ପତ୍ନୀ ମେଲାନିଆଙ୍କ ସମେତ କରୋନା ଆକ୍ରାନ୍ତ ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ !

ଓ୍ବାଶିଂଟନ,୨/୧୦: ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ସମେତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଆକ୍ରାନ୍ତ ହୋଇଛନ୍ତି । ବ୍ୟକ୍ତିଗତ ପରାମର୍ଶଦାତା କରୋନା ଆକ୍ରାନ୍ତ ହେବାପରେ ଟ୍ରମ୍ପ ଦମ୍ପତି କ୍ଵାରାଣ୍ଟାଇନରେ ଥିଲେ । ଶୁକ୍ରବାର ଉଭୟଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ସକାଳେ ଟ୍ରମ୍ପ କ୍ଵାରେଣ୍ଟାଇନରେ ଥିବା ଟୁଇଟ୍ କରି ସୂଚନା ଦେଇଥିଲେ । ଟ୍ୱିଟରେ ସେ ଉଲ୍ଲେଖ କରିଥିଲେ, ବିନା ବ୍ରେକରେ ଏତେ ପରିଶ୍ରମ କରୁଥିବା ହୋପ୍ ହିକ୍ସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ଆମେ କରୋନା ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରିଛୁ । ଏଥିସହ ଆମେ ଏବେ ନିଜକୁ କ୍ଵାରାଣ୍ଟାଇନ୍ କରି ରଖିଛୁ ।

ଟ୍ରମ୍ପଙ୍କ କରୋନା ପଜିଟିଭ ଆସିବା ପରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଥାଶୀଘ୍ର ସୁସ୍ଥ ହେବା ନିମନ୍ତେ ଶୁଭକାମନା କରିଛନ୍ତି ।

ସୂଚନାଯୋଗ୍ୟ, ହୋପ୍ ହିକ୍ସ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡଙ୍କ ଟ୍ରମ୍ପ ସହ ଏୟାର ଫୋର୍ସ ଓ୍ବାନରେ ନିୟମିତ ଯାତ୍ରା କରୁଥିଲେ । ନିକଟରେ ହୋପ୍ ହିକ୍ସ ଅନ୍ୟ ସହଯୋଗୀଙ୍କ ସହ ରାଷ୍ଟ୍ରପତିଙ୍କ ଡିବେଟ୍ ପାଇଁ କ୍ଲିଭଲ୍ୟାଣ୍ଡ ଯାତ୍ରା କରିଥିଲେ । ହ୍ଵାଇଟ ହାଉସ ପକ୍ଷରୁ କୁହାଯାଇଛି, ରାଷ୍ଟ୍ରପତି ଟ୍ରମ୍ପ ଓ ଆମେରିକାର ଲୋକଙ୍କ ପାଇଁ କାମ କରୁଥିବା ସମସ୍ତଙ୍କର ସ୍ଵାସ୍ଥ୍ୟ ଓ ସୁରକ୍ଷାକୁ ଖୁବ୍ ଗମ୍ଭୀରତାର ସହ ଗ୍ରହଣ କରାଯାଏ ।

ଗୁରୁବାର ବିଳମ୍ବିତ ରାତିରେ ଟ୍ରମ୍ପ ଓ ମେଲାନିଆଙ୍କ କୋଭିଡ୍-୧୯ ଟେଷ୍ଟ ପାଇଁ ସ୍ୱାବ ସାମ୍ପଲ୍ ନିଆଯାଇଥିଲା । ଏବେ ତାହା ପଜିଟିଭ ଆସିଛି । ନିଜେ କରୋନା ପଜିଟିଭ ଥିବା ନେଇ ଟ୍ରମ୍ପ ଟୁଇଟ୍ କରି ସକାଳେ ଜଣାଇଛନ୍ତି । ଟ୍ୱିଟରେ ସେ ଲେଖିଛନ୍ତି, “ଆଜି ମୋର ଏବଂ ପତ୍ନୀ ମେଲାନିଆଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି । ଆମେ ତୁରନ୍ତ ଆମର କ୍ଵାରାଣ୍ଟାଇନ ଏବଂ ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରିବୁ । ଆମେ ସାଥୀ ହୋଇ ଏହାକୁ ସାମ୍ନା କରିବୁ ।”

Be the first to comment

Leave a Reply

Your email address will not be published.


*