୀଙ୍କ ମୃତ୍ୟୁର କାରଣ ମଧ୍ୟ ହୋଇଥିଲେ । ବାସ୍ତବରେ, ଦ୍ରୌପଦୀ କେବଳ ତାଙ୍କର ଉଦ୍ଦେଶ୍ୟରେ ଦୃଢ଼ ନଥିଲେ ବରଂ ସ୍ୱାଭିମାନି ମଧ୍ୟ ଥିଲେ । ଏହି କାରଣରୁ ଯେତେବେଳେ ତାଙ୍କୁ ଅପମାନିତ କରାଯାଇଥିଲା, ସେ ପାଣ୍ଡବମାନଙ୍କୁ ପ୍ରତିଶୋଧ ନେବାକୁ ବାଧ୍ୟ କରିଦେଇଥିଲେ । ତେବେ ଆସନ୍ତୁ ଜାଣିବା ମହାଭାରତର ସେହି ୫ଜଣ ବ୍ୟକ୍ତି କିଏ, ଯେଉଁମାନଙ୍କର ଦ୍ରୌପଦୀଙ୍କ ସହ ମତାନ୍ତର ବହୁତ ଭାରି ପଡିଥିଲା ।
ଦୁର୍ଯ୍ୟୋଧନ
ଦୁର୍ଯ୍ୟୋଧନ ଯେତେବେଳେ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ ସମୟରେ ଇନ୍ଦ୍ରପ୍ରସ୍ଥରେ ପହଞ୍ଚିଲେ, ସେତେବେଳେ ସେ ମାୟା ଭବନକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସମତଳ ସ୍ଥାନ ଭାବି ସେ ପାଣିରେ ପଡ଼ିଗଲେ, ଯାହା ପରେ ଦ୍ରୌପଦୀ ତାଙ୍କୁ ପରିହାସ କରି ଅନ୍ଧର ପୁତ୍ର ଅନ୍ଧ ବୋଲି କହିଥିଲେ ।
ଏହି ଜିନିଷ ଦୁର୍ଯ୍ୟୋଧନଙ୍କୁ ବାଧିଥିଲା ଏବଂ ତା’ପରେ ସେ ଦ୍ରୌପଦୀଙ୍କୁ ଜୁଆରେ ବାଜି ଲଗାଇବାକୁ କହିଥିଲେ । କହିରଖୁଛୁ ଯେ ଦୁର୍ଯ୍ୟୋଧନ ଦ୍ରୌପଦୀଙ୍କୁ ତାଙ୍କ ଜଙ୍ଘରେ ବସିବାକୁ କହିଥିଲେ, ତେଣୁ ଭୀମ ତାଙ୍କ ଜଙ୍ଘ ଭାଙ୍ଗିବାକୁ ଶପଥ ନେଇଥିଲେ ।
କର୍ଣ୍ଣ
କର୍ଣ୍ଣ ଦ୍ରୌପଦୀଙ୍କୁ ତାଙ୍କ ପତ୍ନୀ କରିବାକୁ ଚାହୁଁଥିଲେ ତେଣୁ ସେ ଦ୍ରୌପଦୀଙ୍କ ସୋୟଂବରରେ ଭାଗ ନେଇଥିଲେ । ଯେତେବେଳେ ସୋୟଂବରର ସର୍ତ୍ତ ପୂରଣ କରିବାକୁ କର୍ଣ୍ଣ ଆଗକୁ ଆସିଲେ, ଭଗବାନ ଶ୍ରୀକୃଷ୍ଣଙ୍କ ଆଦେଶରେ ଦ୍ରୌପଦୀ କର୍ଣ୍ଣଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ ଏବଂ ତାଙ୍କୁ ଏକ ସୁତପୁତ୍ର ବୋଲି କହି ସମଗ୍ର ସଭାରେ ତାଙ୍କୁ ଅପମାନିତ କରିଥିଲେ । ଏହା ଶୁଣି କର୍ଣ୍ଣ ଦ୍ରୌପଦୀଙ୍କ ଠାରୁ ପ୍ରତିଶୋଧ ନେବାକୁ ସ୍ଥିର କଲେ । ଯେତେବେଳେ ପାଣ୍ଡବମାନେ ଜୁଆରେ କୌରବଙ୍କ ଠାରୁ ହାରିଗଲେ, ସେତେବେଳେ ସେ ଦ୍ରୌପଦୀଙ୍କୁ ବେଶ୍ୟା ବୋଲି କହିଥିଲେ । ଏହାପରେ ଦ୍ରୌପଦୀଙ୍କ ନିର୍ଦ୍ଦେଶରେ ଅର୍ଜୁନ ମହାଭାରତ ଯୁଦ୍ଧରେ କର୍ଣ୍ଣଙ୍କୁ ପରାସ୍ତ କରିଥିଲେ ।
ଦୁଃଶାସନ
ଯେତେବେଳେ ଜୁଆରେ କୌରବଙ୍କଠୁ ପାଣ୍ଡବମାନେ ହାରିବାବେଳେ ଗୋଟିଏ ପରେ ଗୋଟିଏ ଜିନିଷ ହରାଉଥିଲେ ସେତେବେଳେ ଧର୍ମରାଜ ଯୁଧିଷ୍ଠିର ତାଙ୍କ ପତ୍ନୀ ଦ୍ରୌପଦୀଙ୍କୁ ଜୁଆ ଖେଳରେ ନିୟୋଜିତ କରିଥିଲେ ଏବଂ ଦ୍ରୌପଦୀଙ୍କୁ ମଧ୍ୟ ହରାଇଥିଲେ । ଏହା ପରେ ଦୁର୍ଯ୍ୟୋଧନଙ୍କ ନିର୍ଦ୍ଦେଶରେ ଦୁଃଶାସନ ଦ୍ରୌପଦୀଙ୍କ ଚିରହରଣ କରିଥିଲେ । ତେବେ ଦ୍ରୌପଦୀଙ୍କ ଚିରହରଣ କରିବାର ମୂଲ୍ୟ ଦୁଃଶାସନଙ୍କୁ ନିଜ ଜୀବନ ହରେଇ ଦେବାକୁ ପଡିଥିଲା ।
ବାସ୍ତବରେ ଚିରହରଣ ପରେ ଦ୍ରୌପଦୀ ଏହି ପ୍ରତିଶ୍ରୁତି ନେଇଇଥିଲେ ଯେ ସେତେବେଳଯାଏ ନିଜର କେଶ ଖୋଲାରଖିବେ, ଯେତେବେଳଯାଏ ତାଙ୍କ କେଶରେ ଦୁଃଶାସନଙ୍କ ଛାତିର ରକ୍ତ ନଲାଗିଛି । ତେଣୁ ମହାଭାରତ ଯୁଦ୍ଧରେ ଭୀମ ଦୁଃଶାସନଙ୍କ ଛାତି ଚିରି ରକ୍ତକୁ ଦ୍ରୌପଦୀଙ୍କ କେଶରେ ଲଗାଇଥିଲେ ।
ଜୟଦ୍ରଥ
ଜୁଆରେ ପରାଜୟ ପରେ ପାଣ୍ଡବମାନଙ୍କୁ ବନବାସର ଦଣ୍ଡ ମିଳିଥିଲା । ଏହି ସମୟରେ ଜୟଦ୍ରଥଙ୍କ ଖରାପ ଦୃଷ୍ଟି ଦ୍ରୌପଦୀଙ୍କ ଉପରେ ପଡିଥିଲା ଏବଂ ସେ ଦ୍ରୌପଦୀଙ୍କୁ ଅପହରଣ କରିବାକୁ ଚାହୁଁଥିଲେ, କିନ୍ତୁ ପାଣ୍ଡବମାନେ ଦ୍ରୌପଦୀଙ୍କୁ ଠିକ୍ ସମୟରେ ଜୟଦ୍ରଥଙ୍କ କବଳରୁ ଉଦ୍ଧାର କରିଥିଲେ । ପାଣ୍ଡବମାନେ ସେହି ସମୟରେ ଜୟଦ୍ରଥଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ କିନ୍ତୁ ଦ୍ରୌପଦୀ ତାଙ୍କୁ ଏପରି କରିବାକୁ ଅଟକାଇଥିଲେ । ଜୟଦ୍ରଥଙ୍କୁ ହତ୍ୟା କରିବା ପରିବର୍ତ୍ତେ ତାଙ୍କ କେଶ କାଟିବା ସହ ପୁରା ନଗରରେ ଭ୍ରମଣ କରାଗଲା ଏବଂ ତାଙ୍କୁ ଅପମାନିତ କରାଗଲା ।
କୀଚକ
ବିରାଟନଗରର ସେନାପତି କୀଚକ ମଧ୍ୟ ଦ୍ରୌପଦୀଙ୍କ ଉପରେ ଖରାପ ନଜର ରଖିଥିଲେ, କିନ୍ତୁ ପତିବ୍ରତା ଦ୍ରୌପଦୀ କୀଚକଙ୍କୁ ଦୂରେଇ ରହିବାକୁ ପ୍ରଥମରୁ ହିଁ ଚେତାବନୀ ଦେଇଥିଲେ । କିନ୍ତୁ କୀଚକ ତାଙ୍କ ସାହସ ପାଇଁ ଗର୍ବିତ ଥିଲେ ଏବଂ ସେ ଦ୍ରୌପଦୀଙ୍କ ସହ ଖରାପ ବ୍ୟବହାର କରିଥିଲେ । ପରିଣାମ ଏହା ହେଲା କି ଭୀମ ଏବଂ ଅର୍ଜୁନ ଚତୁରତାର ସହ କୀଚକଙ୍କୁ ହତ୍ୟା କରିଥିଲେ ।