ସକାଳୁ ଉଠି ‘ଭୁଲ୍’ରେ ମଧ୍ୟ ଦେଖନ୍ତୁ ନାହିଁ ଏହି ଦୁଇଟି ଜିନିଷକୁ ! ନଚେତ୍ ହୋଇଯିବେ ବର୍ବାଦ୍…

ସକାଳୁ ଉଠି ‘ଭୁଲ୍’ରେ ମଧ୍ୟ ଦେଖନ୍ତୁ ନାହିଁ ଏହି ଦୁଇଟି ଜିନିଷକୁ ! ନଚେତ୍ ହୋଇଯିବେ ବର୍ବାଦ୍…

ପ୍ରକୃତି ରାତି ଏବଂ ଦିନ ଏଥିପାଇଁ ସୃଷ୍ଟି କରିଛି ଯାହାଦ୍ଵାରା ଅନେକ ଲୋକ ରାତିରେ ଆରାମରେ ଶୋଇପାରିବେ ଏବଂ ଦିନରେ ନଶୋଇ ନିଜର ସମସ୍ତ କାର୍ଯ୍ୟ କରିପାରିବେ । କାମ ସରିବା ପରେ ପ୍ରତ୍ୟେକ ମନୁଷ୍ୟ ଏକ ଭଲ ଶଯ୍ୟାକୁ ଅପେକ୍ଷା କରନ୍ତି କେତେବେଳେ ସେମାନଙ୍କୁ ଏକ ଭଲ ଶଯ୍ୟା ମିଳିବ ଏବଂ ସେମାନେ ସେମାନଙ୍କର ସାରାଦିନର ଥକ୍କାପଣ ଦୂର କରିପାରିବେ । ଡାକ୍ତରମାନେ ମଧ୍ୟ ଏହା କହିଛନ୍ତି ଯେ ଜଣେ ବ୍ୟକ୍ତିକୁ ସୁସ୍ଥ ରହିବା ପାଇଁ ହେଲେ ଭରପୁର୍ ମାତ୍ରାରେ ଶୋଇବା ଅତ୍ୟନ୍ତ ଜରୁରୀ ଅଟେ । କିନ୍ତୁ ଆଜିର ସମୟରେ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ପ୍ରଚୁର ମାତ୍ରାରେ ଶୋଇପାରୁଛନ୍ତି ।

ଏହାର ସବୁଠାରୁ ବଡ କାରଣ ଦେଖିବାକୁ ଗଲେ ଆଜିର ସମୟରେ ଅଧିକାଂଶ ଲୋକ ମୋବାଇଲ୍ ଚଲାଇବାରେ ଅଧିକରୁ ଅଧିକ ସମୟ ବିତାଉଛନ୍ତି । କାହିକିଁ ନା ମୋବାଇଲ୍ ଯୋଗୁଁ ନିଦ ଭଲ ଭାବରେ ହୋଇପାରିନଥାଏ ଯାହାଦ୍ଵାରା ପରବର୍ତ୍ତୀ ସମୟରେ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ପ୍ରମାଣିତ ହୁଏ । ଏହାସହ, ବ୍ୟକ୍ତି ସକାଳ ସମୟରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଶୋଇଥାଏ, ଯାହା ଧାର୍ମିକ ଦୃଷ୍ଟିକୋଣରୁ ମଧ୍ୟ ଉଚିତ ନୁହେଁ ବୋଲି ମନେକରାଯାଏ । ଶାସ୍ତ୍ର ଅନୁସାରେ, ବ୍ୟକ୍ତି ସୂର୍ଯ୍ୟୋଦୟ ପୂର୍ବରୁ ବିଛଣା ଛାଡି ଦେବା ଉଚିତ । ଯେଉଁମାନେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ବିଛଣା ପରିତ୍ୟାଗ କରି ଦିଅନ୍ତି, ସେମାନଙ୍କ ଜୀବନରେ କୌଣସି ଅସୁବିଧା ଆସି ନଥାଏ ।

ଅଧିକଂଶ ଆପଣ ଦେଖିଥିବେ ଯେ ବୃଦ୍ଧଲୋକମାନେ ଆଜିମଧ୍ୟ ସକାଳୁ ଉଠିବା ପରେ ସର୍ବପ୍ରଥମେ ଇଶ୍ଵରଙ୍କ ନାମ ନିଅନ୍ତି, ଯେତେବେଳେ କି ବର୍ତ୍ତମାନର ଯୁବକ ପିଢ଼ି ଆଖି ଖୋଲିବା ମାତ୍ରେ ମୋବାଇଲ୍ କୁ ପ୍ରଥମେ ଦେଖିଥାନ୍ତି । ଏହା ବିଶ୍ୱାସ କରାଯାଏ ଯେ ସକାଳୁ ଉଠିବା ମାତ୍ରେ ଯଦି ଭଲ ଜିନିଷ ଦେଖିବ ତେବେ ବ୍ୟକ୍ତିର ଦିନଟି ଭଲରେ କଟିଥାଏ । ଯଦିଓ କୌଣସି ଖରାପ ଜିନିଷ ଦେଖିବତେବେ ସାରା ଦିନ ଅଶୁଭରେ କଟି ଥାଏ । ଯଦି ସକାଳୁ ଉଠିବା ମାତ୍ରେ ଭଗବାନଙ୍କ ନାମ ନେବା ତେବେ ସାରା ଦିନ ଭଲରେ କଟିବ ।

ଏହା କୁହାଯାଏ ଯେ ଗୋଟିଏ ଅଳସ ନେଲେ ଶରୀରକୁ ଶକ୍ତି ତୁରନ୍ତ ଆସେ । ଏହାଦ୍ଵାରା ବ୍ୟକ୍ତିର ସାରାଦିନ ବହୁତ ଭଲରେ କରିଥାଏ ଏବଂ ସେ ଦିନସାରା ନିଜ କାର୍ଯ୍ୟକୁ ଭଲ ଭାବରେ କରିପାରିଥାଏ । ବାସ୍ତୁ ବିଶେଷଜ୍ଞ ଶିବନାରାୟଣ ମୁଂଘଡା କହିଛନ୍ତି ଯେ ଦୁଇଟି ଏପରି ଜିନିଷ ଅଛି, ଯାହାକୁ ସକାଳୁ ଉଠିବା ମାତ୍ରେ ଦେଖିବା ଠାରୁ ବଞ୍ଚିବା ଉଚିତ । ତାଙ୍କ ମତରେ, ରାତିରେ ଶୋଇବା ସମୟରେ ବ୍ୟକ୍ତିଙ୍କ ଚାରିପାର୍ଶ୍ବରେ ନକାରାତ୍ମକ ଶକ୍ତିଥାଏ, ଏହି ସମୟରେ ଯଦି କୌଣସି ନକାରାତ୍ମକ ଜିନିଷକୁ ଦେଖିଦେବା ତେବେ ସବୁକିଛି ଖରାପ ହୋଇଯାଇଥାଏ । ତେଣୁ ଏହି ଦୁଇଟି ନକାରାତ୍ମକ ଜିନିଷକୁ ଭୁଲରେ ମଧ୍ୟ ଦେଖନ୍ତୁ ନାହିଁ ।

ସକାଳେ ଉଠିବା ମାତ୍ରେ ଏହି ଦୁଇଟି ଜିନିଷକୁ ‘ଭୁଲ୍’ରେ ମଧ୍ୟ ଦେଖନ୍ତୁ ନାହିଁ :

ସକାଳୁ ଉଠିକରି ପ୍ରଥମେ ଦର୍ପଣ ଦେଖିବା ଅଶୁଭ ବୋଲି ମନେକରାଯାଏ । ସେଥିପାଇଁ ଏହାକୁ ଶୋଇବା ‘ରୁମ୍’ରେ ରଖିବା ଉଚିତ ନୁହେଁ । ଏହା କରିବାଦ୍ୱାରା, ସାରା ଦିନର କାର୍ଯ୍ୟରେ ଅସଫଳତା ଦେଖା ଦେଇଥାଏ ।

ନକାରାତ୍ମକ ଚିତ୍ର:

ସକାଳେ ଉଠିବାମାତ୍ରେ ଶୀଘ୍ର କୌଣସି ନକାରାତ୍ମକ ଚିତ୍ର ଦେଖିବା ଠାରୁ ଦୂରେଇ ରୁହନ୍ତୁ । ଯେଉଁ ଚିତ୍ରକୁ ଦେଖିଲେ ଆପଣଙ୍କ ମନରେ ଖରାପ ଚିନ୍ତାଧାରା ଆସୁଛି, ସେହିପରି ଚିତ୍ରକୁ ଆପଣ କେବେମଧ୍ୟ ଦେଖନ୍ତୁନାହିଁ ।

ବାସ୍ତୁ ମତରେ, ଯଦି ସକାଳୁ ଉଠିବା ମାତ୍ରେ ତୁମ କାନରେ ମୟୂର କିମ୍ବା ମନ୍ଦିର ଘଣ୍ଟାର ଶବ୍ଦ ଶୁଣା ଯିବ, ତେବେ ଏହା ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ ।

ଆପଣଙ୍କ ସୂଚନା ପାଇଁ, ଜଣାଇ ଦେଉଛୁ ଯେ ଏହି ସବୁ ଜିନିଷ ବାସ୍ତୁ ଶାସ୍ତ୍ରୀ ଶିବନାରାୟଣ ମୁଙ୍ଘଡାଙ୍କ ଅନୁସାରେ ଲେଖାଯାଇଛି । ଯଦି ଆପଣଙ୍କର କିଛି ସନ୍ଦେହ ଅଛି ତେବେ ଆପଣ ଅନ୍ୟ କୌଣସି ବାସ୍ତୁ ଶାସ୍ତ୍ରୀଙ୍କଠାରୁ ପରାମର୍ଶ ନେଇପାରିବେ ।

Leave a Reply

Your email address will not be published. Required fields are marked *