ସ୍ନାନ କରିବା ସମୟରେ ଏହି ପାଞ୍ଚଟି କାମ ଭୁଲରେ ମଧ୍ୟ କରନ୍ତୁ ନାହିଁ ! ନଚେତ୍…

ସ୍ନାନ କରିବା ସମୟରେ ଏହି ପାଞ୍ଚଟି କାମ ଭୁଲରେ ମଧ୍ୟ କରନ୍ତୁ ନାହିଁ ! ନଚେତ୍…

‘ଜ୍ୟୋତିଷ ଶାସ୍ତ୍ର’ରେ ଏପରି କିଛି ଉପାୟ କୁହାଯାଇଛି ଯାହାର ସାହାଯ୍ୟରେ ଅପଣଙ୍କୁ ବହୁତ ଲାଭ ମିଳିଥାଏ । କିନ୍ତୁ ଆପଣ ଆପଣଙ୍କ ଦିନଯାକ ସମୟରେ କିଛି ଛୋଟ ଛୋଟ କାର୍ଯ୍ୟ ଏପରି କରିଥାନ୍ତି ଯାହା ଆପଣଙ୍କୁ ବହୁତ ସାମାନ୍ୟ ଲାଗିଥାଏ ଏବଂ ଆପଣଙ୍କୁ ଏହା ଲାଗିଥାଏ ଯେ ଏହାର କୌଣସି ପ୍ରଭାବ ଆପଣଙ୍କ ଜୀବନ ସହିତ ଜଡିତ ନୁହେଁ । କିନ୍ତୁ ଆପଣଙ୍କ ଭାଗ୍ୟ ଗ୍ରହ ନକ୍ଷେତ୍ର ମାନଙ୍କ ସହିତ ଗଭୀର ସମ୍ପର୍କ ଥାଏ ।

ଯାହାକି ଆପଣଙ୍କ ଜୀବନରେ ଆସିବାକୁ ଥିବା ସମୟକୁ ଶୁଭ ଏବଂ ଅଶୁଭରେ ପରିଣତ କରିଥାଏ । ଜାଣ ବା ଅଜାଣତରେ ଯଦି ଆପଣ କୌଣସି ଭୁଲ୍ କାମ କରିଦିଅନ୍ତି ତେବେ ଭବିଷ୍ୟତରେ ଏହାର ଖରାପ ପ୍ରଭାବ ଆପଣଙ୍କୁ ଭୋଗିବାକୁ ପଡ଼ିପାରେ । ଏପରି କାର୍ଯ୍ୟ ମଧ୍ୟରୁ ଏକ ମହତ୍ୱପୂର୍ଣ କାର୍ଯ୍ୟ ହେଉଛି ଆପଣଙ୍କ ପ୍ରତିଦିନ ଗାଧୋଇବାର ସମୟ । ଯାହାକି ପ୍ରତିଦିନ ଆପଣ ଦିନର ଆରମ୍ଭରୁ କରିଥାନ୍ତି । ତେବେ ଏପରି କେଉଁ କାର୍ଯ୍ୟ ଅଟେ ଯାହା ଆପଣଙ୍କୁ ଭୁଲରେ ମଧ୍ୟ ଗାଧୋଇବା ସମୟରେ କରିବା ଉଚିତ ନୁହେଁ ଯାହାକି ଅତି ଅଶୁଭ ବିଚାର କରାଯାଏ ଏହି ଆର୍ଟିକିଲରେ ଆମେ ଜାଣିବା । ଏଥିପାଇଁ ଅର୍ଟିକେଲ୍ କୁ ସମ୍ପୂର୍ଣ୍ଣ ପଢନ୍ତୁ ।ତେବେ ଆସନ୍ତୁ ଆରମ୍ଭ କରିବା ।

ଗାଧୋଇବା ସମୟରେ ଯାହାବି ଆପଣ କରିଥାନ୍ତି ତାହାର ସିଧା ପ୍ରଭାବ ରାହୁ ଏବଂ କେତୁ ଏବଂ ଚନ୍ଦ୍ରଙ୍କ ଉପରେ ପଡିଥାଏ ।ରାହୁ ଏବଂ କେତୁଙ୍କ ଦୋଷ ଯାହା ଉପରେ ବିପରୀତ ହୋଇଯାଏ ଦରିଦ୍ର ଏବଂ ଦୁର୍ଭାଗ୍ୟର ସମ୍ମୁଖିନ ସେମାନେ ହୋଇଥାନ୍ତି ।ପ୍ରଥମଟି ହେଉଛି ଗାଧୋଇବା ସମୟରେ ବାଥରୁମରେ କେବେହେଲେ ନଖ କାଟନ୍ତୁ ନାହିଁ । ଏହା ହାତର ନଖ ହୋଇଥାଉ କିମ୍ବା ଗୋଡ଼ର ଆପଣ ଗାଧୋଇବା ପୂର୍ବରୁ କାଟି ପାରନ୍ତି ଏବଂ ଗାଧୋଇବା ପରେ ମଧ୍ୟ କାଟି ପରନ୍ତି । କିନ୍ତୁ ଗାଧୋଇବା ସମୟରେ ନଖ କାଟିବା ଉଚିତ ନୁହେଁ । ଏହି ଭୁଲ୍ କେବେହେଲେ କରନ୍ତୁ ନାହିଁ । ଏହାକୁ ଅଶୁଭ ବିଚାର କରାଯାଏ ।

ଦ୍ୱିତୀୟ କଥା ହେଉଛି କେବେହେଲେ ବାଥରୁମରେ ଶେଭିଙ୍ଗ କରନ୍ତୁ ନାହିଁ । କିଛି ଲୋକ ଗାଧୋଇବା ପୂର୍ବରୁ ଶେଭିଙ୍ଗ କରିଥାନ୍ତି ଏବଂ କିଛି ଲୋକ ଗାଧୋଇବା ପରେ ମଧ୍ୟ ଶେଭିଙ୍ଗ କରିଥାନ୍ତି କିନ୍ତୁ ଆପଣ କେବେହେଲେ ଗାଧୋଇବା ସମୟରେ ବାଥରୁମରେ ଶେଭିଂ କରନ୍ତୁ ନାହିଁ । ଏହା ମଧ୍ୟ ଅଶୁଭ ବିଚାର କରାଯାଏ ।

ତୃତୀୟରେ ରହିଛି ଅନ୍ୟ ଘର ଦ୍ୱାରା ଦିଆ ଯାଇଥିବା ଜିନିଷ କିମ୍ବା କିଛି ବାହାର ଲୋକଙ୍କ ଦ୍ଵାରା ଦିଆଯାଇଥିବା ବସ୍ତୁକୁ ବାଥରୁମରେ ବ୍ୟବହାର କରନ୍ତୁ ନାହିଁ । ଏହି ବସ୍ତୁ ଯେପରି ମଗ୍,ବାଲ୍ଟି ଆଦି । ଅନ୍ୟଥା ଆପଣଙ୍କୁ ପାପ ଭୋଗିବକୁ ପଡିଥାଏ ।ଏହା ସହିତ ଆପଣଙ୍କୁ ଅନ୍ୟକାହାର ଟାୱେଲ୍ ମଧ୍ୟ ଵ୍ୟଵହାର କରିବା ଉଚିତ ନୁହେଁ । କେବଳ ନିଜର ଟାୱେଲ୍ ବ୍ୟବହାର କରନ୍ତୁ ଅନ୍ୟଥା କିଛି ଦୋଷ ଆପଣଙ୍କ ଶରୀର ସହିତ ଯୋଡି ହୋଇଯାଇଥାଏ ।


ଚତୁର୍ଥରେ ହେଉଛି ଗାଧୋଇବା ପରେ ତୁରନ୍ତ ଅଗ୍ନିର ସ୍ପର୍ଶ କରିବା ଠିକ୍ ନୁହେଁ । ଅଗ୍ନି ଏବଂ ପାଣି ଏକା ସାଙ୍ଗରେ ରହିବା ବହୁତ ଦୋଷ ବଢ଼ାଇଥାଏ । କେବେହେଲେ ଗାଧୋଇବା ପରେ କିମ୍ବା ଓଦା ବସ୍ତ୍ରରେ ଘରର ସ୍ତୋଭ କିମ୍ବା ଚୂଲା ଆଦି ଜଳାଇବେ ନାହିଁ । ଅତିକମରେ ଗାଧୋଇବାର ୧୦ ମିନିଟ୍ ପରେ ଅଗ୍ନିର ବ୍ୟବହାର କରିପାରିବେ ।

ସ୍ନାନ କରିବାକୁ ଆମ ହିନ୍ଦୁ ଧର୍ମରେ ପବିତ୍ର ବିଚାର କରାଯାଇଥାଏ । ଏହିପରି ମାନ୍ୟତା ରହିଛିଯେ ସ୍ନାନ କରିବା ଦ୍ୱାରା ଶରୀର ପରିଷ୍କାର ହେବା ସହିତ ନିଜର ଚିନ୍ତାଧାରା ସ୍ୱଚ୍ଛ ହୋଇଥାଏ । ଏହି ସମୟରେ କେବେହେଲେ କିଛି କୁଚିନ୍ତା କରନ୍ତୁ ନାହିଁ ।ଏହାଦ୍ୱାରା କିଛି ଦୋଷ ଆପଣଙ୍କ ସହ ଯୋଡି ହୋଇଯାଇଥାଏ ।ତେବେ ଏହି ସମୟରେ ଏପରି ଚିନ୍ତା କରନ୍ତୁ ନାହଁ ।

Leave a Reply

Your email address will not be published. Required fields are marked *