ଭୁଲରେ ମଧ୍ୟ ଏହି ୫ଟି ଲୋକଙ୍କୁ ଘରକୁ ଡାକନ୍ତୁ ନାହିଁ !

ଭୁଲରେ ମଧ୍ୟ ଏହି ୫ଟି ଲୋକଙ୍କୁ ଘରକୁ ଡାକନ୍ତୁ ନାହିଁ !

ନମସ୍କାର ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଭୁଲରେ ମଧ୍ୟ ଏହି ୫ଟି ଲୋକଙ୍କୁ ଘରକୁ ଡାକନ୍ତୁ ନାହିଁ ।ବନ୍ଧୁଗଣ କୁହାଯାଇଥାଏ କି ସଂସାର ଭିତରେ ଘର କରିଥିଲେ ବନ୍ଧୁବାନ୍ଧବକୁ ଘରକୁ ଡାକିବାକୁ ପଡିଥାଏ । ଯେହେତୁ ଆମେ ସମାଜରେ ରାହୁଥାଉ ଆମର ଇଚ୍ଛା ଏବଂ ଅନିଚ୍ଛା ସତ୍ତ୍ୱେ ମଧ୍ୟ ବୋହୁତ ବନ୍ଧୁବାନ୍ଧବଙ୍କ ସମ୍ପର୍କ ଗଢି ଉଠିଥାଏ । ସେମାନଙ୍କ ମଧ୍ୟରୁ ଆମେ କିଛି ଜଣଙ୍କୁ ପସନ୍ଦ କରୁ ଏବଂ କିଛି ଜଣଙ୍କୁ ଅପସନ୍ଦ କରିଥାଉ । ତେଣୁ ସମାଜର ରୀତି ନୀତି ଅନୁଯାୟୀ ଆମ ଇଚ୍ଛା ନଥିଲେ ମଧ୍ୟ ଆମେ ସେମାନଙ୍କୁ ଘରକୁ ଡାକିଥାଉ ।

କିନ୍ତୁ ସଂସାରରେ ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କୁ ଆମ ଘରକୁ ଡାକିବା ଉଚିତ ନୁହେଁ । ଏମାନଙ୍କୁ ସର୍ବଦା ଆମ ପରିବାରର ସଦସ୍ୟ ମାନଙ୍କୁ ଦୁରେଇ ରଖିବା ଉଚିତ । ନଚେତ୍ ଏହାଦ୍ୱାରା ଆମର କ୍ଷତି ହୋଇଥାଏ । ଆଜି ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ଏହି ୫ଟି ଚରିତ୍ର ଥିବା ବ୍ୟକ୍ତିମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କୁ ଆପଣ କୌଣସି ପରିସ୍ଥିତିରେ ଘରକୁ ଡାକିବା ଉଚିତ୍ ନୁହେଁ । ତେବେ ସେହି ବ୍ୟକ୍ତିମାନଙ୍କ ବିଷୟରେ ଜାଣିବା ପାଇଁ ଏହି ଆର୍ଟିକିଲକୁ ଶେଷ ପର୍ଯ୍ୟନ୍ତ ନିଷ୍ଟିତ ପଢନ୍ତୁ ।

ନମ୍ବର୧. ଦୋହରା ଚରିତ୍ର ବ୍ୟକ୍ତି ଅର୍ଥାତ ଯେଉଁମାନେ ଆପଣଙ୍କ ସାମ୍ନାରେ ପ୍ରଶଂସା କରିଥାଆନ୍ତି କିନ୍ତୁ ପଛପଟେ ଅନ୍ୟ ଆଗରେ ନିନ୍ଦା କରିଥାଆନ୍ତି । ଏମାନେ ବହୁତ କ୍ଷତିକାରକ ଅଟନ୍ତି । ଏଭଳି ଲୋକମାନେ ନିଜ ସ୍ୱାର୍ଥ ପାଇଁ ସବୁବେଳେ ଭଲେଇ ହୁଅନ୍ତି ।ଏମାନେ ଆପଣଙ୍କ ଉର୍ଣ୍ଣତ୍ତି କେବେହେଲେ ସହିପାରନ୍ତି ନାହିଁ ଏବଂ ଆପଣଙ୍କୁ ସବୁବେଳେ ତଳକୁ ଟାଣିବାପାଇଁ ଚେଷ୍ଟା କରିଥାଆନ୍ତି ।ତେବେ ଏମାନଙ୍କୁ ଘରକୁ ଡାକିବା ଦ୍ୱାରା ନିଜର କ୍ଷତି ହୋଇଥାଏ ।

ନମ୍ବର ୨. ଚରିତ୍ରହୀନ ବ୍ୟକ୍ତି କଥାରେ ଅଛି ଥିଲେ ଥାଉ ପଛେ ଗୁଣ ହଜାର କିନ୍ତୁ ଚରିତ୍ର ନଥିଲେ ସବୁ ଅସାର । ଯେଉଁମାନଙ୍କ ଚରିତ୍ର ଠିକ୍ ନାହିଁ ସେମାନଙ୍କୁ ନିଜ ଘରକୁ କେବେହେଲେ ଡକାନ୍ତୁ ନାହିଁ । ଏମାନଙ୍କ ସବୁବେଳେ ଅନ୍ୟ ମହିଳାଙ୍କ ଉପରେ ନଜର ରହିଥାଏ । ଏଥିସହିତ ଏହି ବ୍ୟକ୍ତିମାନଙ୍କ ପାଇଁ ନିଜ ପରିବାରର ମାନସ୍ନମାନ ହାନି ହୋଇଥାଏ । ତେଣୁ ଯେତେବି କଠିନ ପରିସ୍ଥିତି ହେଲେ ମଧ୍ୟ ଏହି ଚରିତ୍ର ବ୍ୟକ୍ତି ମାନଙ୍କୁ ନିଜ ଘରକୁ ଡାକନ୍ତୁ ନାହିଁ ବା ନିଜ ପରିବାରର ଲୋକଙ୍କ ସହ ମିଶିବାକୁ ଦିଅନ୍ତୁ ନାହିଁ ।

ନମ୍ବର ୩. ଦୁଷ୍ଟ ବ୍ୟକ୍ତି ଯେଉଁ ମାନେ ଭଲ କାର୍ଯ୍ୟ କରିନଥାନ୍ତି । ସର୍ବଦା ଅନ୍ୟର ଅମଙ୍ଗଳ ଚାହିଁଥାଆନ୍ତି । ଚୋରି ଡକାୟତିରେ ଲିପ୍ତ ରହିଥାଆନ୍ତି । ଏଭଳି ବ୍ୟକ୍ତିଙ୍କୁ ନିଜ ଘରକୁ କେବେହେଲେ ଡାକନ୍ତୁ ନାହିଁ । ଏମାନେ ଘରକୁ ଆସିବାଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଗୃହ ତ୍ୟାଗ କରିଥାନ୍ତି । ତେଣୁ ନିଜର ମଙ୍ଗଳ ଚାହୁଁଥିଲେ ଦୁଷ୍ଟ ଚରିତ୍ରର ବ୍ୟକ୍ତି ମାନଙ୍କୁ କେବେହେଲେ ଘରକୁ ଡାକନ୍ତୁ ନାହିଁ ।

ନମ୍ବର ୪. ନୀଚ ବ୍ୟକ୍ତି ଯେଉଁମାନେ ଅଶିକ୍ଷିତ ଏବଂ ଅଭଦ୍ର ହୋଇଥାଆନ୍ତି । ଯେଉଁ ମାନଙ୍କୁ ସଂସ୍କାର ବା ସିଷ୍ଟାଚାର କଣ ଜଣାନଥାଏ । ସେମାନଙ୍କୁ କେବେହେଲେ ଘରକୁ ଡାକନ୍ତୁ ନାହିଁ । ଏମାନେ ଘରକୁ ଆସିବା ଦ୍ୱାରା ଏମାନଙ୍କ ମଧ୍ୟରେ ଥିବା କୁସଂସ୍କାର ନିଜ ପରିବାରର ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ଏହି ଲୋକମାନଙ୍କ ଠାରୁ ଯେତେ ସମ୍ଭବ ଦୁରେଇ ରହିବା ଆବଶ୍ୟକ ।

ନମ୍ବର ୫. ଆପଣଙ୍କୁ କଷ୍ଟ ଦେଉଥିବା ବ୍ୟକ୍ତି । ଯେଉଁମାନେ ବିନାକାରଣରେ ଅନ୍ୟକୁ କଷ୍ଟ ଦେଇ ନିଜେ ଖୁସି ଅନୁଭବ କରିଥାଆନ୍ତି ଅନ୍ୟକୁ ଛଳନା ଏବଂ ପ୍ରତାରଣା କରିଥାଆନ୍ତି ସେମାନଙ୍କଠାରୁ ନିଜେ ଏବଂ ନିଜ ପରିବାରକୁ ଦୁରେଇ ରଖନ୍ତୁ । ତେବେ ବନ୍ଧୁଗଣ ଆପଣ କୌଣସି ପରିସ୍ଥିତିରେ ଏହି ୫ଟି ଚାରିତ୍ର ଲୋକମାନଙ୍କୁ ଘରକୁ ଡାକନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *