CBI ସାମ୍ନାରେ ଡାକ୍ତରମାନେ ଖୋଲିଲେ ସୁଶାନ୍ତଙ୍କ ମୃତ୍ୟୁର ଅନେକ ରହସ୍ୟ ! କହିଲେ, “ପୋଲିସଙ୍କ କହିବା ଯୋଗୁଁ ରାତିରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ ହୋଇଯାଇଥିଲା” !

ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟମର୍ଟମ କରିଥିବା ଡାକ୍ତରମାନଙ୍କୁ ଆଜି CBI ଜେରା କରିଛି ଏବଂ ପଚରା ଉଚୁରା ଦ୍ୱାରା CBI ସାମ୍ନାରେ ଡାକ୍ତରମାନେ ଅନେକ ରହସ୍ୟ ଖୋଲିଛନ୍ତି । CBIର ଜେରା ଦ୍ଵାରା ସୁଶାନ୍ତଙ୍କ ପୋଷ୍ଟମର୍ଟମ କରିଥିବା ଡାକ୍ତରମାନଙ୍କ ମଧ୍ୟରୁ ଜଣେ ଡାକ୍ତର କହିଛନ୍ତି ଯେ ମୁମ୍ବାଇ ପୋଲିସର ଆଦେଶରେ ହିଁ ସୁଶାନ୍ତଙ୍କ ପୋଷ୍ଟମର୍ଟମ ଯଥାଶୀଘ୍ର କରାଯାଇଥିଲା । ମିଡିଆରେ ଆସିଥିବା ଖବର ଅନୁସାରେ CBIର ଟିମ୍ ଶନିବାର ଦିନ ଡାକ୍ତର ମାନଙ୍କୁ ପଚରା ଉଚୁରା କରିଥିଲା । ତେବେ ଡକ୍ଟର ମାନଙ୍କୁ ସର୍ବପ୍ରଥମେ ଏହି ପ୍ରଶ୍ନ ପଚରା ଯାଇଥିଲା ଯେ, ସୁଶାନ୍ତଙ୍କ ମୃତ୍ୟୁ ଶରୀରକୁ ଏତେ ଶୀଘ୍ର ପୋଷ୍ଟମର୍ଟମ କାହିଁକି କରାଯାଇଥିଲା ? ଏହି ପ୍ରଶ୍ନର ଉତ୍ତରରେ ଡାକ୍ତରମାନେ କହିଛନ୍ତି ଯେ ମୁମ୍ବାଇ ପୋଲିସ ସେମାନଙ୍କୁ ଏଭଳି କରିବାକୁ କହିଥିଲେ ।

Google

ସୁଶାନ୍ତ ସିଂ ରାଜପୁତଙ୍କ ପୋଷ୍ଟମର୍ଟମ ରାତ୍ର ସମୟରେ କରାଯାଇଥିଲା । ଯାହା କି ନିୟମ ବିରୋଧ ଅଟେ । ପୋଷ୍ଟମର୍ଟର ନିୟମ ଅନୁସାରେ ରାତିରେ ପୋଷ୍ଟମର୍ଟମ ଆଦୋୖ କରାଯାଇ ପାରିବ ନାହିଁ । ରାତିରେ ପୋଷ୍ଟମର୍ଟମ କରିବା ପାଇଁ ବିଶେଷ ମଞ୍ଜୁରୀ ନେବାକୁ ପଡିଥାଏ । କିନ୍ତୁ କୂପର ହସ୍ପିଟାଲର ଡାକ୍ତରମାନେ ରାତିରେ ହିଁ ସୁଶାନ୍ତଙ୍କ ପୋଷ୍ଟମର୍ଟମ କରିଦେଇଥିଲେ । ଜୁନ୍ ୧୪ ସକାଳେ ସୁଶାନ୍ତଙ୍କ ଶବ ତାଙ୍କ ଶୋଇବା ରୁମ୍ (କକ୍ଷ)ରୁ ମିଳିଥିଲା ଏବଂ ସେହି ଦିନ ଅର୍ଥାତ ଜୁନ୍ ୧୪ ତାରିଖ ରାତିରେ ତାଙ୍କର ପୋଷ୍ଟମର୍ଟମ କରାଯାଇଥିଲା ।

ଏବେ ମଧ୍ୟ ପଚରା ଉଚୁରା ଜାରି ରହିଛି :-

Google

ଏପରି ଶୁଣାଯାଉଛି ଯେ, ହସ୍ପିଟାଲରେ ସୁଶାନ୍ତଙ୍କର ପୋଷ୍ଟମର୍ଟମ କରିଥିବା ୫ ଜଣ ଡାକ୍ତରଙ୍କୁ ପଚରା ଉଚୁରା ଜାରି ରଖାଯାଇଛି ଏବଂ CBIକୁ ରିପୋର୍ଟରେ କୌଣସି ପ୍ରକାରର ତ୍ରୁଟି ଥିବା ସନ୍ଦେହ ହୋଇଛି । ଯେଉଁ କାରଣରୁ ଡାକ୍ତରମାନଙ୍କୁ ପଚରା ଉଚୁରା କରାଯାଉଛି ।

୯୦ ମିନିଟରେ କରିଥିଲେ ପୋଷ୍ଟମର୍ଟମ :-

Google

ଏହା ପୂର୍ବରୁ “ଇଣ୍ଡିଆ ଟୁଡେ”ର ଏକ ରିପୋର୍ଟରେ କୁହାଯାଇଥିଲା ଯେ ଯେତେବେଳେ ସୁଶାନ୍ତଙ୍କ ପୋଷ୍ଟମର୍ଟମ କରାଯାଉଥିଲା, ସେଠାରେ ତାଙ୍କ ବଡ଼ ଭଉଣୀ ମିତୁ ସିଂହ ଉପସ୍ଥିତ ଥିଲେ ଏବଂ ମିତୁ ସିଂହଙ୍କ ନିର୍ଦ୍ଦେଶରେ ହିଁ ପୋଷ୍ଟମର୍ଟମ ଶୀଘ୍ର କରାଯାଇଥିଲା । ରିପୋର୍ଟରେ ପୋଷ୍ଟମର୍ଟମ କରୁଥିବା ଡାକ୍ତର ସଚୀନ ସୋନାବନେଙ୍କ ଆଧାରରେ କୁହାଯାଇଥିଲା ଯେ ସୁଶାନ୍ତଙ୍କ ଭଉଣୀ ଏବଂ ତାଙ୍କ ଭିଣୋଇ ଓପୀ ସିଂହଙ୍କ ଅନୁରୋଧ ଅନୁଯାୟୀ ହିଁ ଶୀଘ୍ର ପୋଷ୍ଟମର୍ଟମ କରାଯାଇଥିଲା । ପୋଷ୍ଟମର୍ଟମ ପୁରା ହେବାକୁ ୯୦ ମିନିଟ୍ ଲାଗିଥିଲା । ତା’ସହିତ ଡାକ୍ତରମାନେ କହିଥିଲେ ଯେ ଏପରି କୌଣସି ନିୟମ ନାହିଁ ଯେ, ରାତିରେ ପୋଷ୍ଟମର୍ଟମ କରାଯାଇ ପାରିବ ନାହିଁ । ମୁମ୍ବାଇରେ ରାତିରେ ମଧ୍ୟ ପୋଷ୍ଟମର୍ଟମ କରାଯାଇଥାଏ ।

ଯାଞ୍ଚ ପାଇଁ ରିପୋର୍ଟକୁ ଏମ୍ସ (AMIS) ହସ୍ପିଟାଲ ପଠାଇ ଦିଆଯିବ :-

Google

CBI ତରଫରୁ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଯଥାଶୀଘ୍ର ଦିଲ୍ଲୀର ଏମ୍ସ (AIMS) ହସ୍ପିଟାଲକୁ ପଠାଇ ଦିଆଯିବ । CBIର କହିବା ଅନୁଯାୟୀ ଏମ୍ସ (AMIS) ଏକ ଫୋରେନସିକ୍ ବିଶେଷଜ୍ଞଙ୍କ ଦଳ ଗଠନ କରିଛି; ଯେଉଁଥିରେ ୫ ଜଣ ଫୋରେନସିକ୍ ସଦସ୍ୟ ରହିଛନ୍ତି । ଯେଉଁମାନେ ସୁଶାନ୍ତଙ୍କର ଫୋରେନସିକ୍ ଫାଇଲକୁ ଯାଞ୍ଚ କରିବେ । ଏହି ଦଳର ନେତୃତ୍ୱ ଏମ୍ସ (AIMS)ର ଫୋରେନସିକ୍ ବିଭାଗର ପ୍ରମୁଖ ଡ଼ା. ସୁଧୀର ଗୁପ୍ତା ନେଇଛନ୍ତି । ସୁଶାନ୍ତଙ୍କ ଫୋରେନସିକ୍ ରିପୋର୍ଟ ବ୍ୟତୀତ ଡ଼ା. ସୁଧୀର ଗୁପ୍ତାଙ୍କ ଟିମ୍ ସୁଶାନ୍ତ ସିଂହ ରାଜପୁତଙ୍କୁ ଦିଆଯାଉଥିବା ଔଷଧର ମଧ୍ୟ ଯାଞ୍ଚ କରିବେ । ଏମ୍ସ (AIMS)ର ପ୍ରୟୋଗଶାଳାରେ ଏହି ଔଷଧ ଗୁଡ଼ିକର ଯାଞ୍ଚ କରାଯିବ ।

ରିୟାଙ୍କ ମୃତ ଶରୀର ଥିବା କୋଠରୀକୁ ଯିବା ଉପରେ ପ୍ରଶ୍ନ ଉଠିଛି :-

Google

ଯେଉଁ ହସ୍ପିଟାଲରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ କରାଯାଇଥିଲା ସେଠାକୁ ରିୟା ଚକ୍ରବର୍ତ୍ତୀ ଯାଇଥିଲେ । ଖବର ଅନୁସାରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପୂର୍ବରୁ ଜୁନ୍ ୧୫ରେ ରିୟା ଚକ୍ରବର୍ତ୍ତୀ ହସ୍ପିଟାଲରେ ଯେଉଁଠାରେ ମୃତ ଶରୀରମାନଙ୍କୁ ରଖାଯାଉଛି ସେଟାକୁ ଯାଇଥିଲେ । ଯେଉଁଠି ସେ ୪୫ ମିନିଟ ପର୍ଯ୍ୟନ୍ତ ଥିଲେ । ରିୟାଙ୍କୁ କେଉଁ ଆଧାରରେ ମୃତ ଶରୀର ଥିବା କକ୍ଷକୁ ଜୀବ ପାଇଁ ଅନୁମତି ଦିଆଗଲା ? ଏହାକୁ ନେଇ ମଧ୍ୟ CBI ହସ୍ପିଟାଲ ପ୍ରବନ୍ଧକ ଏବଂ ମୁମ୍ବାଇ ପୋଲିସକୁ ପ୍ରଶ୍ନ କରିପାରେ ।

ଏବଂ ଏପରି ମଧ୍ୟ କାହାଯାଉଛି ଯେ, ଖୁବଶୀଘ୍ର CBI ମଧ୍ୟ ରିୟାଙ୍କୁ ଏବିଷୟରେ ପଚରା ଉଚୁରା କରିବ । ଆଜି CBI ଟିମ୍ ତରଫରୁ ସୁଶାନ୍ତଙ୍କ କୁକ୍ ନିରୋଜ, ବନ୍ଧୁ ସିଦ୍ଧାର୍ଥ ପଠାନୀ, ଦିପେଶଙ୍କୁ ମଧ୍ୟ ପଚରା ଉଚୁରା କରିବ । ଏହା ବ୍ୟତୀତ CBIର ଅନ୍ୟ ଟିମ୍ ସୁଶାନ୍ତଙ୍କର ପୋଷ୍ଟମର୍ଟମ କରିଥିବା ଡାକ୍ତରମାନଙ୍କୁ ଜେରା କରିଛି ।

Be the first to comment

Leave a Reply

Your email address will not be published.


*