ମକର ସଂକ୍ରାନ୍ତିରେ କରନ୍ତୁ ଏହି ଜିନିଷ ଗୁଡ଼ିକ ଦାନ….

ମକର ସଂକ୍ରାନ୍ତିରେ କରନ୍ତୁ ଏହି ଜିନିଷ ଗୁଡ଼ିକ ଦାନ….

ମକର ସଂକ୍ରାନ୍ତି ୨୦୨୨: ମକର ସଂକ୍ରାନ୍ତିରେ ଅବଶ୍ୟ କରନ୍ତୁ ଏହି ୧୧ଟି ଜିନିଷର ଦାନ, କେବେ ମଧ୍ୟ ହେବ ନାହିଁ ଧନର ଅଭାବ !

ସୂର୍ଯ୍ୟ ଦେବତାଙ୍କ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ପ୍ରବେଶ କରିବାକୁ ସଂକ୍ରାନ୍ତି କୁହାଯାଏ । ଯେତେବେଳେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାଏ ତେବେ ଏହାକୁ ମକର ସଂକ୍ରାନ୍ତି କୁହାଯାଏ । ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଦେବଙ୍କ ବିଶେଷ ମହତ୍ତ୍ଵ ରହିଅଛି । ଏହି ପର୍ବରେ ସ୍ନାନ ଏବଂ ଦାନର ବିଶେଷ ମହତ୍ତ୍ଵ ରହିଥାଏ ଏବଂ ଏହା ସହ ଗୁଡ଼ି ଉଡେଇବା ପ୍ରଥା ମଧ୍ୟ ରହିଛି । ଏହିଦିନ କିଛି ଜିନିଷର ଦାନ କରିବା ଲାଭ ଦାୟକ ହୋଇଥାଏ ।

ପୌଷ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥି ୧୪ ଜାନୁୟାରୀ ଦିନ ଶୁକ୍ରବାରରେ ମକର ସଂକ୍ରାନ୍ତି ପାଳନ କରାଯିବ । ଏହି ଦିନ ସୂର୍ଯ୍ୟ ଧନୁ ରାଶିରୁ ବାହାରି ମକର ରାଶିରେ ପାଖାପାଖି ଗୋଟିଏ ମାସ ପାଇଁ ଆସନ୍ତି । ସୂର୍ଯ୍ୟର ଗୋଚର ଦ୍ୱିପ୍ରହର ୦୨ ବାଜି ୨୯ ମିନିଟରେ ହେବ । ସଂକ୍ରାନ୍ତିରେ ସ୍ନାନ ଏବଂ ଦାନ ପୁଣ୍ୟର ବିଶେଷ ମହତ୍ତ୍ଵ ରହିଛି । ମାନ୍ୟତା ଅଛି ଏହି ଦିନ କରାଯାଇଥିବା ଦାନର ଅନେକ ଗୁଣ ଫଳ ସ୍ୱରୂପ ପ୍ରାପ୍ତି ହେବ । ଆସନ୍ତୁ ଜାଣିବା ଏହିଦିନ କେଉଁ ବସ୍ତୁର ଦାନ କରିବା ଶୁଭ ହୋଇଥାଏ ।

ଏହି ଜିନିଷର କରନ୍ତୁ ଦାନ

୧. ରାଶି

ମକର ସଂକ୍ରାନ୍ତିରେ ରାଶିର ଦାନ କରନ୍ତୁ ଶୁଭ ହେବ । ରାଶି ଦାନ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି ।

୨.ଖେଚୁଡ଼ି

ମକର ସଂକ୍ରାନ୍ତିରେ ଖେଚୁଡ଼ି ଖାଇବା ଯେତିକି ଶୁଭ , ସେତିକି ଶୁଭ ଏହାର ଦାନ କରିବା ।

୩. ଗୁଡ଼

ଏହି ଦିନ ଗୁଡର ଦାନ କରିବା ମଧ୍ୟ ଶୁଭ ହୋଇଥାଏ । ଗୁଡ଼ ଦାନ କରିବା ଦ୍ୱାରା ସୂର୍ଯ୍ୟଦେବତାଙ୍କ କୃପା ପ୍ରାପ୍ତ ହୋଇଥାଏ ।

୪. ତେଲ

ଏହିଦିନ ତେଲର ଦାନ କରିବା ଶୁଭ ହୋଇଥାଏ । ଏହା କରିବା ଦ୍ୱାରା ଶନି ଦେବଙ୍କ ଆଶୀର୍ବାଦ ମିଳିଥାଏ ।

୫. ଶସ୍ୟ

ମକର ସଂକ୍ରାନ୍ତି ଦିନ ପାଞ୍ଚ ପ୍ରକାର ଶସ୍ୟ ଦାନ କରିଲେ ସବୁ ପ୍ରକାର ମନ କାମନା ପୂରଣ ହୋଇଥାଏ ।

୬. ଘିଅ

ଏହି ଦିନ ଘିଅ ଦାନ କରନ୍ତୁ ସଫଳତା ମିଳିବ ।

୭. ରାବିଡୀ

Google

ମକର ସଂକ୍ରାନ୍ତି ଦିନ ରାବିଡୀ ଦାନ କରନ୍ତୁ ଶୁଭ ହୋଇଥାଏ

୮. ଲୁଣ

ଏହି ଦିନ ଲୁଣ ପ୍ୟାକେଟ ନେଇ ଦାନ କରନ୍ତୁ, ଶୁକ୍ର ମଜବୁତ ହୋଇଥାଏ ।

୯. କମ୍ବଳ

ଏହି ଦିନ କମ୍ବଳର ଦାନ କରନ୍ତୁ ଶୁଭ ହୋଇଥାଏ । ଏଥିରେ ରାହୁ ଏବଂ ଶନି ଶାନ୍ତ ହୋଇଥାନ୍ତି ।

୧୦. ଚାରା

ଏହି ଦିନ ଗାଈ ମାନଙ୍କୁ ଚାରା ଖାଇବାକୁ ଦେବା ଶୁଭ ହୋଇଥାଏ ।

୧୧. ନୂତନ ବସ୍ତ୍ର

ଏହି ଦିନ ଗରିବ ଏବଂ ଆବଶ୍ୟକ ଲୋକ ମାନଙ୍କୁ ବସ୍ତ୍ର ଦାନ କରନ୍ତୁ ଶୁଭଫଳ ପ୍ରାପ୍ତି ହେବ ।

Leave a Reply

Your email address will not be published. Required fields are marked *