G-7 ଶିଖର ସମ୍ମିଳନୀକୁ ସ୍ଥଗିତ କରିବାକୁ ଯାଉଛନ୍ତି ଡନାଲ୍ଡ଼ ଟ୍ରମ୍ପ ! କହିଛନ୍ତି- ଏହି ଚାରୋଟି ଦେଶ ମଧ୍ୟ ସମ୍ମିଳନୀରେ ଯୋଗ ଦେବେ ।

ଆମେରିକାର ରାଷ୍ଟ୍ରପତି ଡନାଲଡ଼ ଟ୍ରମ୍ପ ଶନିବାର ଦିନ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଜୁନ୍ ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା G-7 ବୈଠକକୁ ସ୍ଥଗିତ କରିବାକୁ ଯାଉଛନ୍ତି । ଏଥରକ ଏହି ବୈଠକରେ ଭାରତ ରୁଷ ପରି ଦେଶ ମଧ୍ୟ ସାମିଲ ହେବେ ବୋଲି ଡନାଲଡ଼ ଟ୍ରମ୍ପ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି, “ମୁଁ ଭାବୁ ନାହିଁ ଯେ G-7 ଦୁନିଆରେ ଚାଲିଥିବା ପ୍ରତ୍ୟେକ ଜିନିଷକୁ ପ୍ରତିନିଧିତ୍ୱ କରିବାକୁ ସକ୍ଷମ । କିନ୍ତୁ G-7 ବର୍ତ୍ତମାନ ସମୟରେ ଏକ ପୁରୁଣା ଗୋଷ୍ଠୀ ଅଟେ ।”

ଏୟାର ଫୋର୍ସ ୱାନରେ ରାଷ୍ଟ୍ରପତି ଟ୍ରମ୍ପ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, “ମୋତେ ଲାଗୁ ନାହିଁ କି ଦୁନିଆରେ ଏବେ ଯାହା ସବୁ ଚାଲିଛି, ତାହାର ମୁକାବିଲା କରିବାକୁ G-7 ପ୍ରତିନିଧିତ୍ୱ କରିପାରିବ । ବର୍ତ୍ତମାନ ସମୟରେ G-7 ଅତି ପୁରୁଣା ଚିନ୍ତାଧାର ବିଶିଷ୍ଟ ଗ୍ରୁପ ହୋଇସାରିଛି ।

ଆମେରିକାର ରାଷ୍ଟ୍ରପତି କହିଛନ୍ତି, ଏହି ବୈଠକରେ ରୁଷ, ଭାରତ, ଦକ୍ଷିଣ କୋରିଆର ଓ ଅଷ୍ଟ୍ରେଲିଆ ମଧ୍ୟ ଭାଗ ନିଅନ୍ତୁ । ଟ୍ରମ୍ପ କହିଛନ୍ତି, ଏବର୍ଷ ଏହି ବୈଠକ ସେପ୍ଟେମ୍ବରରେ UN ଜେନେରାଲ ଆସେମ୍ବଲି ପୂର୍ବରୁ ବା ପରେ ଅନୁଷ୍ଠିତ ହେବ ।

ଏହି ବର୍ଷ ଏହି G-7 ବୈଠକ ଆମେରିକାର ପ୍ରତିନିଧିତ୍ୱରେ ଅନୁଷ୍ଠିତ ହେବ ଏବଂ ଏହା ଜୁନ୍ ଶେଷ ସପ୍ତାହରେ ଭିଡ଼ିଓ କଂଫେରରେନ୍ସ ଜରିଆରେ ଏହି ବୈଠକ ଆୟୋଜନ ହେବା ପ୍ରସ୍ତାବ ଆଗତ ହୋଇଛି ।

ହ୍ଵାଇଟ ହାଉସର ପ୍ରବକ୍ତା କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ ଆମେରିକାର ଅନ୍ୟ ପାରମ୍ପରିକ ସହଯୋଗୀ ଏବଂ କରୋନା ପ୍ରଭାବିତ ଦେଶମାନଙ୍କୁ ଏହି ବୈଠକରେ ସାମିଲ କରିବାକୁ ଚାହାନ୍ତି । ଏହା ସହିତ ଏହି ବୈଠକରେ ଚୀନର ଭବିଷ୍ୟତକୁ ନେଇ ମଧ୍ୟ ଆଲୋଚନା ହେବ । ଏହା ପୂର୍ବରୁ ୟୁଏସଏ (USA)ର ନ୍ୟାସନାଲ ସେକ୍ୟୁରିଟୀ ଆଡ଼ଭାଇଜର ରୋବର୍ଟ ଓ ବ୍ରାୟନ କହିଥିଲେ, ଏହି ବର୍ଷ କରୋନା ଭୂତାଣୁ ଯୋଗୁଁ ଆମେରିକା G-7ର ବୈଠକ ଜୁନ୍ ପର୍ଯ୍ୟନ୍ତ ସ୍ଥଗିତ କରିଛି ।

Be the first to comment

Leave a Reply

Your email address will not be published.


*