ଲକ୍ଡ଼ାଉନ ସ୍ଥିତିରେ ଦିଲ୍ଲୀ ଅଧିବାସୀଙ୍କୁ ଡୱଲ୍ ଝଟକା ! ମଦ ପରେ ଏବ ପେଟ୍ରୋଲ ଡିଜେଲ୍ ଦର ଆକାଶ ଛୁଆଁ !

ନୂଆଦିଲ୍ଲୀ : ସାଂପ୍ରତିକ ସ୍ଥିତିକୁ ଭିତ୍ତି କରି କେନ୍ଦ୍ର ସରକାର ସମଗ୍ର ଦେଶକୁ ଲକ୍ଡ଼ାଉନ କରିଥିଲେ ଯାହା ଚଳିତ ମାସ ୩ ତାରିଖରେ ଶେଷ ହେବାକୁ ଥିଲା କିନ୍ତୁ କରୋନା ସଂକ୍ରମିତର ଭୟାବହତାକୁ ଦେଖି ସରକାର ଏହି ଲକ୍ଡ଼ାଉନକୁ ଆଉ ୨ ସପ୍ତାହ ଅର୍ଥାତ ଚଳିତ ମାସ ୧୭ ତାରିଖକୁ ବୃଦ୍ଧି କରିଛନ୍ତି । ତଥାପି କେନ୍ଦ୍ର ମନ୍ତ୍ରାଳୟ ତରଫରୁ ଗ୍ରୀନ୍ ଜୋନ୍ ଓ ଅରେଞ୍ଜ ଜୋନ୍ ଚିହ୍ନିତ ଅଞ୍ଚଳର ଅଧିବାସୀଙ୍କୁ ଲକ୍ଡ଼ାଉନ ନୀତିରେ କିଛି କୋହଳ କରାଯାଇଛି । କିନ୍ତୁ ଦିଲ୍ଲୀ ରେଡ୍ ଜୋନ୍ ଚିହ୍ନିତ ଥିବା ସତ୍ତ୍ୱେ ସେଠାକାର ସରକାର ଅର୍ଥାତ କେଜିରୱାଲା, “ଲକ୍ଡ଼ାଉନ ଅବଧି ବୃଦ୍ଧି ପରେ ଘୋଷଣା କରିଥିଲେ ଯେ, ଦିଲ୍ଲୀ ମଧ୍ୟ କରୋନା ସହ ଦୃଢତର ସହ ଲଢେଇ କରିବ ଓ ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବ ।” ତେଣୁ ମେ’ ୪ ତାରିଖରେ ମଦ ଦୋକାନ ସମେତ ଅନ୍ୟାନ୍ୟ କେତେକ ଦୋକାନ ଖୋଲିବା ପାଇଁ ଅନୁମତି ପ୍ରଦାନ କଟିଥିଲେ । କିନ୍ତୁ ଆଶ୍ଚୟର ବିଷୟ ଏହା ଯେ, ମଦ କିଣିବା ଲାଗି ଲୋକଙ୍କ ଲମ୍ବା ଧାଡି ଲାଗିଥିଲା ଓ ଶେଷରେ ଲକ୍ଡ଼ାଉନର ନୀତିକୁ ଉଲ୍ଲଂଘନ କରିଥିଲେ । ଉକ୍ତ ସ୍ଥାନ ମାନଙ୍କରେ ପୋଲିସ ନିୟୋଜିତ ହୋଇଥିଲେ କିନ୍ତୁ ସେହି ଦୋକାନ ମାନଙ୍କରେ ଯେଉଁ ଭଳି ଭିଡ ଲାଗି ରହିଥିଲା ପୋଲିସ ମଧ୍ୟ ଅଣଆୟତ ହୋଇଯାଇଥିଲା ।

ଦିଲ୍ଲୀରେ ଡିଜେଲ ଓ ପେଟ୍ରୋଲ ଦର ଆକାଶ ଛୁଆଁ :

ଆଜି ଦିଲ୍ଲୀ ସରକାର ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟରେ ଏକ ବଡ ବୃଦ୍ଧି କରିଛନ୍ତି । ଦିଲ୍ଲୀର କେଜ୍ରିୱାଲ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ବୃଦ୍ଧି କରିଛନ୍ତି । ଦିଲ୍ଲୀରେ ପେଟ୍ରୋଲ ଭ୍ୟାଟ୍ ପିଛା ୧.୬୭ ଟଙ୍କା ବୃଦ୍ଧି କରାଯାଇଛି । ଏଥି ସହିତ ଡିଜେଲରେ ୩୦ ପ୍ରତିଶତ ଭାଟ୍ ବୃଦ୍ଧି କରାଯାଇଛି ।

ମଦ ଉପରେ ଲାଗୁ ହେବ କରୋନା ସେସ୍ :

ନ୍ୟୂଜ ରିପୋର୍ଟ ଅନୁସାରେ, ମଦ୍ୟପାନ କରୁଥିବା ଗୋଟିଏ ବ୍ୟକ୍ତିଙ୍କୁ ମଦ ସମ୍ପର୍କିତ କିଛି ପଚରା ଯାଇଥିଲା, ସେ ବ୍ୟକ୍ତି ଜଣକ ପ୍ରତି ଉତ୍ତରରେ କହିଥିଲେ, ଯେଉଁ ମଦ ପୂର୍ବେ ୩୦ ଟଙ୍କାରେ ବିକ୍ରି ହେଉଥିଲା ତାହା ଆଜି ୩୦୦ ଟଙ୍କା । ତଥାପି ମିଳିବା କଷ୍ଟକର । ଏଠାରେ ଆମେ ଆପଣଙ୍କୁ ଏହା ଜଣାଇବା ପାଇଁ ଚାହୁଁଛୁ ଯେ, କେତେ ଟଙ୍କା ବୃଦ୍ଧି ପାଇଛି ହିସାବ କରିଲେ ଆଶ୍ଚର୍ଯ୍ୟ ଲାଗୁଛି ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହା ପୂର୍ବରୁ ଦିଲ୍ଲୀ ସରକାର ମଦ ଉପରେ ୭୦ ପ୍ରତିଶତ କରୋନା ସେସ୍ ଲାଗୁ କରିଥିଲେ । ଦିଲ୍ଲୀ ସରକାରଙ୍କ ଅନୁଯାୟୀ ବର୍ତ୍ତମାନ ଦିଲ୍ଲୀର ଏମଆରପି ଦର ଉପରେ ୭୦ ପ୍ରତିଶତ ଟିକସ୍ ଦେବାକୁ ପଡିବ । ଆସନ୍ତାକାଲି ଠାରୁ ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ । ଦିଲ୍ଲୀ ସରକାର ସୋମବାର ଦିନ “ସ୍ପେଶାଲ କରୋନା ଫି” ନାମକ ମଦ ଉପରେ ନୂଆ ଟିକସ ଘୋଷଣା କରିଛନ୍ତି । ମଙ୍ଗଳବାର ଠାରୁ ଦିଲ୍ଲୀରେ ମଦ ମହଙ୍ଗା ହେବ । ଦିଲ୍ଲୀ ସରକାରଙ୍କ ଅନୁଯାୟୀ ବର୍ତ୍ତମାନ ଦିଲ୍ଲୀର ଏମଆରପି ଦର ଉପରେ ୭୦% ଟିକସ ଦେବାକୁ ପଡିବ ।

Be the first to comment

Leave a Reply

Your email address will not be published.


*