ପ୍ରତିଦିନ ଉଠିବା ପରେ କରନ୍ତୁ ଏହି ତିନୋଟି କାମ । ୪୦ ବର୍ଷ ବୟସରେ ମଧ୍ୟ ଦେଖାଯିବେ ୨୦ ବର୍ଷ ଭଳି, ଚେହେରାରେ ଆସିବ ଅଦ୍ଭୁତ ଚମକତା !

ବର୍ତ୍ତମାନର ସମୟରେ ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହଁନ୍ତି ଏବଂ ଏଥିପାଇଁ ଅଧିକାଂଶ ସମୟରେ ପୁଅ ଓ ଝିଅମାନେ ଭିନ୍ନ ଭିନ୍ନ ପ୍ରାଡ଼କ୍ଟ ବ୍ୟବହାର କରନ୍ତି । ସେମାନେ ବିୟୁଟି ପାର୍ଲର ଯାଇ ମେକ୍-ଅପ୍ କରନ୍ତି ଓ ଦାମିକିଆ ଦାମିକିଆ ଚିକିତ୍ସା କରାଇଥାନ୍ତି ଏବଂ କସମେଟିକ୍ସ ଔଷଧ ଗୁଡ଼ିକୁ ପ୍ରୟୋଗ କରନ୍ତି । ସେତେବେଳେ ଯାଇ ସେମାନଙ୍କ ଚେହେରାରେ ଚମକ ଦେଖାଯାଏ କିନ୍ତୁ ଯଦି ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟତା ପାଇବା ପାଇଁ ଚାହଁନ୍ତି ଓ ସବୁଠାରୁ ସୁନ୍ଦର ଦେଖାଯିବାକୁ ଚାହଁନ୍ତି; ତେବେ ଆପଣ ଏହି ତିନୋଟି ଜିନିଷର ସେବନ ପ୍ରତିଦିନ ସକାଳୁ କରନ୍ତୁ । କାରଣ ଏହି ତିନୋଟି ଜିନିଷ ଆପଣଙ୍କ ଚେହେରାରେ ଚମକ ଆଣିଥାଏ ଓ ଚେହେରାକୁ କୋମଳ ଓ ସୁନ୍ଦର କରିଥାଏ । ଏହି ଚମକତା ଓ ସୌନ୍ଦର୍ଯ୍ୟତା ପ୍ରାକୃତିକ ହୋଇଥାଏ ଯାହା ସର୍ବଦା ବଜାୟ ରହିଥାଏ । ଯଦି ଆପଣ ମଧ୍ୟ ଚାହଁନ୍ତି ସୁନ୍ଦର ତ୍ୱଚା, ତେବେ ସେଥିପାଇଁ ଆଜି ଆମେ ଆପଣ ମାନଙ୍କୁ ଏହି ତିନୋଟି ଉପାୟ ବିଷୟରେ କହିବାକୁ ଯାଉଛୁ, ତେବେ ଚାଲନ୍ତୁ ଏହି ତିନୋଟି ଉପାୟ ବିଷୟରେ ବିସ୍ତାର ପୂର୍ବକ ଜାଣିବା…

Google

ସକାଳୁ ଉଠିବା ପରେ କରନ୍ତୁ ଏହି କାର୍ଯ୍ୟ :

୧. ସ୍ୱଚ୍ଛ ଜଳ ପିଅନ୍ତୁ :

Google

ସକାଳୁ ଉଠି ପାଣି ପିଅନ୍ତୁ କାରଣ ପାଣି ଆମ ଶରୀର ପାଇଁ ବହୁତ ଆବଶ୍ୟକ ଅଟେ । କାରଣ ଆମ ଶରୀର ୭୦ ପ୍ରତିଶତ ପାଣିରୁ ତିଆରି । ଏଥିପାଇଁ ତ୍ୱଚାକୁ ଜଳୀୟ ଅଂଶ ପ୍ରଦାନ କରିବା ପାଇଁ ଜଳ ଅତ୍ୟନ୍ତ ଆବଶ୍ୟକ ଅଟେ । କାରଣ ଜଳରୁ ପୋଷାଣ ମିଳିଥାଏ, ଶରୀର ହାଇଡ୍ରେଡ୍ ରହିଥାଏ ଓ ଚେହେରା ଉଜ୍ଜ୍ଵଳତା ମଧ୍ୟ ବଢ଼ିଯାଏ ଏବଂ ଚେହେରାର ଚମକ ବଢ଼ିଯାଏ ଏଥିପାଇଁ ସବୁଦିନେ ସକାଳୁ ଉଠି ପାଣି ପିଅନ୍ତୁ ।

୨. କ୍ଷୀର ଓ ହଳଦୀ ସେବନ କରନ୍ତୁ :

Google

ପ୍ରତିଦିନ କ୍ଷୀରରେ ଗୋଟିଏ ଚାମୁଚ ହଳଦୀ ମିଶାଇ ସେବନ କରନ୍ତୁ । କାରଣ ହଳଦୀରେ ଆଣ୍ଟିଅକ୍ସୀଡେଣ୍ଟ ଓ ନ୍ୟୁଟ୍ରିଏଣ୍ଟସ୍ ଭରପୂର ମାତ୍ରାରେ ରହିଥାଏ । ଯେତେବେଳେ ଆପଣ କ୍ଷୀରରେ ହଳଦୀ ମିଶାଇ ପିଅନ୍ତି, ତେବେ ଏହା ଗୋଟିଏ ପେଷ୍ଟ ଭାବରେ ପ୍ରସ୍ତୁତ ହୋଇଥାଏ ଯାହା ଚେହେରାରେ ଚମକ ଆଣିବା କାର୍ଯ୍ୟ କରିଥାଏ ।

୩. ଲେମ୍ବୁ ରସ :

Google

ଗାଧୋଇବା ପୂର୍ବରୁ ପାଣିରେ ଗୋଟିଏ ଚାମୁଚ ଲେମ୍ବୁ ରସ ମିଶାନ୍ତୁ । କାରଣ ଲେମ୍ବୁ ରସରେ ଆଣ୍ଟିଏନଜିଙ୍ଗ ତତ୍ତ୍ୱ ରହିଥାଏ, ଯାହା ତ୍ୱଚାର ସୁନ୍ଦରତା ବଜାୟ ରଖିବାକୁ ସାହାଯ୍ୟ କରିଥାଏ ଏବଂ ତ୍ୱଚାରେ ଚମକ ଆଣିଥାଏ । ଲେମ୍ବୁ ରସରେ ରହିଥିବା ଏପରି ତତ୍ତ୍ୱ ଶରୀରର ସମସ୍ତ ମଇଳାକୁ ଶୋଷିନିଏ, ଏଥିପାଇଁ ଲେମ୍ବୁ ରସ ମିଶାଇ ପ୍ରତିଦିନ ସ୍ନାନ କରନ୍ତୁ ।

Be the first to comment

Leave a Reply

Your email address will not be published.


*