ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗୁଛି କି ? ତେବେ ଏହି ଲେଖା ଖାସ୍ ଆପଣଙ୍କ ପାଇଁ ନିଶ୍ଚୟ ପଢନ୍ତୁ ।

ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗୁଛି କି ? ତେବେ ଏହି ଲେଖା ଖାସ୍ ଆପଣଙ୍କ ପାଇଁ ନିଶ୍ଚୟ ପଢନ୍ତୁ ।

ଆମେ ଯାହା ବି ଖାଇଥାଉ ବା ପିଇଥାଉ ଆମ ଶରୀର ସେଥିରୁ ଆବଶ୍ୟକ ପୋଷକ ତତ୍ତ୍ୱ ରଖି ମଇଳା ଅଂଶକୁ ମଳ କିମ୍ବା ପରିସ୍ରା ରୂପରେ ଶରୀରରୁ ବାହାର କରି ଦେଇଥାଏ । ତେଣୁ ଏଥିପାଇଁ ଆପଣଙ୍କୁ ଏହା ଜରୁରୀ ଅଟେ ଯେ, ଯେତେବେଳେ ମଧ୍ୟ ଆପଣଙ୍କୁ ପରିସ୍ରା ଲାଗେ ତେବେ ସେହି ସମୟରେ ହିଁ ପରିସ୍ରା କରିବାକୁ ଯାଆନ୍ତୁ କିନ୍ତୁ ଆପଣଙ୍କୁ ଯଦି ସମାନ୍ୟ ଠାରୁ ଅଧିକ କିମ୍ବା ବାରମ୍ବାର ପରିସ୍ରା ଲାଗୁଛି; ତେବେ ଏହା କୌଣସି ରୋଗର ଲକ୍ଷଣ ଅଟେ । ଯଦି ରାତ୍ରରେ ବାରମ୍ବାର ପରିସ୍ରା ଲାଗେ ତେବେ ଏହା ଆପଣଙ୍କ ନିଦକୁ ଖରାପ କରିଦେଇ ଥାଏ । ଅଧିକ ପରିସ୍ରା ହେବା ଶାରୀରିକ ଖରାପ ନୁହେଁ ମାନସିକ ଚିନ୍ତା ଯୋଗୁଁ ମଧ୍ୟ ହୋଇଥାଏ । ଅଧିକ ଚିନ୍ତିତ କରିଲେ କିମ୍ବା କୌଣସି ଜିନିଷ ପ୍ରତି ଭୟ ଲାଗିଲେ ଅଧିକ ପରିସ୍ରା ହୋଇଥାଏ ।

Google

ବାରମ୍ବାର ପରିସ୍ରା ହେବାର କାରଣ –

● ମୂତ୍ରାଶୟରେ ଇଂଫେକ୍ସନ ହେଲେ

● ଥଣ୍ଡା ମୌସମୀ କାରଣରୁ

● ଗର୍ଭବତୀ ମହିଳାଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ । ତେଣୁ ସେମାନେ ଏହାଦ୍ୱାରା ବିବ୍ରତ ହେବା ଉଚିତ ନୁହେଁ ।

● ପୁରୁଷ ମାନଙ୍କର ପ୍ରୋଷ୍ଟେଟ ଗ୍ରନ୍ଥି ବଢ଼ିଗଲେ

● କଫି, ଚାହା ବା ମାଦକ ଦ୍ରବ୍ୟ ପିଉଛନ୍ତି କିମ୍ବା ବାରମ୍ବାର ଅଧିକ ସେବନ କରିଲେ ମଧ୍ୟ ବାରମ୍ବାର ପରିସ୍ରା ଲାଗିଥାଏ ।

● ମୂତ୍ରାଶୟ ଅଧିକ ସକ୍ରିୟ ରହିବା

ଏହିଭଳି ଅନେକ କାରଣ ଯୋଗୁଁ ଅଧିକ ଥର ପରିସ୍ରା ହୋଇଥାଏ ।

କିଛି ଘରୋଇ ଉପଚାର –

Google

ଭୋଜନ କରିବା ସମୟରେ ଦହିକୁ ନିଶ୍ଚୟ ଖାଆନ୍ତୁ କାରଣ ଦହିରେ ଥିବା ବ୍ୟାକ୍ଟେରିଆ ଗୁଡ଼ିକ ମୂତ୍ରାଶୟରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆ ଗୁଡ଼ିକୁ ନିଷ୍କ୍ରିୟ କରିଦେଇ ଥାଏ ।

ଆପଣ ଯଦି ରାତ୍ରରେ ଅଧିକାଂଶ ଥର ପରିସ୍ରା ଯାଉଛନ୍ତି; ତେବେ ସେଓ ଖାଇବା ସହ ଦୁଇଥର ଗାଜର ରସ ପିଅନ୍ତୁ । ମେଥି ଶାଗ ମଧ୍ୟ ଖାଆନ୍ତୁ, ଏହାଦ୍ୱାରା ବାରମ୍ବାର ପରିସ୍ରା ଲାଗିବା ବନ୍ଦ ହୋଇଯାଏ ।

Google

ବୃଦ୍ଧବସ୍ଥାରେ ବାରମ୍ବାର ପରିସ୍ରା ଲାଗିଲେ –

ରାତ୍ରରେ ଦୁଇଟି ଖଜୁରା ଖାଇ କ୍ଷୀର ପିଅନ୍ତୁ, ଏହାଦ୍ୱାରା ଆପଣଙ୍କୁ ଅନେକ ଲାଭ ମିଳିବ । ଅଙ୍ଗୁର ପ୍ରତ୍ୟେକ ଦିନ ଖାଇଲେ ବାରମ୍ବାର ପରିସ୍ରା ଲାଗିବା ବନ୍ଦ ହୋଇଯାଏ । ତିନୋଟି ପିସ୍ତା, ତିନୋଟି ଗୋଲମରିଚ, ତିନୋଟି କିସମିସକୁ ଭଲ ରୁପେ ପେଷ୍ଟ କରି ମିଶାଇ ଦିଅନ୍ତୁ ଓ ଏହି ପ୍ରସ୍ତୁତ ପେଷ୍ଟକୁ ଦିନର ଦୁଇବେଳା ସେବନ କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ଏହି ସମସ୍ୟା ଠାରୁ ମୁକ୍ତି ମିଳିପାରେ । ଚାହା ଓ କଫି ପିଇଁବା ବନ୍ଦ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *