ସଫଳତା ପାଇବା ପାଇଁ ରାବଣଙ୍କ ଏହି ୫ଟି ଉପଦେଶ ଭୁଲନ୍ତୁ ନାହିଁ !

ସଫଳତା ପାଇବା ପାଇଁ ରାବଣଙ୍କ ଏହି ୫ଟି ଉପଦେଶ ଭୁଲନ୍ତୁ ନାହିଁ !

ଅତୀତରେ ରାବଣଙ୍କୁ କେହି ବି ପସନ୍ଦ କରୁ ନଥିଲେ ! କାରଣ ରାବଣ ଜଣେ ଦୃଷ୍ଟ ଓ ଖୋଲ ସମ୍ପର୍ଣ୍ଣର ବ୍ୟକ୍ତି ଥିଲେ । ରାବଣ ନିଜ ଜୀବନକାଳ ମଧ୍ୟରେ ବହୁତ ଖରାପ କାମ କରିଛନ୍ତି; ସେଥିପାଇଁ ରାବଣଙ୍କ ଅକାଳ ମୃତ୍ୟୁ ମଧ୍ୟ ହୋଇଥିଲା । କିନ୍ତୁ କଥାରେ କୁହାଯାଏ ଯେ, ଖରାପ ବ୍ୟକ୍ତି ବି କେବେ କେବେ ଏମିତି କାମ କରିଥାନ୍ତି, ଯାହାଦ୍ୱାରା ଅନ୍ୟମାନେ ବହୁତ ଉପକୃତ ହୋଇଥାନ୍ତି । ଆଜି ସେମିତି କିଛି ରାବଣଙ୍କ ଦ୍ୱାରା କୁହାଯାଇଥିବା ଉପଦେଶ ଏହି ଦ୍ରଷ୍ଟବ୍ୟ ମାଧ୍ୟମର ଏହି ଅନୁଛେଦରେ କହିବାକୁ ଯାଉଛି । ଯାହାଦ୍ଵାରା ଆପଣ ନିଜ ଜୀବନକୁ ସପୂର୍ଣ୍ଣ ନିୟନ୍ତ୍ରଣ କରିପାରିବ ! ଆସନ୍ତୁ ଜାଣିବା ସେମିତି କିଛି ଉପଦେଶ !

Google

ଯେତେବେଳେ ରାବଣ ମୃତ୍ୟୁର ନିକଟତର ଥିଲା, ସେତେବେଳେ ପ୍ରଭୁ ରାମ ଲକ୍ଷ୍ମଣଙ୍କୁ କହିଥିଲେ ଯେ ରାଜନୀତି ଏବଂ ଶକ୍ତିର ମହାନ ପୁରୋହିତ ଏହି ଜଗତରୁ ଦୂରେଇ ଯାଉଛନ୍ତି । ତୁମେ ତାଙ୍କ ପାଖକୁ ଯାଇ ଜୀବନର କିଛି ଶିକ୍ଷା ନିଅ ଯାହାକୁ ଅନ୍ୟ କେହି ଦିଅନ୍ତି ନାହିଁ । ରାମଙ୍କ ଆଦେଶକୁ ପାଳନ କରି ଲକ୍ଷ୍ମଣ ମୃତ୍ୟୁବରଣ କରୁଥିବା ଅବସ୍ଥାରେ ରାବଣଙ୍କ ମୁଣ୍ଡ ନିକଟରେ ଠିଆ ହୋଇଥିଲେ ।

Google

ଲକ୍ଷ୍ମଣ ଦୀର୍ଘ ସମୟ ଧରି ରାବଣଙ୍କ ମୁଣ୍ଡ ନିକଟରେ ଠିଆ ହୋଇଥିଲେ କିନ୍ତୁ ରାବଣ ତାଙ୍କୁ କିଛି କହି ନଥିଲେ । ଏହା ପରେ ଲକ୍ଷ୍ମଣ ଫେରି ଆସି ପ୍ରଭୁ ରାମଙ୍କୁ ସବୁ କଥା କହିଥିଲେ । ତା’ପରେ ଭଗବାନ ରାମ ଲକ୍ଷ୍ମଣଙ୍କୁ କହିଥିଲେ ଯେ, ଯଦି କେହି କାହାଠାରୁ ଜ୍ଞାନ ଆହରଣ କରିବାକୁ ଚାହାଁନ୍ତି, ତେବେ ଉକ୍ତ ବ୍ୟକ୍ତି ଜଣକ ତାଙ୍କ ପାଦ ନିକଟରେ ଠିଆ ହେବା ଉଚିତ୍ ଏବଂ ତାଙ୍କ ମୁଣ୍ଡ ପାଖରେ ନୁହେଁ । ଏହା ଶୁଣି ଲକ୍ଷ୍ମଣ ପୁନର୍ବାର ରାବଣକୁ ଯାଇ ତାଙ୍କ ପାଦ ପାଖରେ ଠିଆ ହେଲେ । ସେତେବେଳେ ମହାନ ରାଜନୀତିଜ୍ଞ, ପୁରୋହିତ ଓ ଜ୍ଞାନର ଭଣ୍ଡାରରେ ପରିପୂର୍ଣ୍ଣ ଥିବା ରାବଣ ଲକ୍ଷ୍ମଣଙ୍କୁ ଏପରି ୫ଟି କଥା କହିଥିଲେ ଯାହା ଜୀବନରେ ସଫଳତାର ଚାବିକାଠି ଅଟେ ।

1. ପ୍ରଥମ ଉପଦେଶ : ରାବଣ କହିବା ଅନୁଶସାରେ ମନୁଷ୍ୟ କିମ୍ବା କୌଣସି ଶତ୍ରୁକୁ କେବେ ବି ନିଜ ଠାରୁ ଦୁର୍ବଳତା ଭାବିବା ଉଚିତ ନୁହେଁ । କାରଣ ଯାହାକୁ ଆମେ ଦୁର୍ବଳ ଭାବି ସହନଶୀଳତା ଦେଖାଉଛୁ ବାସ୍ତବରେ ସେ ଆମ ଠାରୁ ବହୁତ ଶକ୍ତିଶାଳୀ ଓ ବୁଦ୍ଧିମାନ ହୋଇଥାଏ ।

2. ଦ୍ଵିତୀୟ ଉପଦେଶ : ମନୁଷ୍ୟ ସବୁବେଳେ ଉପଦ୍ଧେଷ୍ଠାଙ୍କ ସମସ୍ତ କଥା ମାନିବା ଉଚିତ । କାରଣ ସୃଷ୍ଟିର ଆରମ୍ଭ ଠାରୁ ମନୁଷ୍ୟ ସର୍ବଦା ଅନ୍ୟର ଅମଙ୍ଗଳ ଚିନ୍ତା କରିଥାଏ ଏବଂ ଅନିଷ୍ଟ ଚିନ୍ତା ହିଁ କରିଥାନ୍ତି ! ତେଣୁ ଉପଦ୍ଧେଷ୍ଠା କଥା ମାନି ଚାଲିବ ଦରକାର । ଉପଦ୍ଧେଷ୍ଠା ଜଣକ ଯେ କେହି ହୁଅନ୍ତୁ ନା କାହିଁକି, ସେମାନଙ୍କ କଥା ମାନି ଚାଲିବା ନିହାତି ଜରୁରୀ ।

pinterest

3. ତୃତୀୟ ଉପଦେଶ : ନିଜ ଜୀବନରେ କେବେ ବି କେଉଁ ନାରୀଙ୍କୁ ଅସଦାଚରଣ, ଖରାପ ବ୍ୟବହାର କରନ୍ତୁ ନାହିଁ କିମ୍ଵା ଖରାପ ନଜରରେ ଦେଖନ୍ତୁ ନାହିଁ ! କାରଣ ଯେଉଁମାନେ ପର ନାରୀମାଙ୍କୁ ଖରାପ ନଜରରେ ଦେଖନ୍ତି, ସେହି ବ୍ୟକ୍ତିମାନେ ଜୀବନରେ ସର୍ବଦା ଦୁଃଖ କଷ୍ଟ ଭୋଗ କରନ୍ତି ।

4. ଚତୁର୍ଥ ଉପଦେଶ : କେବେ ମଧ୍ୟ ନିଜର ସାମର୍ଥ୍ୟ ଅଥବା ନିଜ ବାହୁବଳକୁ ଅପବ୍ୟବହାର କରିବା ଉଚିତ ନୁହେଁ । ଆମର ଦାନ୍ତ ଯେମିତି ଗୁଆକୁ ଖଣ୍ଡ ବିଖଣ୍ଡ କରିଦିଏ, ଠିକ୍ ସେହିପରି ଗର୍ବ ମଧ୍ୟ ମନୁଷ୍ୟକୁ ଭାଙ୍ଗିଚୁରମାର ଦେଇଥାଏ ।

newstrend

5. ପଞ୍ଚମ ଉପଦେଶ : ଆମେ କେବେ ମଧ୍ୟ ଶତ୍ରୁ କିମ୍ବା ମିତ୍ରକୁ ଅଣଦେଖା କରିବା ଉଚିତ ନୁହେଁ ବରଂ ଉଭୟ ଶତ୍ରୁ ଏବଂ ମିତ୍ରକୁ ପରଖିବା ଦରକାର । ଯେଉଁମାନଙ୍କୁ ଆମେ ନିଜର ବୋଲି ଭାବିଥାଉ, ବାସ୍ତବେ ସେମାନେ ହିଁ ଆମର ଶତ୍ରୁ ହୋଇଥାନ୍ତି । ଆଉ ଯେଉଁମାନଙ୍କୁ ଆମେ ଆମର ଶତ୍ରୁ ବୋଲି ଭାବୁଛୁ, ସେମାନେ ଆମର ମିତ୍ର ସାଜି ଆମର ଦୁଃଖଦ ସମୟରେ ଆପଣାର ଅର୍ଥାତ ନିଜର ବୋଲି ସାବ୍ୟସ୍ତ କରିଦିଅନ୍ତି । ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭଲ ଭାବରେ ପରଖିବା ଦରକାର ।

ଆଶା କରୁଛୁ ଅନୁଛେଦରେ ପ୍ରଦାନ କରିଯାଇଥିବା ପୌରଣିକ ତଥ୍ୟ ଆପଣଙ୍କୁ ପସନ୍ଦ ଆସିବ । ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟ ସେୟାର କରନ୍ତୁ । ଧନ୍ୟବାଦ !

Leave a Reply

Your email address will not be published. Required fields are marked *