ଧନ ପ୍ରାପ୍ତି ପାଇଁ ଶୁକ୍ରବାର ଦିନ ଅଫିସ କିମ୍ବା ଦୋକାନ ଯିବା ପୂର୍ବରୁ ଏହି ଉପାୟଟି କରନ୍ତୁ

ଧନ ପ୍ରାପ୍ତି ପାଇଁ ଶୁକ୍ରବାର ଦିନ ଅଫିସ କିମ୍ବା ଦୋକାନ ଯିବା ପୂର୍ବରୁ ଏହି ଉପାୟଟି କରନ୍ତୁ

ଧନ ପ୍ରାପ୍ତି ପାଇଁ ଶୁକ୍ରବାର ଦିନ ଅଫିସ କିମ୍ବା ଦୋକାନ ଯିବା ପୂର୍ବରୁ ଏହି ଉପାୟଟି କରନ୍ତୁ ।

ଦୁନିଆରେ ପ୍ରତିଟି ବ୍ୟକ୍ତି ଅଧିକରୁ ଅଧିକ ଧନ ଉପାର୍ଜନ କରିବା ପାଇଁ ଚେଷ୍ଟା କରିଥାନ୍ତି । ଏହି କାରଣରୁ ଲୋକେ ଚାକିରୀ କିମ୍ବା ବ୍ୟବସାୟ କରିବା ପାଇଁ ଖୁବ ପରିଶ୍ରମ କରିଥାନ୍ତି । କିଛି ଲୋକ ଧନ ଉପାର୍ଜନ କରିବା ପାଇଁ ପାର୍ଟ ଟାଇମ କାମ ମଧ୍ୟ କରିଥାନ୍ତି । ଚାକିରୀ କରିବା ବ୍ୟକ୍ତି ଚିନ୍ତା କରି ଥାଏ ତାର ପଦଉନ୍ନତି ହେଉ ଏବଂ ବ୍ୟବସାୟ କରୁଥିବା ବ୍ୟକ୍ତି ଚାହିଁ ଥାନ୍ତି ସେମାନଙ୍କ ବ୍ୟବସାୟରେ ଉନ୍ନତି ହେଉ ।ଦୁହିଙ୍କ କ୍ଷେତ୍ରରେ ଉନ୍ନତି କରିବା ପାଇଁ ପରିଶ୍ରମ କରିବା ପାଇଁ ପଡିଥାଏ ।ଯେତେବେଳେ ପର୍ଯ୍ୟନ୍ତ ଆପଣଙ୍କ ଭାଗ୍ୟ ସାଥ ଦେଇନଥାଏ ସେହି ସମୟ ପର୍ଯ୍ୟନ୍ତ ଆପଣଙ୍କ ଉନ୍ନତି ହୋଇପାରିବ ନାହିଁ । ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବା ପାଇଁ ଯାଉଛୁ ।

ଏହି ଉପାୟଟି ମାତା ଲକ୍ଷ୍ମୀଙ୍କ ସହ ସମ୍ବନ୍ଧିତ ଅଟେ । ହିନ୍ଦୁ ଧର୍ମ ଅନୁସାରେ ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ ରୂପେ ପରିଗଣିତ କରାଯାଇଛି । ମନୁଷ୍ୟର ପ୍ରତିଟି ଧନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ମାତା ଲକ୍ଷ୍ମୀଙ୍କ ପାଖରେ ରହିଛି । ବ୍ୟବସାୟ କିମ୍ବା ଚାକିରି କ୍ଷେତ୍ରରେ ଧନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ନିମନ୍ତେ ମାତା ଲକ୍ଷ୍ମୀଙ୍କ ଆରାଧନା କରା ଯାଇଥାଏ । ଲକ୍ଷ୍ମୀଙ୍କ ଏହି ଉପାୟ କରିବା ଦ୍ୱାରା ଧନ ସମ୍ବନ୍ଧୀୟ ରେ ଆପଣଙ୍କ ଭାଗ୍ୟ ଚମକି ଉଠିବ । ଏହି ଉପାୟ କରିବା ଦ୍ୱାରା ଧନ ସ୍ୱୟଂ ଆପଣଙ୍କ ପାଖକୁ ଆସିବ । ଆପଣଙ୍କୁ ଏହି ଉପାୟ ପ୍ରତି ଶୁକ୍ରବାର ଦିନ କରିବା ପାଇଁ ପଡିବ । ଶୁକ୍ରବାର ମାତା ଲକ୍ଷ୍ମୀଙ୍କ ଦିନ ଅଟେ । ଏହି ଦିନ ନିଜ ଭକ୍ତ ମାନଙ୍କ ଉପରେ ଅଧିକ କୃପା କରିଥାନ୍ତି । ଏହି ଉପାୟକୁ ଶୁକ୍ରବାର ଦିନ ଅଫିସ କିମ୍ବା ବ୍ୟବସାୟକୁ ଯିବା ପୂର୍ବରୁ କରନ୍ତୁ ଯାହାଫଳରେ ଆପଣଙ୍କୁ ପୂର୍ଣ ଲାଭ ହୋଇପାରିବ ।

ଏହି ଉପାୟ କରିବା ଦ୍ୱାରା ବ୍ୟବସାୟ କିମ୍ବା ଚାକିରୀରେ ଉନ୍ନତି ମିଳିବ

ଚାକିରୀ କରୁଥିବା ଲୋକେ-ଚାକିରୀ କରୁଥିବା ଲୋକେ ଶୁକ୍ରବାର ଦିନ ସକାଳେ ସ୍ନାନ କରି ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଦୁଇଟି ଘିଅ ଦୀପ ଲଗାନ୍ତୁ । ବର୍ତ୍ତମାନ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ମୁଦ୍ରା ଗୋଟିଏ ରଖନ୍ତୁ । ଏହି ମୁଦ୍ରା ଉପରେ ପ୍ରଥମ ଦୀପ ରଖନ୍ତୁ ଏବଂ ଦ୍ଵିତୀୟ ଦୀପରେ ମାତା ଲକ୍ଷ୍ମୀଙ୍କ ଆରତୀ କରନ୍ତୁ । ଆରତୀ ସମ୍ପନ୍ନ ହେବା ପରେ ହାତ ଯୋଡି ମନକାମନା ଜଣାନ୍ତୁ । ବର୍ତ୍ତମାନ ଦୀପ ତଳେ ରଖିଥିବା ମୁଦ୍ରାକୁ ନିଜ ପର୍ସରେ ରଖନ୍ତୁ ଏବଂ କର୍ମସ୍ଥଳକୁ ଚାଲି ଯାଅନ୍ତୁ । ପରେ ଅନ୍ୟ ଶୁକ୍ରବାର ଦିନ ନୂତନ ମୁଦ୍ରାର ପ୍ରୟୋଗ କରନ୍ତୁ । ପ୍ରଥମ ମୁଦ୍ରାକୁ କୌଣସି ଗରିବ ଲୋକଙ୍କୁ ଦାନ କରିଦିଅନ୍ତୁ । ଏହି କ୍ରମରେ ପ୍ରତି ଶୁକ୍ରବାର ଦିନ ଏହି ଉପାୟ ଜାରି ରଖନ୍ତୁ । ଏହା ଦ୍ୱାରା ଆପଣଙ୍କ ପାଖରେ ଧନର ଅଭାବ ହେବ ନାହିଁ ।

ବ୍ୟବସାୟୀ ବ୍ୟକ୍ତି-ବ୍ୟାପାରି ବନ୍ଧୁ ଶୁକ୍ରବାର ଦିନ ସ୍ନାନ କରି ମାତା ଲକ୍ଷ୍ମୀଙ୍କ ପୂଜା କରନ୍ତୁ । ପୂଜା ସମୟରେ ଲକ୍ଷ୍ମୀଙ୍କୁ ନଡିଆ ଭୋଗ ଲଗାନ୍ତୁ । ପରେ ସେହି ନଡ଼ିଆ ଭୋଗକୁ ଦୋକାନକୁ ନେଇ ଯାଆନ୍ତୁ ଏବଂ ଦୋକାନରେ କାର୍ଯ୍ୟ କରୁଥିବା ଲୋକଙ୍କୁ ପ୍ରସାଦ ବଣ୍ଟନ କରନ୍ତୁ ।ଆପଣ ନିଜ ଗ୍ରାହକଙ୍କୁ ମଧ୍ୟ ପ୍ରସାଦ ଦେଇପାରିବେ । ଏହା ଦ୍ୱାରା ଆପଣଙ୍କୁ ଲାଭ ହେବ ।

Leave a Reply

Your email address will not be published. Required fields are marked *