ଥାଇରୋଇଡ଼କୁ କରନ୍ତୁ ନାହିଁ ଅଣଦେଖା । ଜାଣନ୍ତୁ ଏହାର ଲକ୍ଷଣ ଏବଂ ଏଥିରୁ ମୁକ୍ତି ପାଇବାର ଘରୋଇ ଉପଚାର ।

ଥାଇରୋଇଡ଼କୁ କରନ୍ତୁ ନାହିଁ ଅଣଦେଖା । ଜାଣନ୍ତୁ ଏହାର ଲକ୍ଷଣ ଏବଂ ଏଥିରୁ ମୁକ୍ତି ପାଇବାର ଘରୋଇ ଉପଚାର ।

ଥାଇରୋଇଡ଼ ରୋଗର ଶୀକାର ମହିଳା ମାନେ ଅଧିକ ହୋଇଥାନ୍ତି। ଥାଇରୋଇଡ଼ ରୋଗ ଦୁଇ ପ୍ରକାରର ହୋଇଥାଏ ଯାହାକୁ ହାଇପର ଥାଇରୋଇଡ଼ କିମ୍ବା ହାଇପୋ ଥାଇରୋଇଡ଼ ନାମରେ ଜଣାଯାଏ ।ଏହି ରୋଗ ହେବା ପରେ ନାନା ପ୍ରକାରର ଲକ୍ଷଣ ଦେଖିବାକୁ ମିଳିଥାଏ ଏବଂ ଏହି ଲକ୍ଷଣ ଗୁଡ଼ିକୁ ଆଦୋୖ ଅଣଦେଖା କରନ୍ତୁ ନାହିଁ ।ଏହି ଲକ୍ଷଣ ଦେଖିବା ପରେ ତୁରନ୍ତ ଥାଇରୋଇଡ଼ ର ଟେଷ୍ଟ କରନ୍ତୁ ।ତେଣୁ ଥାଇରୋଇଡ଼ ର ମୁଖ୍ୟ ଲକ୍ଷଣ ଗୁଡ଼ିକ ଏହିକି ଯେ :-

ହାଇପର ଥାଇରୋଇଡ଼ର ଲକ୍ଷଣ :-

Google

୧) ହାଇପର ଥାଇରୋଇଡ଼ ଯୋଗୁଁ ବହୁ ମାତ୍ରାରେ ଖୁବଶୀଘ୍ର ଓଜନ କମିବାରେ ଲାଗିଥାଏ ।

୨) ଯେଉଁ ଲୋକମାନେ ହାଇପର ଥାଇରୋଇଡ଼ର ଶିକାର ହୋଇଥାନ୍ତି, ସେମାନଙ୍କୁ ଅଧିକ ଗରମ ଲାଗିଥାଏ ଏବଂ ସେମାନଙ୍କ ତଣ୍ଟି ମଧ୍ୟ ଶୁଖିଯାଇଥାଏ ।

୩) ରାତିରେ ନିଦ ନ ଆସିବା ମଧ୍ୟ ହାଇପର ଥାଇରୋଇଡ଼ର ଏକ ମୁଖ୍ୟ ଲକ୍ଷଣ ।

୪) ହାଇପର ଥାଇରୋଇଡ଼ ହେବା ମାତ୍ରେ ହୃଦସ୍ପନ୍ଦନ ଅଧିକ ହୋଇଯାଏ ଏବଂ ମୁଣ୍ଡ ବୁଲେଇଥାଏ ।

୫) ଶରୀର ହଠାତ୍ ଦୁର୍ବଳତା ଓ ଥକ୍କାପଣ ଅନୁମଭାବ ହୋଇଥାଏ ।

ହାଇପୋ ଥାଇରୋଇଡ଼ର ଲକ୍ଷଣ :–

Google

ହାଇପୋ ଥାଇରୋଇଡ଼ ହେବା ମାତ୍ରେ ଓଜନ ବଢ଼ିବାରେ ଲାଗେ ଏବଂ ଆପଣ ମୋଟା ହେବାକୁ ଲାଗନ୍ତି ।

ହାଇପୋ ଥାଇରୋଇଡ଼ ହେବା ମାତ୍ରେ ସବୁ ସମୟରେ ଆଳସ୍ୟ ଅନୁଭବ ହୋଇଥାଏ ।

ମାଂସପେଶୀରେ ବ୍ୟଥା ହୋଇଥାଏ ।

ଚାଲିବା ସମୟରେ ଥକ୍କାପଣ ଅନୁଭୂତ ହୋଇଥାଏ ।

ଗଳାରେ ଏବଂ ଆଖପାଖ ଜାଗାରେ ଭାରୀପଣ ଅନୁଭୂତ ହୋଇଥାଏ ।

କେଶ ଶୁଖିଯିବା ଏବଂ ଦୁର୍ବଳ ହୋଇଯିବା ।

କୋଷ୍ଠକାଠିନ୍ୟ ରହିବା ।

ଅଧିକ ଶୀତ ଲାଗିବା ।

ତ୍ୱଚାରେ ଶୁଷ୍କତା ଆସିବା ।

ପିରିୟଡ଼ସ ବିଳମ୍ବରେ ହେବା । ଏଗୁଡିକ ହୋଇପୋ ଥାଇରୋଇଡ଼ର ଲକ୍ଷଣ ଅଟେ ।

ହାଇପର ଥାଇରୋଇଡ଼ ଏବଂ ହାଇପୋ ଥାଇରୋଇଡ଼ ମଧ୍ୟରେ ହାଇପର ଥାଇରୋଇଡ଼ ସାଙ୍ଘାତିକ ହୋଇଥାଏ । କାରଣ ଏହା ହେବା ଦ୍ୱାରା ଓଜନ ହଠାତ୍ କମି ଯାଇଥାଏ ଏବଂ ଶରୀର ଦୁର୍ବଳ ହୋଇଯାଇଥାଏ । ହାଇପର ଥାଇରୋଇଡ଼ ରୋଗ ହେବା ଦ୍ୱାରା ସେହି ରୋଗ ପାଇଁ ଉପଯୁକ୍ତ ଔଷଧ ଦିଆଯାଇଥାଏ ଏବଂ ଏହାକୁ ପ୍ରତିଦିନ ଖାଇବାକୁ ପଡ଼ିଥାଏ । ମହିଳା ମାନଙ୍କୁ ଥାଇରୋଇଡ଼କୁ ଅଣଦେଖା କରିବା ଆଦୌ ଉଚିତ ନୁହେଁ । କାରଣ ଥାଇରୋଇଡ଼ ହେବା ଦ୍ୱାରା ଗର୍ଭଧାରଣରେ କଷ୍ଟ ହୋଇଥାଏ ।

ଥାଇରୋଇଡ଼ ହେଲେ ଆପଣାନ୍ତୁ ଏହି ସାବଧାନତା :-

Google

ହାଇପୋ ଥାଇରୋଇଡ଼ ହେଲେ ବାହାରର ଖାଦ୍ୟ ସେବନ କରନ୍ତୁ ନାହିଁ । କାରଣ ଏହି ଖାଦ୍ୟ ଖାଇବା ଦ୍ୱାରା ଓଜନ ଅଧିକ ବଢ଼ିଯାଏ । ଯଦି ଆପଣ ଗର୍ଭଧାରଣ କରିଛନ୍ତି ତା’ହାଲେ ନିଜର ଥାଇରୋଇଡ଼ ଟେଷ୍ଟ ନିହାତି କରାଇ ନିଅନ୍ତୁ । କାରଣ ଗର୍ଭଧାରଣ କରିଲେ ସାଧାରଣତଃ ଥାଇରୋଇଡ଼ ବଢ଼ି ଯାଇଥାଏ ଏବଂ ଔଷଧର ସହାୟତାରେ ଏହାକୁ କଣ୍ଟ୍ରୋଲ ବା ନିୟନ୍ତ୍ରଣରେ ରଖାଯାଇଥାଏ ।

କରନ୍ତୁ ଏହି ଜିନିଷର ସେବନ :-

ଅଦା :-

ଅଦାରେ :

Google

ଅଦାରେ ପୋଟାସିୟମ ଏବଂ ମ୍ୟାଗନେସିୟମ ମିଳିଥାଏ ଏବଂ ଏହାକୁ ଖାଇବା ଦ୍ୱାରା ଥାଇରୋଇଡ଼ ରୋଗ ହୋଇନାଥାଏ । ପୁଣି ଯେଉଁମାନଙ୍କୁ ଥାଇରୋଇଡ଼ ହୋଇଥାଏ ଯଦି ସେମାନେ ଅଦା ଖାଆନ୍ତି ତାହାଲେ ଏହା କଣ୍ଟ୍ରୋଲରେ ରହିଥାଏ ।

ଦହି ଏବଂ କ୍ଷୀର :-

Google

ଦହି ଏବଂ କ୍ଷୀର ସେବନ କରିବା ଦ୍ୱାରା ମଧ୍ୟ ଥାଇରୋଇଡ଼ ରୋଗକୁ ନିୟନ୍ତ୍ରଣ କରାଯାଇଥାଏ ଏବଂ ଏହି ରୋଗରୁ ମୁକ୍ତି ମିଳିଥାଏ । ତେଣୁ ଥାଇରୋଇଡ଼ ହେଲେ ଏହି ଖାଦ୍ୟକୁ ନିଜର ଖାଦ୍ୟ ଅଭ୍ୟାସରେ ନିହାତି ସାମିଲ କରନ୍ତୁ । କ୍ଷୀର ଏବଂ ଦହିରେ କ୍ୟାଲସିୟମ, ମିନେରଲସ୍ ଏବଂ ଭିଟାମିନ୍ ପ୍ରଚୁର ଥାଏ ଯାହା ଥାଇରୋଇଡ଼ ରୋଗୀଙ୍କ ପାଇଁ ଉତ୍ତମ ହୋଇଥାଏ ।

ମୁଲେଠି :

Google

ଥାଇରୋଇଡ଼ ରୋଗୀଙ୍କ ପାଇଁ ମୁଲେଠି ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଏବଂ ଏହାକୁ ଖାଇବା ଦ୍ୱାରା ଥାଇରୋଇଡ଼ର ମାତ୍ରା ନିୟନ୍ତ୍ରଣରେ ରହିଥାଏ । ପୁଣି ଥାଇରୋଇଡ଼ ପାଇଁ ଥିବା ଦୁର୍ବଳତା ମଧ୍ୟ ଦୂର ହୋଇଯାଏ ।

Leave a Reply

Your email address will not be published. Required fields are marked *