ଯେଉଁ ବିଛଣାରେ ଆପଣ ପ୍ରତିଦିନ ଶୁଅନ୍ତି, ସେହି ବିଛଣା ତଳେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି ତିନୋଟି ଜିନିଷ ! ନଚେତ ଆରମ୍ଭ ହୋଇଯିବ…

ଯେଉଁ ବିଛଣାରେ ଆପଣ ପ୍ରତିଦିନ ଶୁଅନ୍ତି, ସେହି ବିଛଣା ତଳେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି ତିନୋଟି ଜିନିଷ ! ନଚେତ ଆରମ୍ଭ ହୋଇଯିବ…

ବାସ୍ତୁଶାସ୍ତ୍ର ଏପରି ଜିନିଷ ଅଟେ ଯାହା ଆମ ଘରେ ସକାରାତ୍ମକ ଉର୍ଜା ବୃଦ୍ଧି ଓ ନକରାତ୍ମକ ଉର୍ଜାକୁ ହ୍ରାସ କରିବାରେ ସାହାଯ୍ୟ କରେ । ଘରେ ସୁଖ, ଶାନ୍ତି ବଜାୟ ରହିବା ସହ ଧନ ସମ୍ପତ୍ତି ବୃଦ୍ଧି ହେଉ ଏହା ସମସ୍ତଙ୍କ ସ୍ଵପ୍ନ ଥାଏ । ଏଥିନିମନ୍ତେ ଏକ ସକାରାତ୍ମକ ପରିବେଶରେ ରହିବା ନିହାତି ଜରୁରୀ ଅଟେ । ଯଦି ଆପଣଙ୍କ ଘରେ ଜିନିଷଗୁଡ଼ିକ ବାସ୍ତୁ ଅନୁରୂପ ହୋଇନଥାଏ ତେବେ ନକରାତ୍ମକ ଶକ୍ତି ବୃଦ୍ଧି ପାଏ ଏବଂ ପରିବାର ଧ୍ୱଂସ ଅର୍ଥାତ ଅବନତି ଦିଗ ଆଡ଼କୁ ଗତି କରିବାକୁ ଲାଗେ । ଏମିତିରେ ଆଜି ଆମେ ଆପଣଙ୍କୁ ଖଟ ଅର୍ଥାତ ବିଛଣା ସହ ଜଡ଼ିତ କିଛି ବାସ୍ତୁ କହିବାକୁ ଯାଉଛୁ । ଆପଣ ଯେଉଁଠାରେ ଶୁଅନ୍ତି ତା’ତଳେ କିଛି ଜିନିଷକୁ ଆଦୌ ରଖନ୍ତୁ ନାହିଁ । ଯଦି ଆପଣ ଏପରି କରନ୍ତି ନାହିଁ ଅର୍ଥାତ ବିଛଣା ତଳେ ଏହିସବୁ ଜିନିଷ ରଖନ୍ତି, ତେବେ ସମସ୍ତ ନକରାତ୍ମକ ଉର୍ଜା ଆପଣଙ୍କ ଘରେ ସମାହିତ ହେବାକୁ ଲାଗେ ଓ ଆପଣ ହସଖୁସିର ପରିବାର ଧୀରେ ଧୀରେ ଅବନତି ଦିଗକୁ ଗତିବାକୁ ଲାଗେ । ଏହାର ପ୍ରଭାବ ଆପଣଙ୍କ ଘରର ପ୍ରଗତି ଓ ଶାନ୍ତି ଉପରେ ମଧ୍ୟ ପଡ଼ିବ । ତେଣୁ ଏହିସବୁ ଜିନିଷକୁ ବିଛଣା ତଳେ ଆଦୌ ରଖନ୍ତୁ ନାହିଁ ।

ଜୋତା ବା ଚପଲ :

ପଲଙ୍କ ତଳେ ଆପଣ ଭୁଲରେ ସୁଦ୍ଧା ଜୋତା ବା ଚପଲ ରଖିବା ଉଚିତ ନୁହେଁ । କିଛି ଲୋକ ଆଳସ୍ୟ ଓ ଅବହେଳା ଯୋଗୁଁ ଜୋତା ବା ଚପଲକୁ ପଲଙ୍କ ତଳେ ରଖିଦିଅନ୍ତି । ଯଦି ଆପଣ ଏପରି କରନ୍ତି ତେବେ ଆପଣ ନିଜ ଅଭ୍ୟାସରେ ପରିବର୍ତ୍ତନ ଆଣନ୍ତୁ । ଜୋତା ବା ଚପଲରେ ବହୁତ ନକରାତ୍ମକ ଉର୍ଜା ରହିଥାଏ । ଏହାକୁ ବିଛଣା ତଳେ ରଖିବା ଦ୍ୱାରା ରାତିରେ ଶୋଇବା ସମୟରେ ଏହା ନକରାତ୍ମକ ଉର୍ଜାକୁ ଆପଣଙ୍କ ଭିତରେ ସମାହିତ କରିଦିଏ । ଏହା ଆଗକୁ ଯାଇ ଆପଣଙ୍କ ଅବନତି ହେବାର କାରଣ ହୁଏ ।

ପାପୋଛା :

ପାପୋଛା ଯାହା ଉପରେ ଆମେ ପାଦ ପୋଛିଥାଉ, ଏହାକୁ ଅଧିକାଂଶ ଲୋକ ନିଜ ପଲଙ୍କ ତଳେ ରଖିବାକୁ ପସନ୍ଦ କରନ୍ତି । କାରଣ ଯେବେମଧ୍ୟ ବିଛଣା ଉପରକୁ ଯିବେ; ତେବେ ପାଦରେ ଲାଗିଥିବା ଧୂଳି ବା ପାଣି ଦ୍ଵାରା ବିଛଣା ଉପରେ ପଡିଥିବା ଶଯ୍ୟା ମଇଳା ନ ହେଉ । ଏହାକୁ ବିଛଣା ନିକଟରେ କିଛି ଦୂରତାରେ ରଖିବା କୌଣସି ଖରାପ କଥା ନୁହେଁ । ଯଦିଓ ଏହି କଥାର ଧ୍ୟାନ ରଖିବା ଉଚିତ ଯେ ଏହା ବିଶେଷ କରି ପଲଙ୍କ ତଳକୁ ଚାଲି ନଯାଉ । ଏଥିରୁ ପାଦର ମଇଳା ସଫା କରାଯାଏ । ଏହି କାରଣରୁ ଏହା ବହୁତ ନକରାତ୍ମକ ଉର୍ଜାର ସଞ୍ଚାର କରିଥାଏ । ଏଥିପାଇଁ ପାପୋଛାକୁ ପଲଙ୍କ ତଳକୁ ଯିବାକୁ ଦିଅନ୍ତୁ ନାହିଁ ।

ଫାଟ :

ଆପଣ ଯେଉଁଠାରେ ଶୁଅନ୍ତି ତା’ତଳେ କୌଣସି ଫାଟ ନଥିବା ଦରକାର । ବାସ୍ତବରେ ଆପଣ ଯେଉଁ ପଲଙ୍କରେ ଶୁଅନ୍ତି ତାହା ଭାଙ୍ଗି ନଥିବା ଦରକାର । ଏଥିସହିତ ଆପଣ ଯେଉଁ ଭୂମିରେ ଶୁଅନ୍ତି ସେ ଭୂମିରେ ମଧ୍ୟ ଫାଟ ନଥିବା ଦରକାର । ବାସ୍ତୁଶାସ୍ତ୍ର ଅନୁସାରେ ଏପରି ଫାଟ ଥିବା ସ୍ଥାନ ଗୁଡ଼ିକରେ ଶୋଇବା ଫଳରେ ଘରକୁ ଦାରିଦ୍ର୍ୟତା ଆସିଥାଏ । ଏହା ଯୋଗୁଁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । ଦୁର୍ଘଟଣା ଘଟେ ଏବଂ ପରିବାର ସଦସ୍ୟ ରୋଗବ୍ୟାଧିରେ ପୀଡିତ ହୋଇଥାନ୍ତି । ବାସ୍ତବରେ ଏହି ଫାଟ ନିଜ ଆଡ଼କୁ ନକରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ । ଏଥିପାଇଁ ଯଦି ଆପଣ ଭାଙ୍ଗି ଯାଇଥିବା ପଲଙ୍କ କିମ୍ବା ଫାଟ ଥିବା ଭୂମି ଉପରେ ଶୁଅନ୍ତି; ତେବେ ତାକୁ ବଦଳି ଦିଅନ୍ତୁ କିମ୍ବା ଠିକ କରାଇ ନିଅନ୍ତୁ । ଏଥିସହିତ ଆପଣଙ୍କ ପଲଙ୍କ ତଳେ ଯଦି ଫାଟ ଅଛି ତେବେ ଏହାକୁ ମରାମତି କରି ଠିକ କରାଇ ନିଅନ୍ତୁ । ଏପରି ଭାବରେ ଆପଣଙ୍କ ଘର ଦାରିଦ୍ର୍ୟତାରୁ ବଞ୍ଚିଯିବ ।

ବନ୍ଧୁଗଣ ଉପରୋକ୍ତ ବର୍ଣ୍ଣିତ ସମସ୍ତ କଥାକୁ ଧ୍ୟାନ ରଖନ୍ତୁ । ଏହା ଆପଣ ଓ ଆପଣଙ୍କ ପରିବାର ପାଇଁ ବହୁତ ଲାଭଦାୟକ ଅଟେ । ଅନୁଛେଦଟି ପସନ୍ଦ ଆସିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *