ମଙ୍ଗଳବାର ଦିନ କରନ୍ତୁ ଏହି ଉପାୟ , ଖୋଲିଯିବ ଆପଣଙ୍କ ଭାଗ୍ୟ …

ମଙ୍ଗଳବାର ଦିନ କରନ୍ତୁ ଏହି ଉପାୟ , ଖୋଲିଯିବ ଆପଣଙ୍କ ଭାଗ୍ୟ …

ମଙ୍ଗଳବାର ଦିନ କରନ୍ତୁ ଏହି ଉପାୟ , ଖୋଲିଯିବ ଆପଣଙ୍କ ଭାଗ୍ୟ ।

ଯଦି ଆପଣଙ୍କୁ ଲାଗୁଛି ସଫଳତା ହାତକୁ ଲାଗିବା ପୂର୍ବରୁ ଅସଫଳତା ଲାଗିବାର ସୂଚନା ଲାଗୁଛି ତେବେ ମଙ୍ଗଳବାର ଦିନ କିଛି ଉପାୟ ଅବଲମ୍ବନ କରନ୍ତୁ । ଆପଣଙ୍କୁ ନିଶ୍ଚିନ୍ତ ଲାଭ ପ୍ରାପ୍ତ ହେବ ଏବଂ ବନ୍ଦ ହୋଇଯାଇଥିବା ଭାଗ୍ୟ ଖୋଲିଯିବ ।

ମଙ୍ଗଳବାର ଦିନ ତାନ୍ତ୍ରିକ ହନୁମାନ ଯନ୍ତ୍ରର ସ୍ଥାପନା କରିବାର ମହତ୍ତ୍ୱ ରହିଛି । ମଙ୍ଗଳବାର ଦିନ ନିଜ ପୂଜା ଘରେ ତାନ୍ତ୍ରିକ ହନୁମାନ ଯନ୍ତ୍ରର ସ୍ଥାପନା କରନ୍ତୁ ଏବଂ ପ୍ରତିଦିନ ଏହି ଯନ୍ତ୍ରର ପୂଜା କରନ୍ତୁ ।ଖୁବ ଶୀଘ୍ର ଆପଣଙ୍କୁ ଏହାର ଫଳ ପ୍ରାପ୍ତ ହେବ । ମଙ୍ଗଳବାର ଦିନ ସନ୍ଧ୍ୟାରେ କୌଣସି ହନୁମାନ ମନ୍ଦିର ଯାଇ ସେଠାରେ ସୋରିଷ ତେଲର ଏବଂ ସୁଧ ଘିଅର ଦୀପ ଜଳାନ୍ତୁ । ଏହାପରେ ସେଠାରେ ବସି ହନୁମାନ ଚାଲିସା ପାଠ କରନ୍ତୁ । ହନୁମାନଙ୍କ କୃପା ପ୍ରାପ୍ତିର ଏହା ଏକ ଅଚୁକ ଉପାୟ ଅଟେ ।

ମଙ୍ଗଳବାର ଦିନ ସକାଳେ ସ୍ନାନ କରି କୌଣସି ବରଗଛ ତଳେ ସୋରିଷ ତେଲର ଦୀପ ପ୍ରଜ୍ବଳନ କରନ୍ତୁ । ଏହାପରେ ପୂର୍ବ ଦିଗ ଆଡ଼କୁ ମୁହଁ କରି ତୁଳସୀ ମାଳାରେ ରାମନାମ ଜପ କରନ୍ତୁ ଅତିକମରେ ୧୧ ଥର ଜପ କରନ୍ତୁ ।

କୌଣସି ମଙ୍ଗଳବାର ଦିନ ସଂଧ୍ୟା ସମୟରେ ହନୁମାନଙ୍କୁ ଗୋଲାପ ଜଳର ଇତର ଚଢାନ୍ତୁ । ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ଏହା ଏକ ଅଚୁକ ଉପାୟ ଅଟେ । ଏହି ଉପାୟ ଫଳରେ ପ୍ରତିଟି ମନକାମନା ପୂର୍ଣ ହୋଇପାରିବ ।

ମଙ୍ଗଳବାର ଦିନ ପାର୍ଶ୍ଵରେ ସ୍ଥିତ ହନୁମାନଙ୍କ କୌଣସି ମନ୍ଦିରକୁ ଯାଇ ସେଠାରେ ସିନ୍ଦୁର ଏବଂ ଚମ୍ପା ତେଲ ଅର୍ପିତ କରନ୍ତୁ ଏବଂ ନିଜର ମାନକାମନା କୁହନ୍ତୁ ଏହା ଦ୍ୱାରା ହନୁମାନ ଜୀ ପ୍ରସନ୍ନ ହେବେ ଏବଂ ଭକ୍ତର ସମସ୍ତ ମନକାମନା ପୂର୍ଣ କରିବେ ।

ମଙ୍ଗଳବାର ଦିନ ସକାଳେ ସ୍ନାନ କରି ବରଗଛର ପତ୍ର ତୋଳି ସେହି ପତ୍ରକୁ ଭଲ ରୂପରେ ସଫା କରି ଦିଅନ୍ତୁ । ବର୍ତ୍ତମାନ ସେହି ପତ୍ରକୁ କିଛି ସମୟ ପାଇଁ ହନୁମାନଙ୍କ ସାମ୍ନାରେ ରଖନ୍ତୁ ଏବଂ ପରେ ଏହି ପତ୍ର ଉପରେ କେଶରରେ ଶ୍ରୀ ରାମ ଲେଖନ୍ତୁ ବର୍ତ୍ତମାନ ଏହି ପତ୍ରକୁ ନିଜ ପର୍ସରେ ରଖନ୍ତୁ ,ବର୍ଷ ତମାମ ଆପଣଙ୍କ ପର୍ସ ଟଙ୍କାରେ ଭରି ହୋଇରହିବ ।

ଯଦି ଆପଣ ଶନି ଦୋଷରେ ପୀଡିତ ଅଛନ୍ତି ତେବେ ମଙ୍ଗଳବାର ଦିନ କୋଇଲାର ଏକ ପୁଡା ପ୍ରସ୍ତୁତ କରନ୍ତୁ ସେହି ପୁଡ଼ିଆରେ ଏକ ଟଙ୍କାର ଏକ ମୁଦ୍ରା ରଖନ୍ତୁ । ଏହାପରେ ଏହି ପୁଡ଼ିଆକୁ ନିଜ ଚାରିପାଖରେ ବୁଲାଇ ନଦୀରେ ପ୍ରବାହ କରିଦିଅନ୍ତୁ ଏବଂ କୌଣସି ହନୁମାନ ମନ୍ଦିର ଯାଇ ରାମ ନାମ ଜପ କରନ୍ତୁ ଏହିପରି କରିବା ଦ୍ୱାରା ଶନି ଦୋଷରୁ ମୁକ୍ତି ମିଳିପାରିବ ।

Leave a Reply

Your email address will not be published. Required fields are marked *