ପବିତ୍ର ଗଣେଶ ପୂଜା ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ୫ଟି କାମ ।

ଆସନ୍ତାକାଲି ହେଉଛି ପବିତ୍ର ଗଣେଶ ପୂଜା । ଶାସ୍ତ୍ର ଅନୁସାରେ ଏହି ଦିନଟିକୁ ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା କରାଯାଇଛି । ଏହିଦିନ ଅଧିକାଂଶ ଲୋକମାନେ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ଏହିଦିନ ଜଣାତରେ ହେଉ ବା ଅଜାଣତରେ ଯଦି କିଛି ଭୁଲ୍ ହୋଇଯାଇଥାଏ, ତେବେ ଏହା ଆମ ଜୀବନ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଯେଉଁଥି କାରଣରୁ ଆମକୁ ଉଭୟ ଶାରୀରିକ, ମାନସିକ ଓ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ଚାଲନ୍ତୁ ଆଜିର ଏହି ଅନୁଛେଦରେ ଆମେ ଜାଣିବା ପବିତ୍ର ଗଣେଶ ପୂଜା ଦିନ କେଉଁ ୫ଟି ଭୁଲ୍ କାମ କରିବା ଉଚିତ ନୁହେଁ ।

Google

୧) କଥାବାର୍ତ୍ତା କରି ପାରୁନଥିବା ଜୀବଜନ୍ତୁଙ୍କ ଉପରେ ଲାତ ମାରିବା ଉଚିତ ନୁହେଁ । ଗୋଇଠା ମାରିବା ଦ୍ୱାରା ଘରେ ଧନର ଅଭାବ ରହିଥାଏ । ତାହା ସହିତ ଘରେ ନକରାତ୍ମକ ଉର୍ଜ୍ଜା ପ୍ରବେଶ କରିଥାଏ । ତେଣୁ ଭୁଲରେ ମଧ୍ୟ କେବେ ଜୀବଜନ୍ତୁ ମାନଙ୍କୁ ଲାତ ମାରନ୍ତୁ ନାହିଁ । ବିଶେଷ କରି ଗୋରୁଗାଈ ମାନଙ୍କୁ ଆଘାତ କରନ୍ତୁ ନାହିଁ ଏବଂ ଗୋଇଠା ମାରନ୍ତୁ ନାହିଁ । କାରଣ ପ୍ରତ୍ୟେକ ଜୀବ ମଧ୍ୟରେ ଭଗବାନ ବିଷ୍ଣୁ ବାସ କରନ୍ତି ।

Google

୨) ପବିତ୍ର ଗଣେଶ ପୂଜା ଦିନ କୌଣସି ବ୍ୟକ୍ତି ବା ଗୁରୁଜନ ମାନଙ୍କୁ ଅସମ୍ମାନ କରିବା ଉଚିତ ନୁହେଁ । ଏଭଳି କରିବା ଦ୍ୱାରା ମାତା ଲଷ୍ମୀ ରାଗିଥାନ୍ତି । ଏହାର ପରିଣାମ ପରିବାରକୁ ଭଗିବାକୁ ପଡ଼ିଥାଏ ।

୩) ଘରକୁ ଆସିଥିବା ଅତିଥିମାନଙ୍କୁ ଅପମାନ କରନ୍ତୁ ନାହିଁ । ଅତିଥି ଭଗବାନ ତୁଲ୍ୟ ହୋଇଥାନ୍ତି । ତେଣୁ ଘରକୁ ଆସିଥିବା ଅତିଥିଙ୍କର କେବେ ମଧ୍ୟ ଅପମାନ କରନ୍ତୁ ନାହିଁ । ଯାହାଦ୍ୱାରା ଘରେ ଅମଙ୍ଗଳ ହୋଇଥାଏ । ଏହି ଗଣେଶ ପୂଜା ଦିନ କୌଣସି ଅସହାୟ ଲୋକ ଆପଣଙ୍କ ଘରକୁ ଆସିଲେ, ତେବେ ତାଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ ।

Google

୪) ବିଶ୍ୱାସଘାତ କୌଣସି ପାପ ଠାରୁ କମ୍ ନୁହେଁ । ଆମେ ଯେତେବେଳେ ମଧ୍ୟ କୌଣସି ଲୋକ ସହିତ ବିଶ୍ୱାସଘାତ କରିଥାଉ, ତେବେ ତାହାର ବିଶ୍ୱାସ ଆମ ଉପରେ ଭାଙ୍ଗି ଯାଇଥାଏ । ତେଣୁ ଶାସ୍ତ୍ରରେ ଧୋକା ଦେବା ସବୁଠାରୁ ହୀନ କାର୍ଯ୍ୟ ବୋଲି କୁହାଯାଇଛି । ଏହାର ପ୍ରଭାବ ମନୁଷ୍ୟ ଜୀବନ ଉପରେ ପଡ଼ିଥାଏ । ତେଣୁ ପବିତ୍ର ଗଣେଶ ପୂଜା ଦିନ ଏଭଳି ଭୁଲ୍ କାମ ଠାରୁ ଦୂରେଇ ରୁହନ୍ତୁ ।

Google

୫) ଘରର ମୁଖ୍ୟ ଦ୍ୱାରରେ ଝାଡୁ ରଖନ୍ତୁ ନାହିଁ । ଝାଡୁ ଏକ ବ୍ୟବହାରିକ ଜିନିଷ । ଯାହାକି ନକରାତ୍ମକ ଉର୍ଜ୍ଜାକୁ ନଷ୍ଟ କରିଦେଇଥାଏ । ଯଦି ଏହାକୁ ଘରର ମୁଖ୍ୟ ଦ୍ୱାର ପାଖରେ ରଖିବେ, ତେବେ ନକରାତ୍ମକ ଉର୍ଜ୍ଜା ସୃଷ୍ଟି ହେବା ସହିତ ବିପଦ ମାଡ଼ି ଆସିଥାଏ । ତେଣୁ ଝାଡୁ ଆପଣଙ୍କ ଘରେ ଏମିତି ସ୍ଥାନରେ ରଖିବା ଉଚିତ, ଯେମିତିକି ଏହାର ଉପରେ କାହାରି ମଧ୍ୟ ନଜର ପଡୁ ନଥିବ । କାରଣ ଝାଡୁ ମାତା ଲଷ୍ମୀଙ୍କ ଅତି ପ୍ରିୟ ହୋଇଥାଏ ।

Be the first to comment

Leave a Reply

Your email address will not be published.


*