ଏହିପରି ଭଲ୍ କରନ୍ତୁ ନାହିଁ : ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ…। ଶେଷ ଭୁଲଟି ପ୍ରାୟତଃ ଅଧିକାଂଶ ଲୋକମାନେ କରିଥାନ୍ତି ।

ଏହିପରି ଭଲ୍ କରନ୍ତୁ ନାହିଁ : ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ…। ଶେଷ ଭୁଲଟି ପ୍ରାୟତଃ ଅଧିକାଂଶ ଲୋକମାନେ କରିଥାନ୍ତି ।

୩୩ କୋଟି ଦେବାଦେବୀଙ୍କ ମଧ୍ୟରୁ ସୂର୍ଯ୍ୟଦେବ ଅଧିକ ତେଜସ୍ୱି ବୋଲି କୁହାଯାଏ । ଏପରି ମାନ୍ୟତା ରହିଛି ଯେ ଯେଉଁ ଲୋକଙ୍କ ଉପରେ ସୂର୍ଯ୍ୟଦେବଙ୍କ ଦିବ୍ୟକିରଣ ଓ ଆଶୀର୍ବାଦ ରହିଥାଏ, ସେହି ବ୍ୟକ୍ତି ମାଟି ଧରିଲେ ଧରିଲେ ମଧ୍ୟ ସୁନା ହୋଇଯାଇଥାଏ । ପ୍ରତ୍ୟେକ ଦିନ ଆମ୍ଭେମାନେ ସୂର୍ଯ୍ୟଙ୍କ ଦର୍ଶନ କରିଥାଉ । ପ୍ରଭୁ ସୂର୍ଯ୍ୟଦେବାଙ୍କ ଆଶୀର୍ବାଦ ସର୍ବଦା ଆମ୍ଭମାନଙ୍କ ଉପରେ ରହିଥାଏ । ଯଦି ଆପଣ ସୂର୍ଯ୍ୟଦେବଙ୍କୁ ନିଜ ଭକ୍ତି ଦ୍ଵାରା ପ୍ରସନ୍ନ କରିପାରିବେ, ତେବେ ସୂର୍ଯ୍ୟଦେବ ଆପଣଙ୍କ ଭାଗ୍ୟକୁ ଚମକାଇ ଦେବେ । ତେଣୁ ଅଧିକାଂଶ ଲୋକମାନେ ସକାଳେ ସ୍ନାନ କରିବା ପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତି । ବିଶେଷ କରି ରବିବାର ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବାର ମହତ୍ତ୍ୱ ଅଧିକ ରହିଥାଏ ।

ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରୁଛନ୍ତି । କଣ ଆପଣ ଜାଣନ୍ତି କି, ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଯଦି ଏହି ଭୁଲ ହୋଇଯାଏ, ତେବେ ଏହି ଭୁଲର ପରିଣାମ ଅତି ଭୟଙ୍କର ହୋଇଥାଏ ଓ ଏହାର ପ୍ରାୟଶ୍ଚିତ ମଧ୍ୟ ଆମକୁ କରିବାକୁ ପଦଇଥାଏ । ସୂର୍ଯ୍ୟଦେବ ଯେତେ ଶାନ୍ତଶିଷ୍ଟ ଠିକ ସେହିପରି ତାଙ୍କର କ୍ରୋଧ ମଧ୍ୟ ଅତି ଭୟଙ୍କର ହୋଇଥାଏ । ଯଦି କୌଣସି କାରଣ ବଶତଃ ସୂର୍ଯ୍ୟଦେବ, ଆପଣଙ୍କ ଉପରେ ଥରେ କ୍ରୋଧିତ ହୁଅନ୍ତି, ତେବେ ବ୍ୟକ୍ତିର ଦୁର୍ଭାଗ୍ୟ ସୁନିଶ୍ଚିତ । ତେବେ ଆସନ୍ତୁ ଜାଣିବା ଆଜିର ଏହି ଅନୁଛେଦରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଏହିପରି ଭୁଲ ଯେପରି ନ ହେବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ଏବଂ ଭଗବାନ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପାଆନ୍ତୁ ।

୧) ପ୍ରଥମ ଭୁଲ୍ : ସୂର୍ଯ୍ୟଦେବଙ୍କୁ ସର୍ବଦା ସ୍ନାନ ପରେ ହିଁ ଜଳ ଅର୍ପଣ କରିବା ଉଚିତ । ଏହା ସଙ୍ଗେ ସଙ୍ଗେ ଏହି କଥା ମଧ୍ୟ ମନେ ରଖନ୍ତୁ ଯେ, ଆପଣ ଯେତେବେଳେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବେ ସେହି ସମୟରେ ପାଦରେ ଜୋତା ପିନ୍ଧିବା ଉଚିତ ନୁହେଁ । ଜଳ ଅର୍ପଣ କରିବା ସମୟରେ ଗୋଡ଼ ଓ ହାତ ସଫା ହୋଇଥିବା ଆବଶ୍ୟକ । ଆପଣଙ୍କ ଶରୀରରେ ଜମିହୋଇ ରହିଥିବା ମଇଳା ନକରାତ୍ମକ ଉର୍ଜ୍ଜା ସୃଷ୍ଟି କରିଥାଏ । ଏହି ନକରାତ୍ମକ ଉର୍ଜ୍ଜା ସହିତ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିଲେ ଆପଣଙ୍କୁ କିଛି ମଧ୍ୟ ଫାଇଦା ମିଳିନଥାଏ । ତେଣୁ ସୂର୍ଯ୍ୟଙ୍କ ଜଳ ଅର୍ପଣ କରିବା ସମୟରେ ସବୁବେଳେ ନିଜ ଗୋଡ଼ ଓ ହାତକୁ ସଫା କରି, ଜଳ ଅର୍ପଣ କରିବା ଅତ୍ୟନ୍ତ ଫଳପ୍ରଦ ହୋଇଥାଏ ।

୨) ଦ୍ୱିତୀୟ ଭୁଲ୍ : ଆପଣ ଭଗବାନ ସୂର୍ଯ୍ୟଙ୍କୁ ଯେଉଁ ଜଳ ଅର୍ପଣ କରୁଛନ୍ତି; ତାହା ସଫା ହୋଇଥିବା ଆବଶ୍ୟକ । ଆପଣ ସ୍ନାନ କରିବା ପରେ ହିଁ ଜଳ ଭରିବା ଆବଶ୍ୟକ । ପରେ ସେହି ଜଳକୁ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ । ଗୋଟିଏ କଥାକୁ ଧ୍ୟାନ ରଖିବେ, ଆପଣ ଯେଉଁ ଢାଳରେ ଜଳ ଭରିବେ ତାହା ସବୁ ଦିନ ସଫା ରଖିବା ନିହାତି ଜରୁରୀ । ନଚେତ ଜଳରେ ନକରାତ୍ମକ ଉର୍ଜ୍ଜା ଆସି ଯାଇଥାଏ ଓ ଆପଣଙ୍କ ପୂଜାର ପ୍ରଭାବ ବିପରୀତ ହୋଇଯାଏ ।

୨) ତୃତୀୟ ଭୁଲ୍ : ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଆପଣଙ୍କ ମନ ସ୍ୱଚ୍ଛ ଓ ଶାନ୍ତ ରହିଥିବା ଆବଶ୍ୟକ । ଜଳ ଅର୍ପଣ କରିବା ସମୟରେ ମନରେ କୌଣସି ପ୍ରକାର ଖରାପ ବିଚାର ଆସିବାକୁ ହେବ ନାହିଁ । ବେଳେବେଳେ ଏଭଳି ହୋଇଥାଏ ଯେ, ଆମେ କାହା ସହିତ ଝଗଡ଼ା କରି ବା କାହା ଉପରେ କ୍ରୋଧିତ ଥିବା ଅବସ୍ଥାରେ ଆମେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିଥାଉ । ଏଭଳି କରିବା ଦ୍ଵାରା ଜଳ ଅର୍ପଣ କରିବା କୌଣସି ଫଳପ୍ରଦ ହୋଇନଥାଏ । ଦିନେ ଆପଣ ସୂର୍ଯ୍ୟଙ୍କୁ ଜଳ ଅର୍ପଣ ନ କରିଲେ ଚଳିବ କିନ୍ତୁ କ୍ରୋଧ ବା ଅଶାନ୍ତ ମନରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ନାହିଁ । ଏଭଳି କରିଲେ ସୂର୍ଯ୍ୟଦେବ ଆପଣଙ୍କ ଉପରେ କ୍ରୋଧିତ ହୋଇଯାଆନ୍ତି ଓ ଦୁର୍ଭାଗ୍ୟ ଆପଣଙ୍କ ପିଛା ଛାଡ଼ି ନ ଥାଏ ।

ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ !

Leave a Reply

Your email address will not be published. Required fields are marked *