ଭୁଲରେ ମଧ୍ୟ ଏହି ପ୍ରକାର ରାକ୍ଷୀ ଆପଣଙ୍କ ଭାଇକୁ ବାନ୍ଧନ୍ତୁ ନାହିଁ ! ଏହିପରି ରାକ୍ଷୀକୁ ବହୁତ ଅଶୁଭ ବୋଲି ମାନ୍ୟତା କରାଯାଇଥାଏ ।

ଶ୍ରାବଣ ମାସର ପୂର୍ଣ୍ଣିମା ଦିନରେ ଏହି ରକ୍ଷାବନ୍ଧନ ପର୍ବ ପାଳନ କରାଯାଇଥାଏ । ଏହି ବର୍ଷ ରାକ୍ଷୀ ପୂର୍ଣ୍ଣିମା ଅଗଷ୍ଟ ୩ ତାରିଖ ଦିନରେ ଆସୁଛି । ରକ୍ଷାବନ୍ଧନ ଦିନ ସବୁ ଭଉଣୀ ନିଜ ଭାଇମାନଙ୍କ ଦୀର୍ଘାୟୁ ଏବଂ ତାଙ୍କର ସୁଖ ସମୃଦ୍ଧି କାମନା କରି ଭାଇ ହାତରେ ରାକ୍ଷୀ ବାନ୍ଧି ଥାଆନ୍ତି । ରାକ୍ଷୀ ପର୍ବକୁ ବହୁତ ଶୁଭ ପର୍ବ ବୋଲି ମାନ୍ୟତା କରାଯାଇଥାଏ ଏବଂ ଏହି ପର୍ବକୁ ପୂରା ଭାରତରେ ପାଳନ କରାଯାଇଥାଏ । କିନ୍ତୁ ଏପରି କେତେ ଭଉଣୀ ଅଛନ୍ତି; ଯେଉଁମାନଙ୍କୁ ଏହି ପର୍ବ କିପରି ପାଳନ କରାଯାଏ ଏବଂ ଭାଇକୁ କିପରି ରାକ୍ଷୀ ବାନ୍ଧିବା ତାହା ସେମାନେ ଜାଣି ନଥାନ୍ତି । ଯେଉଁଥିପାଇଁ ସେମାନେ ଭୁଲ୍ ବିଧିରେ ଏହି ପର୍ବକୁ ପାଳନ କରିଥାନ୍ତି । ଭୁଲ୍ ବିଧିରେ ରାକ୍ଷୀ ପୂର୍ଣ୍ଣିମାକୁ ପାଳନ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତ ହୋଇନଥାଏ । ଏଥିପାଇଁ ଆପଣ ରାକ୍ଷୀ ଦିନ ତଳେ କୁହାଯାଇଥିବା କଥା ଗୁଡିକ ଉପରେ ଧ୍ୟାନ ଦିଅନ୍ତୁ ଏବଂ ରାକ୍ଷୀ କିଣିବା ସମୟରେ କିଛି ଭୁଲ୍ କରନ୍ତୁ ନାହିଁ ।

ଏହି ପ୍ରକାର ରାକ୍ଷୀକୁ ଶୁଭ ବୋଲି ମାନ୍ୟତା କରାଯାଇଥାଏ :-

Google

ବଜାରରେ ବିଭିନ୍ନ ପ୍ରକାର ରାକ୍ଷୀ ବିକ୍ରି ହୋଇଥାଏ ଯାହାକି ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ । କିନ୍ତୁ ରାକ୍ଷୀ କିଣିବା ସମୟରେ ସାବଧାନତା ଅବଲମ୍ବନ କରିବାକୁ ପଡେ । କାରଣ ଭୁଲ୍ ପ୍ରକାର ରାକ୍ଷୀ ବାନ୍ଧିବା ଦ୍ୱାରା ଅଶୁଭ ଫଳ ମିଳିଥାଏ । ରାକ୍ଷୀ ପୂର୍ଣ୍ଣିମାରେ କେଉଁ ପ୍ରକାର ରାକ୍ଷୀ ଭାଇମାନଙ୍କୁ ବନ୍ଧା ଯିବା ଆବଶ୍ୟକ ତାହାର ବିଧି ନିମ୍ନରେ ପ୍ରଦାନ କରାଯାଇଛି :

Google

* ଭୁଲରେ ବି କେବେ ଖଣ୍ଡିତ ରାକ୍ଷୀ ନିଜ ଭାଇକୁ ବାନ୍ଧନ୍ତୁ ନାହିଁ । ଖଣ୍ଡିତ ରାକ୍ଷୀ ଭାଇର ହାତରେ ବାନ୍ଧିବା ଅଶୁଭ ବୋଲି କୁହାଯାଇଛି ।

* ପ୍ଲାଷ୍ଟିକ ରାକ୍ଷୀକୁ ବ୍ୟବହାର କରନ୍ତୁ ନାହିଁ । କାରଣ ଏହି ଧାତୁ କେତୁ ଗ୍ରହ ସହିତ ସମ୍ପର୍କ ଥିବାର ମାନ୍ୟତା ରହିଛି ।

* ରାକ୍ଷୀ ସଫାସୁତୁରା ଥିବା ଦରକାର । ରାକ୍ଷୀ ଉପରେ କୌଣସି ପ୍ରକାର ଅପରିସ୍କାର ନ ଲାଗିବା ଉଚିତ ।

* ରାକ୍ଷୀର ରଙ୍ଗ ସୁନ୍ଦର ହେବା ଦରକାର କିନ୍ତୁ କଳା, ନୀଳ ଇତ୍ୟାଦି ରଙ୍ଗର ରାକ୍ଷୀ କିଣନ୍ତୁ ନାହିଁ ।

* ରାକ୍ଷୀ ଉପରେ ଯେପରି କୌଣସି ଧାରୁଆ ଜିନିଷ ବ୍ୟବହାର ହୋଇ ନଥିବା, ସେଥିପ୍ରତି ଧ୍ୟାନ ଦେବା ଦରକାର ।

* ଯଦି ରାକ୍ଷୀ ଉପରେ ଲୁହାର କୌଣସି ଜିନିଷ ଲାଗିଥାଏ ତେବେ ଏହାକୁ କିଣନ୍ତୁ ନାହିଁ ।

ଏହି ପ୍ରକାର ରାକ୍ଷୀକୁ ଶୁଭ ବୋଲି କୁହାଯାଇଥାଏ :-

Google

* ଲାଲ, ହଳଦୀ ଏବଂ ଗୋଲାପୀ ରଙ୍ଗର ରାକ୍ଷୀକୁ ଶୁଭ ବୋଲି କୁହାଯାଇଥାଏ । ଏଥିପାଇଁ ଆପଣ ଏହି ରଙ୍ଗର ରାକ୍ଷୀକୁ ହିଁ କିଣନ୍ତୁ ।

* କେବଳ ସେହି ରାକ୍ଷୀକୁ କିଣନ୍ତୁ, ଯେଉଁଥିରେ ରେଶମୀ ସୂତାର ବ୍ୟବହାର ହୋଇଥିବ । ଅନ୍ୟ ସୁତାର ରାକ୍ଷୀକୁ କିଣନ୍ତୁ ନାହିଁ ।

* ସୂତାର ରାକ୍ଷୀ କିଣନ୍ତୁ ଏବଂ ନିଜ ଭାଇର ହାତରେ ବନ୍ଧନତୁ ।

* ଯେଉଁ ରାକ୍ଷୀ ଉପରେ ଭଗବାନଙ୍କ ରହିଛି, ତାହାକୁ ମଧ୍ୟ ଶୁଭ ବୋଲି ମାନ୍ୟତା କରାଯାଇଥା ।

ସଠିକ ଦିଗରେ ବସି ରାକ୍ଷୀ ବାନ୍ଧନ୍ତୁ :-

Google

ରାକ୍ଷୀକୁ କେବଳ ଶୁଭ ମୁହୂର୍ତ୍ତରେ ହିଁ ବାନ୍ଧନ୍ତୁ ଏବଂ ରାକ୍ଷୀ ବାନ୍ଧିବା ସମୟରେ ନିଜର ମୁହଁ ଉଚିତ ଦିଗକୁ କରି ବାନ୍ଧନ୍ତୁ । ରାକ୍ଷୀ ବାନ୍ଧିବା ସମୟରେ ଭାଇକୁ ପୂର୍ବ ଦିଗକୁ ମୁହଁ କରି ବସାଇବା ଓ ରାକ୍ଷୀ ବାନ୍ଧିବା ଶୁଭ ହୋଇଥାଏ ଏବଂ ଭଉଣୀର ମୁହଁ ପଶ୍ଚିମ ଦିଗକୁ ହେବା ଶୁଭ ବୋଲି ମାନ୍ୟତା କରାଯାଇଥାଏ । ଏହା ବ୍ୟତୀତ ରାକ୍ଷୀକୁ ବାନ୍ଧିବା ପୂର୍ବରୁ ଏହାକୁ କିଛି ସମୟ ପାଇଁ ମନ୍ଦିରରେ ନିଶ୍ଚୟ ରଖନ୍ତୁ ଏବଂ ତାପରେ ବାନ୍ଧନ୍ତୁ ।

Leave a Reply

Your email address will not be published. Required fields are marked *