ଶିବରାତ୍ରି ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ୬ଟି ଭୁଲ୍ ଅନ୍ୟଥା ପରିବାରରେ ଅଭାବନୀୟ ପରିସ୍ଥିତି ଉପୁଜିପାରେ !

ଶିବରାତ୍ରି ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ୬ଟି ଭୁଲ୍ ଅନ୍ୟଥା ପରିବାରରେ ଅଭାବନୀୟ ପରିସ୍ଥିତି ଉପୁଜିପାରେ !

ମହା ଶିବରାତ୍ରି ଦିନ ଭୁଲରେବି ଏହି ୬ଟି ଭୁଲ୍ କରନ୍ତୁ ନାହିଁ। ନଚେତ୍ ରାଗି ଯାଆନ୍ତି ମହାଦେବ ଏବଂ ଘରକୁ ମାଡ଼ି ଆସେ ସଙ୍କଟ । ବନ୍ଧୁଗଣ ମହାଦେବଙ୍କ ଉତ୍ସବ ମହା ଶିବରାତ୍ରି ହିନ୍ଦୁ ଧର୍ମରେ ଅତ୍ୟନ୍ତ ମହତ୍ୱପୂର୍ଣ ଅଟେ । ପ୍ରାଚୀନ ପୁରାଣ ଅନୁସାରେ ମହାଶିବରାତ୍ରି ଦିନ ମଧ୍ୟରାତ୍ରରେ ମହାଦେବ ସ୍ୱୟଂ ଲିଙ୍ଗ ଉପରେ ପ୍ରକଟ ହୋଇଥିଲେ । ଏହାଦ୍ୱାରା ସମଗ୍ର ବ୍ରହ୍ମାଣ୍ଡ ସକାରାତ୍ମକ ଉର୍ଜାରେ ପରିପୂର୍ଣ୍ଣ ହୋଇଯାଇଥିଲା । ଏହା ମହାଦେବଙ୍କର ନିରାକାର ରୂପରୁ ସାକାର ରୂପ ଥିଲା । ପ୍ରଥମଥର ପାଇଁ ଶିବଲିଙ୍ଗଙ୍କ ପୂଜା ଭଗବାନ ବିଷ୍ଣୁ ଏବଂ ବ୍ରହ୍ମଦେବ କରିଥିଲେ । ହିନ୍ଦୁଧର୍ମରେ ପ୍ରାୟତଃ ବ୍ୟକ୍ତି ଏହି ମହାଶିବରାତ୍ରି ଉପବାସ ତଥା ବ୍ରତ କରିଥାନ୍ତି । ଏହାଦ୍ୱାରା ମହାଦେବ ପ୍ରସନ୍ନ ମଧ୍ୟ ହୋଇଥାନ୍ତି ।

ମହାଦେବ ନିଜ ଭକ୍ତଙ୍କ ଉପରେ ଯେତେ ଶୀଘ୍ର ପ୍ରସନ୍ନ ହୁଅନ୍ତି ସେତେ ଶୀଘ୍ର କ୍ରୋଧିତ ମଧ୍ୟ ହୋଇଥାନ୍ତି । ରୁଷ୍ଟ ହେବା ସତ୍ୟୁଏ ମଧ୍ୟ ମହାଦେବ ନିଜ ଭକ୍ତଙ୍କୁ କୌଣସି କଷ୍ଟ ପହଞ୍ଚାନ୍ତି ନାହିଁ । କିନ୍ତୁ ଭକ୍ତର ଏପରି କର୍ତ୍ତବ୍ୟ ରହିଛି ଯେ ସେ ଯେପରି କୌଣସି କାର୍ଯ୍ୟ ନକରୁ ଯାହାଦ୍ୱାରା ମହାଦେବ କ୍ରୋଧିତ ହେବେ । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ରରେ ଏଭଳି ୬ଟି ପଦାର୍ଥ ରହିଛି ଯାହା ମହାଦେବଙ୍କ ପୂଜାରେ ବ୍ୟବହାର କରିବା ଆଦୌ ଉଚିତ ନୁହଁ । ଏହାଦ୍ୱାରା ମହାଦେବ କ୍ରୋଧିତ ହୋଇଥାନ୍ତି । ତେବେ ଆସନ୍ତୁ ଏହିସବୁ ଜିନିଷ ଗୁଡିକ ବିଷୟରେ ବିସ୍ତାର ରୂପରେ ଜାଣିବା ।

ପ୍ରଥମ ଜିନିଷଟି ହେଉଛି ଶଙ୍ଖ। ପ୍ରାଚୀନ ଗ୍ରନ୍ଥ ଅନୁସାରେ ସଂଖଚୁଳ ନାମକ ଦୈତ୍ୟର ଅତ୍ୟାଚାରରେ ସମସ୍ତ ଦେବୀ ଦେବତା ଅସୁବିଧାରେ ରହିଥିଲେ । ମହାଦେବ ନିଜ ତ୍ରିଶୂଳ ସାହାଯ୍ୟରେ ସଂଖାଚୁଳର ଅନ୍ତ କରିଥିଲେ । ଏହା ମନା ଯାଏକି ସଂଖାଚୁଳର ଭସ୍ମରୁ ଶଙ୍ଖର ଉତ୍ପତ୍ତି ହୋଇଛି । ତେଣୁ କେବେହେଲେ ମହାଦେବଙ୍କ ପୂଜାରେ ଶଙ୍ଖର ବ୍ୟବହାର କରନ୍ତୁ ନାହିଁ ଏବଂ ଶଙ୍ଖଦ୍ୱାରା ଜଳ ମଧ୍ୟ ଅର୍ପଣ କରନ୍ତୁ ନାହିଁ ।

ଦ୍ୱିତୀୟ ଜିନିଷଟି ହେଉଛି କେତକୀ ଫୁଲ । ପୁରାଣ ଅନୁସାରେ କେତକୀ ଫୁଲ ଭଗବାନ ଶିବଙ୍କୁ ମିଥ୍ୟା କହିଥିଲେ । ଯାହାଦ୍ୱାରା ମହାଦେବ କ୍ରୋଧିତ ହୋଇ ତାଙ୍କୁ ଅଭିଶାପ ଦେଇଥିଲେ ଯେ ଶିବଲିଙ୍ଗର ପୂଜାରେ କେତକୀ ଫୁଲର ବ୍ୟବହାର ହେବ ନାହିଁ ।ତେଣୁ ଭୁଲରେ ମଧ୍ୟ ମହାଦେବଙ୍କୁ କେତକୀ ଫୁଲ ଅର୍ପଣ କରନ୍ତୁ ନାହିଁ ।

ତୃତୀୟ ଜିନିଷଟି ହେଉଛି ତୁଳସୀପତ୍ର । ପ୍ରାଚୀନ ପୁରାଣ କଥା ଅନୁସାରେ ଜଳନ୍ଧର ନାମକ ଅସୁରର ପତ୍ନୀ ବୃନ୍ଦାଙ୍କ ଅଂଶରୁ ତୁଳସୀ ବୃକ୍ଷର ଉତ୍ପତ୍ତି ହୋଇଛି । ମହାଦେବ ଜଳନ୍ଧରର ବଦ୍ଧ କରିଥିଲେ ଯେଉଁ କାରଣରୁ ବୃନ୍ଦା ତାଙ୍କୁ ଅଭିଶାପ ଦେଇଥିଲେଯେ ଶିବଲିଙ୍ଗଙ୍କ ପୂଜାରେ ତୁଳସୀର ବ୍ୟବହାର ହେବନାହିଁ । ଏହି ଅଭିଶାପ ମହାଦେବ ଗ୍ରହଣ କରିଥିଲେ । ତେବେ କେବେହେଲେ ଭଗବାନ ଶିବଙ୍କ ପୂଜାରେ ତୁଳସୀ ପତ୍ରର ବ୍ୟବହାର କରନ୍ତୁ ନାହିଁ ।

ଚତୁର୍ଥ ଜିନିଷଟି ହେଉଛି କଳାରାଶି । ପ୍ରାଚୀନ ଗ୍ରନ୍ଥ ଅନୁସାରେ ଭଗବାନ ବିଷ୍ଣୁଙ୍କ ଦେହର ମଳିରୁ କଲା ରାଶିର ଉତ୍ପର୍ଣ୍ଣ ହୋଇଥିଲା । ତେଣୁ ଏହାକୁ ମହାଦେବଙ୍କ ପୂଜାରେ ବ୍ୟବହାର କରନ୍ତୁ ନାହିଁ । ଏହାଦ୍ୱାରା ମହାଦେବଙ୍କର ଅପମାନ ହୋଇଥାଏ ।ତେଣୁ ଏହିଭଳି ଭୁଲ୍ ଆଦୌ କରନ୍ତୁନାହିଁ ।

ପଞ୍ଚମ ଜିନିଷଟି ହେଉଛି ଖୁଦ । ମହାଦେବଙ୍କୁ କେବେହେଲେ ଖୁଦ ଅର୍ପଣ କରନ୍ତୁନାହିଁ । ବାଛିକରି ଭଲ ଚାଉଳ ଅର୍ପଣ କରନ୍ତୁ । ଅପଣଙ୍କର ଏହି ପରିଶ୍ରମ ଦ୍ୱାରା ମହାଦେବ ସନ୍ତୁଷ୍ଟ ହେବେ । ଏବଂ ମହାଦେବଙ୍କ ଅଶ୍ରୀବାଦ ଅପଣଙ୍କୁ ପ୍ରାପ୍ତ ହେବ ।

ଷଷ୍ଠ ଜିନିଷଟି ହେଉଛି କୁଂକୁମ । ହିନ୍ଦୁଧର୍ମର କୁଂକୁମ ସୌଭାଗ୍ୟର ପ୍ରତୀକ ଅଟେ । ଭଗବାନ ଶିବ ବୈରାଗୀ ଅଟନ୍ତି । କୁଂକୁମର ବ୍ୟବହାର ହିନ୍ଦୁ ନାରୀମାନେ ନିଜ ପତିଙ୍କ ଦୀର୍ଘାୟୁ ପାଇଁ କରିଥାନ୍ତି । ତେଣୁ ଶିବଲିଙ୍ଗ ପୂଜାରେ କୁଂକୁମର ବ୍ୟବହାର କରନ୍ତୁନାହିଁ । ଏହା ସହିତ ଯଦି ଆପଣ ମହା ଶିବରାତ୍ରି ଦିନ ରାତି ଦିନ ଉଜାଗର ରହି ମହା ମୂର୍ତ୍ତୃୟଂଜୟ ଜପ କରିବେ ତେଣୁ ଆପଣଙ୍କୁ ମହାଦେବଙ୍କ କୃପା ଦୃଷ୍ଟି ନିଶ୍ଚିତ ଲାଭ ହେବ ।

Leave a Reply

Your email address will not be published. Required fields are marked *