ପୂଜା କରିବା ସମୟରେ ଏହି ୨ଟି ରଙ୍ଗର ବସ୍ତ୍ର ପରିଧାନ କରୁଛନ୍ତି କି ?

ପୂଜା କରିବା ସମୟରେ ଏହି ୨ଟି ରଙ୍ଗର ବସ୍ତ୍ର ପରିଧାନ କରୁଛନ୍ତି କି ?

ଆପଣମାନଙ୍କ ମଧ୍ୟରେ ଅନେକ ଏପରି ଲୋକ ଅଛନ୍ତି ଯେଉଁମାନେ ଭଗବାନଙ୍କୁ ପ୍ରସନ୍ନ କରିବାକୁ ଯାଇ ପ୍ରତିଦିନ ପୂଜର୍ଚନା କରିଥାନ୍ତି । ଲୋକଙ୍କ ମନ ବିଶ୍ଵାସ ରହିଛି ଯେ, ଦେବାଦେବୀଙ୍କ ପୂଜାର୍ଚ୍ଚନା କରିବା ଦ୍ଵାରା ପାପ ଖଣ୍ଡନ ହୋଇଥାଏ ଏବଂ ଦେବାଦେବୀଙ୍କ ପୂଜାର୍ଚ୍ଚନା କରିବା ଦ୍ଵାରା ଭଗବାନଙ୍କ କୃପା, ଆଶୀର୍ବାଦ ମିଳିଥାଏ ଓ ଘରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ । ଆଉ ଆପଣଙ୍କ ଜୀବନରେ ଉନ୍ନତି ମଧ୍ୟ କରିଥାନ୍ତି । କିନ୍ତୁ ବହୁତ ଥର ଏପରି ହୋଇଥାଏ କି ଆପଣ ଅଲଗା ଅଲଗା ଭଗବାନଙ୍କୁ ପୂଜା କରିଥାନ୍ତି । କିନ୍ତୁ ଏହାପରେ ବି ଆପଣଙ୍କୁ ଭଗବାନଙ୍କ କୃପା ମିଳିନଥାଏ । ଯାହା ଦ୍ଵାରା ଆପଣଙ୍କ ଦୁଖ କଷ୍ଟ ବଢିବାରେ ଲାଗିଥାଏ । ତେବେ ଆପଣଙ୍କୁ କହିରଖୁଛୁ ଯେ, ଆପଣଙ୍କ ପୂଜା ସଫଳ ନ ହୋଇ ପାରିଲେ ଏହାର ବହୁତ ଗୁଡିଏ କାରଣ ହୋଇପାରେ ।

Google

ଧର୍ମ ଶାସ୍ତ୍ର ଅନୁସାରେ ପୂଜା କରିବାର ପୂର୍ବରୁ କିଛି କଥାକୁ ଧ୍ୟାନ ଦେବାକୁ ପଡିଥାଏ । ନଚେତ୍ ଆପଣଙ୍କ ଭୁଲ୍ ଯୋଗୁଁ ପୂଣ୍ୟ ମିଳିପାରି ନଥାଏ । ଆଜି ଆମେ ଆପଣଙ୍କୁ କିଛି ଏପରି କଥା କହିବାକୁ ଯାଉଛୁ ଯାହା ପୂଜା କରୁଥିବା ସମୟରେ ଆପଣ ଧ୍ୟାନ ରଖିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ଅଟେ ସେହି ଦୁଇଟି ବସ୍ତ୍ର ?

Google

ବନ୍ଧୁଗଣ ବରାହ ପୂରଣ ଅନୁସାରେ, ୨୧୭ ତମ ଅଧ୍ୟାୟରେ ପୂଜାର୍ଚ୍ଚନାର ଅନେକ ବିଧିବିଧାନ ଓ ନିୟମ ବିଷୟରେ ଉଲ୍ଲେଖ କରାଯାଇଛି । ଯାହାର ଆଧାରରେ ପୂଜା ସମୟରେ କଳା କିମ୍ବା ନୀଳର ବସ୍ତ୍ର ଧାରଣ କରିବା ଉଚିତ ନୁହେଁ । ଯଦି ଏହିପରି କରନ୍ତି; ତେବେ ମହାଦେବ ଆପଣଙ୍କ ଉପରେ କ୍ରୋଧ କରିପାରିପାରନ୍ତି ଓ ଆପଣଙ୍କୁ ଭୟାନକ ପରିଣାମ ଭୋଗିବାକୁ ପଡିପାରେ ।

ପୂଜା ପୂର୍ବରୁ କିମ୍ବା ପୂଜା ପରେ ଏହି କଥା ଗୁଡିକ ସବୁବେଳେ ଧ୍ୟାନ ରଖନ୍ତୁ :

ଶାରୀରିକ ସମ୍ବନ୍ଧ ହେବା ପରେ ନ ଗାଧୋଇ ପୂଜା କରନ୍ତୁ ନାହିଁ ଓ ଶବକୁ ଛୁଇଁବା ପରେ ନ ଗାଧୋଇ ପୂଜା କରନ୍ତୁ ନାହିଁ । ପୂଜା ସମୟରେ କିମ୍ବା ପୂଜା ପୂର୍ବରୁ କେବେ ହେଲେ ମନରେ କ୍ରୋଧ ଭାବନା ନେଇ ପୂଜାପାଠ କରନ୍ତୁ ନାହିଁ, ଶାନ୍ତଶିଷ୍ଟ ସ୍ଵଭାବରେ ପୂଜାପାଠ କରନ୍ତୁ । ଖାଦ୍ୟ ଖାଇବା ପରେ ବିନା କୁଳି କରି ପୂଜା କରନ୍ତୁ ନାହିଁ । ଅନ୍ଧାରରେ ଭଗବାନଙ୍କୁ ସ୍ପର୍ଶ କରନ୍ତୁ ନାହିଁ କିମ୍ବା ପୂଜା କରନ୍ତୁ ନାହିଁ । ପୂଜା କରିବା ପୂର୍ବରୁ ଶଙ୍ଖ କିମ୍ବା ଘଣ୍ଟି ବଜାନ୍ତୁ । ତାପରେ ପୂଜା ଆରମ୍ଭ କରନ୍ତୁ । ପୂଜା ସମୟରେ ମନକୁ ଶାନ୍ତଶିଷ୍ଟ ରଖନ୍ତୁ ।

ଆଶ କରୁଛୁ, ଅନୁଛେଦଟି ଆପଣଙ୍କୁ ପସଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କିରନ୍ତୁ ଓ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ । ଅନୁଛେଦଟିକୁ ଆଧାର କରି ନିଜର ମନ୍ତବ୍ୟ Comment ଜରିଆରେ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *