ଋତୁସ୍ରାବ ସମୟରେ କରୋନା ଟିକା ଲଗାଇବା ଦ୍ୱାରା ମହିଳା ମାନଙ୍କର ହୋଇଥାଏ ବଡ଼ ସମସ୍ୟା ! ଜାଣନ୍ତୁ କଣ କହୁଛନ୍ତି ଡାକ୍ତର୍…

ଋତୁସ୍ରାବ ସମୟରେ କରୋନା ଟିକା ଲଗାଇବା ଦ୍ୱାରା ମହିଳା ମାନଙ୍କର ହୋଇଥାଏ ବଡ଼ ସମସ୍ୟା ! ଜାଣନ୍ତୁ କଣ କହୁଛନ୍ତି ଡାକ୍ତର୍…

ସମଗ୍ର ବିଶ୍ୱରେ କରୋନା ଭୁତାଣୁ ଦ୍ରୁତ ବେଗରେ ବ୍ୟାପୁଅଛି । ପ୍ରତିଦିନ ଏହାଦ୍ଵାରା ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି । ତେବେ ଏହାଠାରୁ ରକ୍ଷା ପାଇବାପାଇଁ ଗୋଟିଏ ମାତ୍ର ଉପାୟ ଟୀକାକରଣ ଲାଗୁଅଛି । ମଇ ୧ ତାରିଖ ଠାରୁ ୧୮ ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତିମାନଙ୍କୁ ଟିକା ଲାଗିବା ଆରମ୍ଭ ହୋଇଯାଇଛି । କିନ୍ତୁ ଏହାକୁ ନେଇ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ବିଶେଷକରି ମହିଳା ମାନଙ୍କୁ ନେଇ ଗୁଜବ ପ୍ରଚାର କରାଯାଉଛି ଯେ ଏହାକୁ ଲଗାଇବା ଦ୍ୱାରା ମା’ ହେବାରେ ସମସ୍ୟା ଆସିଥାଏ ଏବଂ ଋତୁସ୍ରାବ ସମୟରେ ଟିକା ନେବା ଦ୍ୱାରା ଅନେକ ସମସ୍ୟା ହୋଇଥାଏ । ତେବେ ଆସନ୍ତୁ ଜାଣିବା ଡାକ୍ତର୍ ମାନେ ଏହାକୁ ନେଇ କଣ କହୁଛନ୍ତି ।

ଋତୁସ୍ରାବ ସମୟରେ ଟିକା ଲଗାଇବା ଅଟେ ମାରାତ୍ମକ:-

ସୋସିଆଲ୍ ମିଡ଼ିଆ ଠାରୁ ଆରମ୍ଭ କରି ସବୁଆଡେ ଏହି ଗୁଜବ୍ ପ୍ରଚାର କରାଯାଉଛି କି ଋତୁସ୍ରାବ ସମୟରେ ଟିକା ଲଗାଇବା ଦ୍ୱାରା ପ୍ରଜନନ କ୍ଷମତା ଉପରେ ଖରାପ ପ୍ରଭାବ ପଡିପାରେ । ଯାହାଫଳରେ ଆଗକୁ ଯାଇ ମହିଳା ମାନଙ୍କୁ ଗର୍ଭଧାରଣରେ ଅସୁବିଧା ଆସିଥାଏ ।

କଣ ରୋଗପ୍ରତିରୋଧକ କ୍ଷମତା ହୋଇଥାଏ ଦୁର୍ବଳ:-

ମହିଳା ମାନଙ୍କର ତର୍କ ରହିଛି କି ଋତୁସ୍ରାବ ସମୟରେ ସେମାନଙ୍କର ରୋଗପ୍ରତିରୋଧକ କ୍ଷମତା କମ୍ ହୋଇଥାଏ । ଏବଂ ଟିକା ପ୍ରଥମେ ରୋଗପ୍ରତିରୋଧକ କ୍ଷମତାକୁ କମ୍ କରିଥାଏ ଏବଂ ତାପରେ ବୃଦ୍ଧି କରିଥାଏ । ଏଥିପାଇଁ ଏହା ନିରାପଦ ନୁହେଁ ।

ଋତୁସ୍ରାବ ସମୟରେ ଟିକା ଲଗାଇବା ନିରାପଦ:-

ଡାକ୍ତରଙ୍କ କହିବା ଅନୁଯାୟୀ, ମହିଳାମାନେ କୌଣସି ଗୁଜବର ଶିକାର ହୁଅନ୍ତୁ ନାହିଁ । ଋତୁସ୍ରାବ ସମୟରେ ଟିକା ନେବା ସମ୍ପୂର୍ଣ୍ଣ ନିରାପଦ ଅଟେ ଏବଂ ଏହାଦ୍ଵାରା ମା’ ହେବାରେ କୌଣସି ସମସ୍ୟା ଆସିନଥାଏ । ନ୍ୟୁୟର୍କ ଟାଇମରେ ଛପା ଯାଇଥିବା ଏକ ରିପୋର୍ଟରେ ଦାବି କରାଯାଇଛି କି ଏପର୍ଯ୍ୟନ୍ତ ଏଭଳି କୌଣସି ତଥ୍ୟ ମିଳିନାହିଁ ଯାହା କରୋନା ଟିକା ଏବଂ ଋତୁସ୍ରାବରେ ହେଉଥିବା ପରିବର୍ତ୍ତନ ମଧ୍ୟରେ କୌଣସି ପ୍ରକାରର ସମ୍ବନ୍ଧିତ ଅଟେ ।

ଟିକା ଋତୁସ୍ରାବର ଚକ୍ରକୁ ପରିବର୍ତ୍ତନ କରେନାହିଁ:-

ମହିଳା ମାନଙ୍କର ପ୍ରଶ୍ନ ରହିଛି କି କ’ଣ କରୋନାର ପ୍ରଭାବ ଋତୁସ୍ରାବର ଚକ୍ର ଉପରେ ପଡ଼ିଥାଏ ? ତେବେ ଆପଣଙ୍କୁ କହିରଖୁଛୁ କି ଏପର୍ଯ୍ୟନ୍ତ ଏଭଳି କୌଣସି ତଥ୍ୟ ମିଳିନାହିଁ, ଯାହାଦ୍ୱାରା ଏହା ପ୍ରମାଣିତ ହେବ କି କରୋନା ଟିକା ଋତୁସ୍ରାବର ଚକ୍ର ଉପରେ କୌଣସି ସମ୍ପର୍କ ରହିଛି ।

କ’ଣ ଗର୍ଭବତୀ ମହିଳାମାନେ ମଧ୍ୟ ଲଗାଇପାରିବେ ଟିକା:-

ଯଦି ଆପଣ ଗର୍ଭବତୀ ଅଛନ୍ତି ଏବଂ ଟିକାକୁ ନେଇ ଆପଣଙ୍କ ମନରେ କୌଣସି ପ୍ରକାରର ପ୍ରଶ୍ନ ରହିଛି । ତେବେ ଆପଣଙ୍କୁ କହିରଖୁଛୁ କି ଆମେରିକାର ୟୁଏସଏ ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଏଣ୍ଡ ପ୍ରିଭେନସନ୍ (US CDC)ର ଅଧ୍ୟୟନ ଅନୁଯାୟୀ ମୋର୍ଡନ୍ ଏବଂ ଫାଇଜର୍ ବାୟୋଏନଟେକ୍ ଟିକା ଗର୍ଭାବସ୍ଥା ସମୟରେ ବ୍ୟବହାର ପାଇଁ ସୁରକ୍ଷିତ ଅଟେ । ତେବେ କରୋନା ଟିକାକୁ ଏପର୍ଯ୍ୟନ୍ତ ଗର୍ଭବତୀ ମହିଳା ମାନଙ୍କ ପାଇଁ ସ୍ୱୀକୃତି ଦିଆଯାଇନାହିଁ ।

ଟୀକାକରଣ ପରେ ରଖନ୍ତୁ ଏହି କଥାଗୁଡିକ ଉପରେ ଧ୍ୟାନ:-

ଡାକ୍ତର ମାନଙ୍କର କହିବା ଅନୁଯାୟୀ, ଟିକା ନେବା ପରେ ମହିଳାମାନେ ପୁଷ୍ଟିକର ଖାଇବା ଖାଆନ୍ତୁ ଏବଂ ବ୍ୟାୟାମ ନିଶ୍ଚିତ ଭାବରେ କରନ୍ତୁ । ଏହାସହ ଶରୀରକୁ ସଠିକ୍ ପରିମାଣରେ ଆରାମ ଦିଅନ୍ତୁ । ଏଭଳି ସମୟରେ ନିଦ ଅତ୍ୟନ୍ତ ଆବଶ୍ୟକ ଅଟେ, ଏଥିପାଇଁ ‘ଅତିକମ୍’ରେ ୮ ଘଣ୍ଟା ନିଶ୍ଚିତ ଭାବରେ ଶୁଅନ୍ତୁ । କ୍ରମାଗତ ଭାବରେ ବସି କାମ କରନ୍ତୁ ନାହିଁ, ମଝିରେ ମଝିରେ ଟିକିଏ ବିଶ୍ରାମ ନିଅନ୍ତୁ ।

Leave a Reply

Your email address will not be published. Required fields are marked *