ଆଜି ବିଷୁବସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ : ଆଜିର ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ୬ଟି କାର୍ଯ୍ୟ ।

ଆଜି ବିଷୁବସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ : ଆଜିର ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ୬ଟି କାର୍ଯ୍ୟ ।

ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ହନୁମାନ ଜୟନ୍ତୀ ଏବଂ ପଣା ସଂକ୍ରାନ୍ତିଦିନ କେଉଁ ସବୁ କାର୍ଯ୍ୟ କରିବା ଅଶୁଭ ହୋଇଥାଏ? ଏହା ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ତେବେ ଆସନ୍ତୁ ଆରମ୍ଭ କରିବା । ଆପଣ ସମସ୍ତେ ଜାଣିଥିବେ ଆଜି ଅର୍ଥାତ ୧୪ ତାରିଖ, ବୁଧବାର ଦିନ ହେଉଛି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ହିନ୍ଦୁଧର୍ମ ଏବଂ ଓଡ଼ିଆ ସଂସ୍କୃତି ଅନୁସାରେ ଏହିଦିନକୁ ଓଡ଼ିଆ ନବ ବର୍ଷରୂପେ ପାଳନ କରାଯାଏ । ଏବଂ ଏହି ଦିନ ଭଗବାନ ହନୁମାନଙ୍କ ଜନ୍ମ ହୋଇଥିବାରୁ ଏହିଦିନକୁ ହନୁମାନ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ ।

ଏହିଦିନ ସୁର୍ଯ୍ୟଦେବ ମୀନା ରାଶିରୁ ମେଷ ରାଶିରେ ପ୍ରବେଶ କରିଥାନ୍ତି ଏବଂ ସୂର୍ଯ୍ୟ ପୃଥିବୀରର ନିକଟତର ହେବା କାରଣରୁ ଜଳ ସ୍ତର କମିଯାଇଥାଏ ଏବଂ ତାପମାତ୍ରା ବଢି ଯାଇଥାଏ । ଏଥିପାଇଁ ଏହିଦିନ ମାତା ବୃନ୍ଦାବତିଙ୍କୁ ଜଳ ଦାନ କରାଯାଇଥାଏ । ବେଲ ଏବଂ ବିଭିନ୍ନ ଫଳର ପଣା ତିଆରି କରାଯାଇଥାଏ ।

କଣ ଆପଣ ଜାଣିଛନ୍ତି ? ଜାଣତରେ ହେଉ କିମ୍ବା ଅଜାଣଟରେ ହେଉ ଏହି ଦିନ ଯଦି କିଛି ଭୁଲ କାର୍ଯ୍ୟ କରନ୍ତି ତେବେ ତାହା ଆପଣଙ୍କ ଜୀବନରେ ଖରାପ ପ୍ରଭାବ ପକାଇଥାଏ । ଏହାଦ୍ୱାରା ଆମକୁ ଆର୍ଥିକ ଏବଂ ଶାରୀରିକ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ । ତେବେ ଅସନ୍ତୁ ସେହି ସବୁ କାମ ବିଷୟରେ ଜାଣିବା ।

୧. କଥାବାର୍ତ୍ତା କରିପାରୁନଥିବା ଜୀବମାନଙ୍କୁ ଗୋଇଠା ମାରିବା ଦ୍ୱାରା ଧନର ଅଭାବ ଏବଂ ଘରେ ନକରତ୍ମକ ଶକ୍ତିର ପ୍ରବେଶ ହୋଇଥାଏ । ତେଣୁ କଦାପି ଜୀବଜନ୍ତୁମାନଙ୍କୁ ଗୋଇଠା ମରନ୍ତୁ ନାହିଁ । ଗୋରୁଗାଈ ମାନଙ୍କୁ ଭୁଲରେ ହେଲେ ମଧ୍ୟ ଆଘାତ ଦିଅନ୍ତୁ ନାହିଁ କିମ୍ବା ଗୋଇଠା ମାରନ୍ତୁ ନାହିଁ । କାରଣ ସେମାନଙ୍କ ଶରୀରରେ ସ୍ଵୟଂ ଭାଗବାନ ବିଷ୍ଣୁ ବାସ କରିଥାନ୍ତି । ଏହିଦିନ ଗୋମାତାଙ୍କୁ ପୂଜା କରିବା ଦ୍ୱାରା ମନସ୍କାମନା ପୁରଣ ହୋଇଥାଏ ।

୨. ସାଙ୍ଗମାନେ ପବିତ୍ର ପଣା ସଂକ୍ରାନ୍ତି ଦିନ କୌଣସି ବ୍ୟକ୍ତି କିମ୍ବା ଗୁରୁଜନ ମାନଙ୍କ ଅପମାନ କରିବା ଉଚିତ ନୁହେଁ । ଏହାଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ଏହାର ପ୍ରଭାବ ସମଗ୍ର ପରିବାର ଉପରେ ପଡିଥାଏ । ଏଥିପାଇଁ ପବିତ୍ର ପଣା ସଂକ୍ରାନ୍ତି ଦିନ ସ୍ନାନ କରି ସାରିବା ପରେ ଗୁରୁଜନ ମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନିଅନ୍ତୁ । ଏହାଦ୍ୱାରା ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ।

୩. ଘରକୁ ଆସିଥିବା ଅତିଥିମାନଙ୍କ ଅପମାନ କରିବା ଉଚିତ ନୁହେଁ । ଏହାଦ୍ୱାରା ଭଗବାନ କ୍ରୋଧିତ ହୋଇଥାନ୍ତି । ଯଦି କୌଣସି ଅସହାୟ ବ୍ୟକ୍ତି ଆପଣଙ୍କ ପାଖକୁ ଆସୁଛି; ତେବେ ସେହି ବ୍ୟକ୍ତିକୁ କେବେହେଲେ ଖାଲି ହାତରେ ଫେରନ୍ତୁ ନୁହେଁ, ନିଜର ଶକ୍ତି ସାମର୍ଥ୍ୟ ଅନୁସାରେ ଆସିଥିବା ବ୍ୟକ୍ତିକୁ ସାହାଯ୍ୟ କରନ୍ତୁ ।

୪. ବିଶ୍ୱାସ ଘାତ କରନ୍ତୁ ନାହିଁ । ବିଶ୍ୱାସ ଘାତ କୌଣସି ପାପ ଠାରୁ କମ ନୁହେଁ । ଆମେ ଯେବେବି କୌଣସି ବ୍ୟକ୍ତିକୁ ଧୋକା ଦେଇଥାନ୍ତି, ତାହାର ପରିଣାମ ଆମକୁ ହିଁ ଭୋଗିବାକୁ ପାଡିଥାଏ । ସେଥିପାଇଁ ଶାସ୍ତ୍ର ଅନୁସାରେ ଧୋକାଦେବା ସବୁଠାରୁ ହୀନ କାର୍ଯ୍ୟ ଅଟେ । ଏହାର ପ୍ରଭାବ ମଣିଷର ଜୀବନ ଉପରେ ପଡିଥାଏ । ତେଣୁ ବିଶେଷ କରି ପଣା ସଂକ୍ରାନ୍ତି ଦିନ ଏହିଠାରୁ କାର୍ଯ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ ।

୫. ଝାଡୁକୁ ଘରର ମୁଖ୍ୟଦ୍ୱାରରେ ରଖନ୍ତୁ ନାହିଁ । ଝାଡୁକୁ ଘରର ମୁଖ୍ୟ ଦ୍ୱାରରେ ରଖିବା ଦ୍ୱାରା ଘରକୁ ନକରତ୍ମକ ଉର୍ଜା ମାଡି ଆସିଥାଏ । ଏଥିପାଇଁ କେବେହେଲେ ଝାଡୁକୁ ଘରର ମୁଖ୍ୟଦ୍ୱାରରେ ରଖନ୍ତୁ ନାହିଁ ।

୬. ଆଜିକାର ଦୁନିଆରେ ମଦ୍ୟପାନ କରିବା ଏକ ସାଧାରଣ କଥା ହୋଇଗଲାଣି । ସମସ୍ତେ ଜାଣନ୍ତି ମଦ୍ୟପାନ କରିବା ଦ୍ଵାରା ସ୍ୱାସ୍ଥ୍ୟ ହାନୀ ମଧ୍ୟ ହୋଇଥାଏ, ତଥାପି ମନୁଷ୍ୟ ନିଜର ସ୍ବଭାବରେ ଅଟଳ । କିନ୍ତୁ ବିଷୁବ ସଙ୍କ୍ରନ୍ତି ଦିନ ବିଶେଷ କରି ମଦ୍ୟପାନ କରିବା ଉଚ୍ଚିତ ନୁହେଁ । ଏହି ଦିନ ମଦ୍ୟପାନ କରିବା ଦ୍ଵାରା ମାଆ ଲକ୍ଷ୍ମୀଙ୍କ କ୍ରୋଧର ପାତ୍ର ହେବାକୁ ପଡିଥାଏ ଓ ଘରେ ସର୍ବଦା ଦରିଦ୍ରତା ଲାଗିରହିଥାଏ ।

ତେଣୁ ପବିତ୍ର ପଣାସଂକ୍ରାନ୍ତି ଏବଂ ବିଷୁବସଂକ୍ରାନ୍ତି ଦିନ ଏହି ସବୁ କର୍ଯ୍ୟ ଭୁଲରେ ମଧ୍ୟ କରନ୍ତୁ ନାହିଁ । ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ !

Leave a Reply

Your email address will not be published. Required fields are marked *