ରାତିରେ ଶୋଇବା ସମୟରେ ସ୍ମାର୍ଟଫୋନ୍ ପାଖରେ ରଖି ଶୋଉଛନ୍ତି କି ? ତେବେ ଏହି ଭୟଙ୍କର ରୋଗର ଶିକାର ହୋଇପାରନ୍ତି !

ରାତିରେ ଶୋଇବା ସମୟରେ ସ୍ମାର୍ଟଫୋନ୍ ପାଖରେ ରଖି ଶୋଉଛନ୍ତି କି ? ତେବେ ଏହି ଭୟଙ୍କର ରୋଗର ଶିକାର ହୋଇପାରନ୍ତି !

ସ୍ମାର୍ଟଫୋନ୍ ବର୍ତ୍ତମାନ ଜୀବନର ଏକ ଅପରିହାର୍ଯ୍ୟ ଅଙ୍ଗରେ ପରିଣତି ହୋଇଗଲଣି । ଏପରିକି ଲୋକେ ଗାଧୁଆ ଘରକୁ ଯିବା ସମୟରେ ଫୋନ୍ ନେଇ ଯାଉଛନ୍ତି । ଫୋନ୍ ମାଧ୍ୟମରେ ଅଫିସ ଓ ପରିବାରର ସମସ୍ତ ଟିକିନିଖ ଖବର ଜାଣିହେଉଛି । ଏପରି କି ଅଫିସର କେତେକ ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟ ମଧ୍ୟ ସ୍ମାର୍ଟଫୋନ୍ ମାଧ୍ୟମରେ ସମ୍ପାଦନ କରିହେଉଛି । ବର୍ତ୍ତମାନ କରୋନାର ପ୍ରକୋପରେ ଏହି ସ୍ମାର୍ଟଫୋନର ଗୁରୁତ୍ଵ ଆହୁରି ବଢିଯାଇଛି । ଲକ୍ଡ଼ାଉନ୍ ଯୋଗୁଁ ସମସ୍ତ ବିଦ୍ୟାଳୟ ବନ୍ଦ ରହିଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ସ୍ମାର୍ଟଫୋନ୍ ଜରିଆରେ ବିଦ୍ୟାଳୟଗୁଡିକ ଶିକ୍ଷା ପ୍ରଦାନ କରୁଛନ୍ତି । କିନ୍ତୁ କଥାରେ ଅଛି “ଲେମ୍ଭୁକୁ ଅତି ଚିପୁଡାଇଲେ ତାହା ପିତା ହୋଇଯାଏ” ! ଠିକ ସେହିପରି ସ୍ମାର୍ଟଫୋନର ଅତ୍ୟଧିକ ବ୍ୟବହାର ମନୁଷ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଶୋଇବା ସମୟରେ ନିଜ ପାଖରେ ସ୍ମାର୍ଟଫୋନ୍ ରଖୁଛନ୍ତି କି ? ଆଜିର ଏହି ଅନୁଛେଦରେ ଆମେ ଏହି ବିଷୟରେ ଆଲୋଚନା କରିବା ! ଯଦି ଆପଣ ଶୋଇବା ସମୟରେ ନିଜ ପାଖରେ ସ୍ମାର୍ଟଫୋନ୍ ରଖୁଛନ୍ତି, ଆପଣ ଏକ ଭୟଙ୍କର ରୋଗକୁ ନିମନ୍ତ୍ରଣ କରୁଛନ୍ତି ! ଆସନ୍ତୁ ଜାଣିବା :

Google

୧) ଜାଣି ରଖନ୍ତୁ ଯେ ସ୍ମାର୍ଟଫୋନ ଗୁଡ଼ିକରୁ ଯେଉଁ ନୀଳ ଲାଇଟ୍ ବା ଆଲୋକ ବାହାରୁଛି ତାହା ଆପଣଙ୍କ ଦୃଷ୍ଟି ଶକ୍ତିକୁ ପ୍ରଭାବିତ କରିଥାଏ । କେବଳ ଫୋନ୍ ଦେଖିବା ଦ୍ୱାରା ନୁହେଁ, ବରଂ ଫୋନ୍ ପାଖରେ ରଖି ଶୋଇଲେ ବି ତାହାର ପ୍ରଭାବ ଦୃଷ୍ଟି ଶକ୍ତି ଉପରେ ପଡ଼ିଥାଏ ।

Google

୨) କେବଳ ସ୍ମାର୍ଟଫୋନ୍ ନୁହେଁ, ଲାପଟପ୍, ଟ୍ୟାବ୍, ଏଲଇଡି ଆଦି ଯେକୌଣସି ଡିଭାଇସରୁ ବାହାରୁଥିବା ବିକିରଣ ନିଦ୍ରାହୀନତାର ମଧ୍ୟ କାରଣ ହୋଇଥାଏ ।

Google

୩) ଦୃଷ୍ଟିଶକ୍ତି ବ୍ୟତୀତ ସ୍ମାର୍ଟଫୋନରୁ ବାହାରୁଥିବା କମ୍ପନ ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇଥାଏ । ଏହା ମାନସିକ ରୋଗର କାରଣ ହେବା ସହ ମସ୍ତିଷ୍କ ସହ ଜଡ଼ିତ ଅନେକ ଛୋଟ ବଡ଼ ରୋଗର କାରଣ ମଧ୍ୟ ହୋଇଥାଏ । ସ୍ମରଣ ଶକ୍ତିକୁ ସ୍ମାର୍ଟଫୋନ୍ ବହୁ ମାତ୍ରରେ ପ୍ରଭାବିତ କରିଥାଏ ଅର୍ଥାତ ସ୍ମରଣ ଶକ୍ତିକୁ ଦୁର୍ବଳ କରିଦିଏ ।

ପାଖରେ ଫୋନ ରଖି ଶୋଇଲେ ବିଭିନ୍ନ ପ୍ରକାର ସମସ୍ୟା ଘାରିଥାଏ । ଚେଷ୍ଟା କରନ୍ତୁ ଯଥାସମ୍ଭବ ଶୋଇବା ସମୟରେ ନିଜର ସ୍ମାର୍ଟଫୋନକୁ ନିଜଠାରୁ ଦୂରେଇ ରଖିବାକୁ । ଏହା ଦ୍ଵାରା ଆପଣ ଉଭୟ ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ରହିପାରିବେ ।

Leave a Reply

Your email address will not be published. Required fields are marked *