ଗରମ ପାଣି ବାଷ୍ପ ନେଲେ ସତରେ କଣ କରୋନା ଠାରୁ ମୁକ୍ତି ମିଳିବ ? ‘WHO’ ନିଜ ମତାମତ ରଖିଛନ୍ତି…

ଗରମ ପାଣି ବାଷ୍ପ ନେଲେ ସତରେ କଣ କରୋନା ଠାରୁ ମୁକ୍ତି ମିଳିବ ? ‘WHO’ ନିଜ ମତାମତ ରଖିଛନ୍ତି…

କରୋନା ମହାମାରୀର ଗତି ହ୍ରାସ ହେବାର ନାମ ନେଉ ନାହିଁ । ଭାରତରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ଏହା ୪୧ ଲକ୍ଷରୁ ଅଧିକ ବୋଲି କୁହାଯାଉଛି । ଏଥିସହିତ, ଏହା ମଧ୍ୟ କୁହାଯାଉଛି କି କରୋନା ସଂକ୍ରମଣ ଦୃଷ୍ଟିରୁ ଭାରତ ବିଶ୍ୱରେ ଦୁଇ ନମ୍ବର ସ୍ଥାନରେ ପହଞ୍ଚିଛି । ଏହି ମାରାତ୍ମକ ଜୀବାଣୁ ଯେବେ ଠାରୁ ଭାରତରେ ବ୍ୟାପିଛି, ସୋସିଆଲ୍ ମିଡିଆରେ ଅନେକ ପ୍ରକାରର ପ୍ରେସକ୍ରିପସନ୍ ଭାଇରାଲ୍ ହେବାରେ ଲାଗିଛି । ପ୍ରତ୍ୟେକେ ଭିନ୍ନ ଭିନ୍ନ ଦେଶୀୟ ଔଷଧ ପଦ୍ଧତିକୁ ଦାବି କରିଆସୁଛନ୍ତି କି ଏହି ପଦ୍ଧତି କୁ ଆପଣାଇବା ଦ୍ୱାରା କରୋନା ଠାରୁ ମୁକ୍ତି ମିଳିବ, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଗୁଜବ ମିଥ୍ୟା ବୋଲି ସାବ୍ୟସ୍ତ ହୋଇଛି ।

ବର୍ତ୍ତମାନ ଏହିଭଳି ପରିସ୍ଥିତିରେ ସୋସିଆଲ୍ ମିଡିଆରେ ଲୋକମାନେ ଦାବି କରୁଥିଲେ କି ପାଣିର ବାମ୍ଫ ନେଇ ନିଜର ଶରୀରରୁ କରୋନା କୁ ଶେଷ କରାଯାଇ ପାରିବ । ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ଏହି ବିଷୟ ପ୍ରତି ନିଜ ମତାମତ ପରିବ୍ୟକ୍ତ କରିଛନ୍ତି ।

ଇଣ୍ଟରନେଟରେ ଭିନ୍ନ ଭିନ୍ନ କରୋନା ଉପରେ ହୋଇଥିବା ଅନୁସନ୍ଧାନ ସହିତ ଜଡ଼ିତ ଖବର ଖୋଜା ଯାଇଥିଲା, କିନ୍ତୁ ସେହିପରି କୌଣସି ଖବର ଦୃଷ୍ଟିଗୋଚର ହୋଇ ନାହିଁ କି, ବାଷ୍ପ ନେଇ କରୋନା ଆରୋଗ୍ୟ ହେବା ପରି ଦାବିକୁ ପୃଷ୍ଟି କରିବ ।

ଏହା ବ୍ୟତୀତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟରେ ନିକଟ ଅତୀତରେ ପ୍ରକାଶିତ ଅଦ୍ୟତନ ଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଇଥିଲା । ବିଗତ ଏକ ମାସ ମଧ୍ୟରେ କୋଭିଡ୍-୧୯ର ଚିକିତ୍ସା ପାଇଁ ବାଷ୍ପ ନେବାକୁ ସରକାରଙ୍କ ତରଫରୁ କୌଣସି ପରାମର୍ଶ ଦିଆ ଯାଇ ନାହିଁ ।

ବହୁତ ଖୋଜାଖୋଜି ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଏକ ଟ୍ୱିଟ୍ ମିଳିଥିଲା । ‘WHO’ ପକ୍ଷରୁ କରୋନା ଠାରୁ ମୁକ୍ତ ହେବା ନିମନ୍ତେ ବାଷ୍ପ ନେବା କଥାକୁ ମିଥ୍ୟା ଗୁଜବ ବୋଲି କହିଛନ୍ତି ।

ଏହା ବ୍ୟତୀତ ଜଳର ତାପମାତ୍ରା ଅଧିକ ହେଲେ ବାଷ୍ପ ନେବା ମଧ୍ୟ କ୍ଷତିକାରକ ବୋଲି ସ୍ପଷ୍ଟ କରାଯାଇଛି ।

କହିରଖୁଛୁ କି କରୋନା ଭାଇରସ୍ ଠାରୁ ରକ୍ଷା ପାଇବା ନିମନ୍ତେ ବିଶ୍ୱର ଅନେକ ଦେଶ ଟିକା ପ୍ରସ୍ତୁତିରେ ନିୟୋଜିତ ଅଛନ୍ତି । ଏହିଭଳି ପରିସ୍ଥିତିରେ ଅନେକ ଦେଶ ଟିକା ପରିକ୍ଷଣର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛନ୍ତି ।

Leave a Reply

Your email address will not be published. Required fields are marked *