ଘରୁ ବାହାରେ ପାଦ ରଖିବା ପୂର୍ବରୁ କରି ନିଅନ୍ତୁ ଏହି ୮ଟି କାମ ! ଦିନ ଭଲରେ କଟିବ ଏବଂ ସମସ୍ତ କାର୍ଯ୍ୟ ପୂରଣ ହେବ…

ଘରୁ ବାହାରେ ପାଦ ରଖିବା ପୂର୍ବରୁ କରି ନିଅନ୍ତୁ ଏହି ୮ଟି କାମ ! ଦିନ ଭଲରେ କଟିବ ଏବଂ ସମସ୍ତ କାର୍ଯ୍ୟ ପୂରଣ ହେବ…

ଘରୁ ବାହାରକୁ ବାହାରିବା ପରେ ଆପଣଙ୍କ ସହିତ କଣ ହେବ ଏହା ସମ୍ବନ୍ଧରେ କିଛି କୁହାଯାଇ ପାରିବ ନାହିଁ । ହୋଇପାରେ ଆପଣଙ୍କ ଦିନ ଶୁଭ ହୋଇପାରେ କିମ୍ବା ଏହା ଆପଣଙ୍କ ପାଇଁ ଖରାପ ଦିନ ମଧ୍ୟ ହୋଇଯାଇପାରେ । ସବୁକୁ ମିଶାଇ ମନରେ ଏହି ସନ୍ଦେହ ସବୁବେଳେ ବଜାୟ ରହିଥାଏ ଯେ ବାହାରକୁ ଯିବା ଦ୍ୱାରା ଆମର ଦିନ ଭଲରେ କଟିବ ନା ଖରାପ । ଏହି କଥା ସେତେବେଳେ ତ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଏ ଯେତେବେଳେ ଆମେ ଘରୁ କୌଣସି ଜରୁରୀ କାମରେ ବାହାରି ଯାଇଥାଉ । ଏମିତିରେ ଆମେ ଏହା ଚାହିଁଥାଉ ଯେ ଆମର ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ଭଲରେ ପୂର୍ଣ୍ଣ ହୋଇଯାଉ ।

ଏମିତିରେ ଯଦି ଆପଣ ଘରୁ ବାହାରେ ପାଦ ରଖିବା ପୂର୍ବରୁ କିଛି ବିଶେଷ ଜିନିଷ ଉପରେ ଧ୍ୟାନ ରଖନ୍ତି ତେବେ ଆପଣଙ୍କୁ ସବୁ କାର୍ଯ୍ୟରେ ନିଶ୍ଚିତ ଭାବରେ ସଫଳତା ମିଳିବ । ଆଜି ଆମେ ଆପଣଙ୍କୁ ଏହିପରି କିଛି କାମ ସମ୍ବନ୍ଧରେ କହିବାକୁ ଯାଉଛୁ ।

୧. କୌଣସି ଜରୁରୀ କାମରେ ଘରୁ ବାହାରକୁ ଯଦି ଯାଉଛନ୍ତି ତେବେ ମନେ ରଖନ୍ତୁ ଆପଣ ରାହୂ କାଳରେ ଯେପରି ନବାହାରନ୍ତି । ରାହୂ କାଳ ପରେ କିମ୍ବା ପୂର୍ବରୁ ଘର ବାହାରେ ପାଦ ରଖନ୍ତୁ ।

୨. ଘରୁ ବାହାରକୁ ଯିବା ପୂର୍ବରୁ ଦେଖିନେବା ଦିଶାଶୁଳ ମଧ୍ୟ ଖୁବ ଭଲ ଉପାୟ ଅଟେ । ଏହାଦ୍ଵାରା ଆପଣଙ୍କୁ କୌଣସି ବିଶେଷ ଦିନ କେଉଁ ଦିଗରେ ଯିବା ଲାଭକାରୀ କିମ୍ବା ହାନିକାରକ ହେବ ଏହା ଜଣା ପଡ଼ିଯାଇଥାଏ । ଯଦି ଆପଣଙ୍କୁ କୌଣସି କାରଣରୁ ବିଷମ ଦିନରେ ବିଷମ ଯାତ୍ରା କରିବାକୁ ପଡ଼େ ତେବେ ସେହି ଉପାୟରେ ଯାତ୍ରାକୁ ସଫଳ ଏବଂ ସୁଖଦ କରିହେବ ।

୩. ଜରୁରୀ କାମରେ ଘରୁ ବାହାରୁଥିଲେ ପ୍ରଥମେ ଦହି ଏବଂ ଚିନି ଖାଆନ୍ତୁ ଏବଂ ଏହାପରେ ବାହାରକୁ ଯାଆନ୍ତୁ । ଏପରି କରିବା ଦ୍ୱାରା ସେହି କାମରେ ସଫଳତା ମିଳିବାର ସମ୍ଭାବନା ଅନେକ ଗୁଣା ବଢ଼ିଯାଇଥାଏ ।

୪. ଘରୁ ଯେତେବେଳେ ବାହାରକୁ ଯାଉଛନ୍ତି ତ ସବୁବେଳେ ଡାହାଣ ପାଦ ଘର ବାହାରେ ରଖି ବାହାରକୁ ଦେଖନ୍ତୁ । ଏହି ସମୟରେ ‘ଶ୍ରୀ ଗଣେଶାୟ ନମଃ’ କହି ଆଗକୁ ଯାଆନ୍ତୁ । ଆପଣଙ୍କୁ କାମର ସଫଳତା ନିଶ୍ଚିତ ମିଳିବ ।

୫. ଯଦି ଆପଣଙ୍କ କାମ ଅତ୍ୟନ୍ତ ଜରୁରୀ ଅଟେ ଏବଂ ଆପଣଙ୍କୁ ସନ୍ଦେହ ରହିଛି ଯେ ତାହା ବିଗିଡ଼ି ଯାଇପାରେ ତେବେ ଘରୁ ବାହାରିବା ସମୟରେ ମୁଁହରେ ତୁଳସୀ ରଖନ୍ତୁ । କିନ୍ତୁ ଧ୍ୟାନ ଦେବେ ଯେପରି ଏହି ତୁଳସୀ କୁ ଚୋବାଇବେ ନାହିଁ । ଯେତେବେଳେ ଘରୁ ବାହାରକୁ ଯିବେ ସେତେବେଳେ ତୁଳସୀ କୁ ଚୋବାଇ ପାରନ୍ତି ।

୬. କାମ ଠିକ୍ ଭାବରେ ପୂର୍ଣ୍ଣ ହେବା ପାଇଁ ବାହାରକୁ ଯିବା ପୂର୍ବରୁ ନିଜର ଇଷ୍ଟଦେବଙ୍କ ପୂଜା ପାଠ ଏବଂ ଆରାଧନା ନିଶ୍ଚିତ କରନ୍ତୁ । ତାଙ୍କ ଆଶୀର୍ବାଦ ନେଇ ଘରୁ ବାହାରିଲେ କାମ ଖୁବଶୀଘ୍ର ଏବଂ ଭଲରେ ପୂର୍ଣ୍ଣ ହୋଇଯିବ ।

୭. ଘରୁ ବାହାରିବା ପୂର୍ବରୁ ଦ୍ୱାର ବାହାରେ କିଛି ସୋରିଷ ଦାନା ରଖିଦିଅନ୍ତୁ । ଏବେ ଏହା ଉପରେ ପାଦ ରଖି ବାହାରକୁ ଯାଆନ୍ତୁ । ଏହି ସମୟରରେ ପଛକୁ ବୁଲି ଆଦୌ ଦେଖିବେ ନାହିଁ ।

୮. ଘରୁ ବାହାରକୁ ଯିବା ପୂର୍ବରୁ ପୂର୍ଣ୍ଣ ଆଇନରେ ନିଜ ଚେହେରାକୁ ନିଶ୍ଚିତ ଦେଖନ୍ତୁ । ଏପରି କରିବା ଶୁଭ ହୋଇଥାଏ ।

Leave a Reply

Your email address will not be published. Required fields are marked *