ଓମିକ୍ରୋନ’ ଅଣଦେଖା କରନ୍ତୁ ନାହିଁ ଥଣ୍ଡା- କାଶ…..

ଓମିକ୍ରୋନ’ ଅଣଦେଖା କରନ୍ତୁ ନାହିଁ ଥଣ୍ଡା- କାଶ…..

ଯଦି ଦେଖାଯାଉଛି ଏହି ଲକ୍ଷଣ ତେବେ କରନ୍ତୁ ନାହିଁ ଅଣଦେଖା, ଆପଣଙ୍କୁ ହୋଇପାରେ ‘ ଓମିକ୍ରୋନ’ ଅଣଦେଖା କରନ୍ତୁ ନାହିଁ ଥଣ୍ଡା- କାଶ

ଓମିକ୍ରୋନ ସଂକ୍ରମଣ ପ୍ରତିଦିନ ବଢି ଚାଲିଛି । କାଶ, ଥଣ୍ଡା, କଫ, ଗଳାରେ କଷ୍ଟ ଏହା ସବୁ ସାଧାରଣ କଥା, କିନ୍ତୁ ଅଣଦେଖା କରନ୍ତୁ ନାହିଁ କାରଣ ଏହା ଓମିକ୍ରୋନ ସଂକ୍ରମଣର ଲକ୍ଷଣ ମଧ୍ୟ ହୋଇପାରେ ।

କୋଭିଡ-୧୯ ଓମିକ୍ରୋନ ବେରିଏଣ୍ଟ ରୁ ସଂକ୍ରମଣ କାରଣ ଯୋଗୁଁ ସାରା ଦୁନିଆ ଅଶାନ୍ତ ଚିନ୍ତାରେ ରହିଛି । ଭାରତରେ ମଧ୍ୟ ଓମିକ୍ରୋନ ମାମଲା ଅଧିକ ବୃଦ୍ଧି ପାଉଛି । ଦେଶରେ ଓମିକ୍ରୋନ ଭେରଏଣ୍ଟରେ ସଂକ୍ରମଣ ହୋଇଥିବା ଲୋକଙ୍କ ସଂଖ୍ୟା ୨୦୦୦ ଉପରେ ପହଞ୍ଚି ଗଲାଣି । ଥଣ୍ଡା ପାଗରେ ଓମିକ୍ରୋନ ସଂକ୍ରମଣ ବଢିବା ଦ୍ଵାରା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଚାଲିଛି । ଏହି ପାଗରେ ଲୋକଙ୍କୁ ଥଣ୍ଡା କାଶ ମଧ୍ୟ ହୋଇଗଲାଣି । ଏମିତିରେ ଘରେ ଘରେ ଓମିକ୍ରୋନ ସଂକ୍ରମଣ ଲକ୍ଷଣ ଜାଣିବା କଷ୍ଟକର ହୋଇଗଲାଣି ।

ସାଧାରଣ ଭାବରେ ନିଅନ୍ତୁ ନାହିଁ ଥଣ୍ଡା ଜ୍ବର

ଓମିକ୍ରୋନ ସଂକ୍ରମଣ ବଢୁଥିବା ସମସ୍ୟା ଦେଖି ମହାମାରୀ ବିଶେଷଜ୍ଞ ଏବଂ ବୈଜ୍ଞାନିକ ଲଗାତାର ରିସର୍ଚ୍ଚ କାର୍ଯ୍ୟରେ ଜୁଟି ଯାଇଛନ୍ତି । ଏହି ଦିନରେ କାଶ,ଥଣ୍ଡା, ନାକ ବୋହିବା, ଜ୍ଵର, ଗଳାରେ କଷ୍ଟ ଲାଗିବା ସାଧାରଣ କଥା ,କିନ୍ତୁ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା ଓମିକ୍ରୋନର ମଧ୍ୟ ଲକ୍ଷଣ ହୋଇପାରେ । ପାଣିପାଗ ବଦଳିବା କାରଣରୁ ଏହି ପାଗରେ ୟୁମିନିଟି କମ ହୋଇଥାଏ ଏହି କାରଣରୁ ଥଣ୍ଡା , କାଶ , ନାକରୁ ପାଣି ବୋହିବା ସହ ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା ରହିଛି । ବିଶେଷଜ୍ଞଙ୍କ ଅନୁସାରେ ଏହା ଓମିକ୍ରୋନ ଲକ୍ଷଣ ମଧ୍ୟ ହୋଇପାରେ । ଏହାକୁ ଗମ୍ଭୀର ଭାବରେ ନିଅନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେବାକୁ ଭୁଲନ୍ତୁ ନାହିଁ ।

ଏହି ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା

ଓମିକ୍ରୋନ ସକାରାତ୍ମକ ଚିକିତ୍ସା ଏବଂ ରିସର୍ଚ୍ଚରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ମାତ୍ର ଜଣାପଡ଼ିଛି,ଏହି ସଂକ୍ରମଣ ତଣ୍ଟି ରୁ ଆରମ୍ଭ ହୋଇଥାଏ ଏବଂ ହୃଦୟ ଏବଂ ଫୁସଫୁସ ଏହାଠାରୁ ବଞ୍ଚି ରହିଥାଏ ଯାହାଫଳରେ ଏହାକୁ କମ ଭୟାନକ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ଓମିକ୍ରୋନ ସଂକ୍ରମଣ ମାମଲାରେ ଥଣ୍ଡା , କାଶ, ତଣ୍ଟିରେ କଷ୍ଟ ଛଡ଼ା ମାଂସ ପେଶିରେ କଷ୍ଟ , ପିଠିରେ ଯନ୍ତ୍ରଣା ଦେଖା ଯାଉଛି, କେବେ କେବେ ଏହିଭଳି ରୋଗୀ ମାନଙ୍କ ଶରୀରରୁ ଝାଳ ମଧ୍ୟ ବୋହିଥାଏ, ଏକ୍ସପର୍ଟ ଏହା ମାନନ୍ତି ଏହି ସଂକ୍ରମଣ ଲୋକମାନେ ମାମୁଲି ଏବଂ ହାଲୁକା ଭାବି ଅଣଦେଖା କରିଥାନ୍ତି, ଏହାର ଲକ୍ଷଣ ନୁହେଁ ଖାଲି ଓମିକ୍ରୋନ ସଂକ୍ରମଣରେ ପୀଡ଼ିତ ବୋଲି । ଏହି ଲକ୍ଷଣ ଦେଖିଲେ ଲୋକଙ୍କ ଠାରୁ ଦୂରତା ବଜାୟ ରଖିବା ସହ ଯଥାଶିଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ ।

ଭାରତରେ ଲଗାତାର ବଢୁଛି ଓମିକ୍ରୋନର ମାମଲା

ଓମିକ୍ରୋନ ସହ କୋଭିଡ-୧୯ ର ଦ୍ବିତୀୟ ବେରିଏଣ୍ଟର ଲକ୍ଷଣ ଜାଣିବା ପାଇଁ , ପରୀକ୍ଷଣ କରିବା ଜରୁରୀ,ଏହି ସଂକ୍ରମଣ ପ୍ରସାରିତ ହେବାରୁ ସହଜରେ ରୋକିବା ନିମନ୍ତେ, ଟୀକାକରଣ ଏବଂ ବୁଷ୍ଟର ଡୋଜ ଛଡ଼ା ମାସ୍କ ଅବଶ୍ୟ ପିନ୍ଧନ୍ତୁ । କୋଭିଡ ବ୍ୟାପିବାରୁ ରୋକିବା ଏବଂ ଅସୁସ୍ଥ ହେବାରୁ ବଞ୍ଚିବା ପାଇଁ ଟୀକାକରଣ ଏବଂ ବୁଷ୍ଟର ଡୋଜ ନେବା ଗୁରୁତ୍ୱପୂର୍ଣ୍ଣ ଅଟେ । ଦେଶରେ ୨୪ ଘଣ୍ଟାରେ କୋରୋନାରେ ୫୮ ହଜାର ୯୭ ନୂତନ ମାମଲା ସାମ୍ନାକୁ ଆସିଛି । ପୁଣି ୫୩୪ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନାରେ ଓମିକ୍ରୋନ ବେରିଏଣ୍ଟର ୨୧୩୫ ମାମଲା ସାମ୍ନାକୁ ଆସିଛି ।

Leave a Reply

Your email address will not be published. Required fields are marked *