ଏହି ୪ଟି କାର୍ଯ୍ୟ ଘରେ ଭୁଲରେ ମଧ୍ୟ କରନ୍ତୁ ନାହିଁ, ନଚେତ୍ ହୋଇପାରେ ଧନକ୍ଷୟ ଓ ବଢ଼ିପାରେ ଅଶାନ୍ତି !

ଏହି ୪ଟି କାର୍ଯ୍ୟ ଘରେ ଭୁଲରେ ମଧ୍ୟ କରନ୍ତୁ ନାହିଁ, ନଚେତ୍ ହୋଇପାରେ ଧନକ୍ଷୟ ଓ ବଢ଼ିପାରେ ଅଶାନ୍ତି !

ଦୁନିଆର ପ୍ରତ୍ୟେକ ଲୋକମାନେ ଚାହିଁଥାନ୍ତି କି, ଘର ସବୁବେଳେ ସୁଖ ଓ ସମୃଦ୍ଧି ହୋଇ ବଜାୟ ରହୁ । ସେଥିପାଇଁ ଆମେମାନେ ଖାସ୍ କରି ବାସ୍ତୁ ଶାସ୍ତ୍ରର ଦିଗ ଉପରେ ଧ୍ୟାନ ଦେଇଥାଉ । ଏବଂ ବାସ୍ତୁ ଶାସ୍ତ୍ରର ନିୟମ ଗୁଡ଼ିକୁ ପାଳନ କରିଥାଉ । କିନ୍ତୁ ଏହା ସତ୍ତ୍ୱେ ଆମେ ବେଳେବେଳେ ଗୃହରେ ଏଭଳି କିଛି କାର୍ଯ୍ୟ ଗୁଡ଼ିକୁ କରି ଦେଇଥାଉ ଯାହା ଦ୍ୱାରା ଗୃହରେ ସବୁବେଳେ ଟଙ୍କାର ଅଭାବ ଓ ଅଶାନ୍ତି ଲାଗି ରହିଥାଏ । ଯେତେ ଟଙ୍କା ଅର୍ଜନ କରିଲେ ମଧ୍ୟ ଧନ ସଞ୍ଚୟ ହୋଇ ପାରି ନଥାଏ । ତେଣୁ ଧନକୁ ସଞ୍ଚୟ କରିବାପାଇଁ ଓ ଧନକ୍ଷୟରୁ ବଞ୍ଚିବା ପାଇଁ କିଛି ବାସ୍ତୁ ଶାସ୍ତ୍ରର ନିୟମ ଗୁଡ଼ିକୁ ମଧ୍ୟ ପାଳନ କରିବାକୁ ପଡ଼ିଥାଏ । ଆଜି ଆମେ ଆପଣଙ୍କୁ ସେହି ୪ଟି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଗୃହରେ ଭୁଲରେ ମଧ୍ୟ କରିବା ଉଚିତ୍ ନୁହେଁ, ନଚେତ୍ ଏହାର ପରିଣାମ ଭଗିବାକୁ ପଡ଼ିବ । ତେବେ ଚାଲନ୍ତୁ ଆଜି ସେହି ୪ଟି କାର୍ଯ୍ୟ ବିଷୟରେ ସମ୍ପୂର୍ଣ୍ଣ ରୂପେ ଜାଣିବା ଯାହାକୁ କି, ଭୁଲରେ ମଧ୍ୟ କେବେ କରିବା ଉଚିତ୍ ନୁହେଁ ।

୧) ଦହି –

google

ରାତ୍ରରେ ଦହି ଖାଇବା ଅନୁଚିତ ଅଟେ । ରାତ୍ରରେ ଦହି ଖାଇଲେ ଧନକ୍ଷହ ହୋଇଥାଏ ଏହାସହ ରାତ୍ରରେ ଝାଡୁ ମାରିବା ଓ ଘରର ଅଳିଆ ବାହାରକୁ ଫିଙ୍ଗିବା ମଧ୍ୟ ଅନୁଚିତ । ଏହାଦ୍ୱାରା ମାତା ଲଷ୍ମୀ ଗୃହ ତ୍ୟାଗ କରିଥାନ୍ତି ।

୨) ଅନ୍ନ ଗ୍ରହଣ –

google

ଖାଇବା ସମୟରେ ଉତ୍ତର କିମ୍ବା ପୂର୍ବ ଦିଗକୁ ମୁହଁକରି ଭୋଜନ କରିବା ଉଚିତ୍ । ଭୁଲରେ ମଧ୍ୟ ଦକ୍ଷିଣ କିମ୍ବା ପଶ୍ଚିମ ଦିଗକୁ ମୁହଁ କରି ଭୋଜନ କରନ୍ତୁ ନାହିଁ । ଏହା ସହିତ କେବେ ମଧ୍ୟ ଭୁଲରେ ମଧ୍ୟ ଜୋତା ପିନ୍ଧି ଖାଦ୍ୟ ଖାଆନ୍ତୁ ନାହିଁ । ଏଭଳି କରିଲେ ଧନକ୍ଷୟ ହୋଇଥାଏ ଓ ଯେତେ ଟଙ୍କା ଅର୍ଜନ କରିଲେ ମଧ୍ୟ ନିଅଣ୍ଟ ହୋଇଥାଏ ।

୩) ଫୁଲ –

google

ଘରେ ଠାକୁରଙ୍କ ଉପରେ ଲାଗି ରହିଥିବା ଫୁଲକୁ ଅନେକ ଲୋକମାନେ ସେହି ଫୁଲ ଶୁଖିବା ପରେ ମଧ୍ୟ ଗୃହରେ ରଖିଥାନ୍ତି । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଶୁଖିଲା ଫୁଲକୁ ଘରେ ରଖିବା ଉଚିତ୍ ନୁହେଁ । ଶୁଖିଲା ଫୁଲ ଘରେ ରଖିଲେ ମାତା ଲଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଏହା ଧନକ୍ଷୟର ପ୍ରମୁଖ କାରଣ ମଧ୍ୟ ହୋଇଥାଏ ।

୪) ଘିଅ / କ୍ଷୀର –

google

ଘିଅ କିମ୍ବା କ୍ଷୀରକୁ ଭୁଲରେ ମଧ୍ୟ କେବେ ଅଇଁଠା ହାତରେ ଛୁଅନ୍ତୁ ନାହିଁ । ଘିଅ ବ୍ୟବହାର କରିବା ସମୟରେ ଶୁଦ୍ଧତା ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ । ଏପରି କରିବା ଦ୍ୱାରା ମାତା ଲଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଘରେ କେବେ ମଧ୍ୟ ଟଙ୍କାର ଅଭାବ ରହି ନଥାଏ । ଏହି ୪ଟି କାର୍ଯ୍ୟକୁ ଆପଣ କେବେବ ମଧ୍ୟ ଭୁଲରେ ମଧ୍ୟ କରନ୍ତୁ ନାହିଁ । ଯାହାଦ୍ୱାରା କି, ଆପଣ ସୁଖ ଶାନ୍ତିରେ ଜୀବନଯାପନ କରି ପାରିବେ ।

Leave a Reply

Your email address will not be published. Required fields are marked *