ଖରାପ ସମୟ ଆସିଲେ ନିରାଶ ହୁଅନ୍ତୁ ନାହିଁ, କେବଳ କରନ୍ତୁ ଏହି ଉପାୟ, ସମୟ ବଦଳାଇ ଦେବ ନିଜର ଗତି !

ଖରାପ ସମୟ ଆସିଲେ : ସମୟ କାହାକୁ ଅପେକ୍ଷା କରେ ନାହିଁ । ଦୁନିଆରେ ଏପରି କୌଣସି ଶକ୍ତି ନାହିଁ ଯାହାକି ସମୟକୁ ବଦଳାଇ ପାରିବ । ସମୟ କେବଳ ନିଜ ଗତିରେ ହିଁ ଚାଲେ, ଏହିପରି ଆପଣଙ୍କୁ ଏହା ଜଣାନଥାଏ ଯେ କଣ କରିବା ଉଚିତ ଅଟେ ? ତେବେ ଚାଲନ୍ତୁ ଆଜି ଆମେ ଆପଣ ମାନଙ୍କୁ କିଛି ଏପରି କଥା ବିଷୟରେ ଜଣାଇବାକୁ ଯାଉଛୁ, ଯାହା ଫଳରେ ଆପଣ ଆପଣଙ୍କ ଖରାପ ସମୟରେ ମଧ୍ୟ ନିଜକୁ ସମ୍ଭାଳି ପାରିବେ ।

newstrend

ଯେତେବେଳେ କୌଣସି ଗରିବ ଲୋକ କାହାକୁ ଗାଡ଼ିରେ ଭ୍ରମଣ କରିବାର ଦେଖିଥାଏ ତେବେ ସେ ଭାବିଥାଏ ଯେ ସେହି ବ୍ୟକ୍ତି ଠାରୁ ଭାଗ୍ୟଶାଳୀ ଆଉ କେହି ନାହିଁ, କିନ୍ତୁ ସଂସାରର ସବୁ ସୁଖ ଟଙ୍କା ନୁହେଁ, ଯାହା ପାଖରେ ଧନ ସମ୍ପତ୍ତି ରହିଥାଏ ସେମାନଙ୍କ ଜୀବନରେ ଭିନ୍ନ ଭିନ୍ନ ଅସୁବିଧା ଆସିଥାଏ, କିନ୍ତୁ ଏ ସଂସାରରେ ଏପରି କେହି ନାହିଁ ଯିଏକି ଦୁଃଖ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇନଥିବ। ଜଣାଇଦେଉଛୁ ଯେ ସମୟ ଉଚିତ ସମୟରେ ହିଁ ଆସେ, କିନ୍ତୁ ଆପଣଙ୍କୁ କେବେ ମଧ୍ୟ ନିରାଶ ହେବା ଦରକାର ନାହିଁ ।

newstrend

ଜଣାଇଦେଉଛୁ ଯେ, ସମୟ ଖରାପ ହୋଇପାରେ, କିନ୍ତୁ ଆପଣଙ୍କୁ ଧ୍ୟାନ ରଖିବା ଉଚିତ ଯେ ଆପଣ ଖରାପ ନୁହଁନ୍ତି । ସମୟ ସହିତ ଆମେ କାନ୍ଧରେ କାନ୍ଧ ମିଳାଇ ଚାଲିବା ପାଇଁ ଆପଣ ସର୍ବ ପ୍ରଥମେ ଧୈର୍ଯ୍ୟ ଧରି ରଖିବା ଉଚିତ । ସେହି ଲୋକବାଣୀ ଶୁଣିଛନ୍ତି ନା ସମସ୍ତଙ୍କ ସମୟ ଆସେ, ଆପଣଙ୍କୁ କେବଳ ଏହାର ଅପେକ୍ଷା କରିବା ଉଚିତ, ଏବଂ ଏଥିରୁ ନିରାଶ ହେବା ଆବଶ୍ୟକତା ନାହିଁ ।

ଖରାପ ସମୟ ଆସିଲେ କରନ୍ତୁ ଏହି ଉପାୟ

ପ୍ରକୃତରେ, ଖରାପ ସମୟ ଆସିଲେ ଏପରି ପରିସ୍ଥିତିରେ ସର୍ବ ପ୍ରଥମେ ଆପଣଙ୍କୁ ଧୈର୍ଯ୍ୟବାନ ହେବା ଆବଶ୍ୟକ, କାରଣ ଧୈର୍ଯ୍ୟ ମନୁଷ୍ୟର ସବୁଠାରୁ ବଡ଼ ପୁଞ୍ଜି ଅଟେ । ତେବେ ଚାଲନ୍ତୁ ଜାଣିବା ଖରାପ ସମୟ ଆସିଲେ କଣ କରିବା ଉଚିତ?

୧. ଦୃଢ଼ ରୁହନ୍ତୁ

ଖରାପ ସମୟ ଆସିଲେ ହିଁ ଆପଣଙ୍କ ପ୍ରକୃତ ପରିଚୟ ଜଣା ପଡ଼ିଥାଏ । ଏହି ପରିସ୍ଥିତିରେ ଆପଣଙ୍କୁ ଆହୁରି ଅଧିକ ଦୃଢ଼ ରହିବା ଉଚିତ । ଏତିକି ନୁହେଁ, ଏହି ପରିସ୍ଥିତିକୁ ହରେଇବା ପାଇଁ ଆପଣଙ୍କୁ କଠିନରୁ କଠିନ ପରିଶ୍ରମ କରିବା ଉଚିତ, ଏପରି କରିବା ଦ୍ୱାରା ଆପଣ ଦିନେ ହୀରା ଭଳି ଚମକି ଉଠିବେ ।

୨. ନିଜର ସମ୍ପର୍କୀୟଙ୍କ ପରୀକ୍ଷଣ

newstrend

ଯେତେବେଳେ ସମୟ ଖରାପ ଚାଲୁଥାଏ ତେବେ ଲୋକମାନେ ଆପଣଙ୍କ ଠାରୁ ଦୂରେଇ ଯାଆନ୍ତି, ଏହିପରି ସେହି ସମୟ ହିଁ ହୋଇଥାଏ ଯେତେବେଳେ ଆପଣ ନିଜର ପ୍ରକୃତ ବନ୍ଧୁ ଅର୍ଥାତ କିଏ ଆପଣଙ୍କ ନିଜର ଏହା ପରୀକ୍ଷା କରି ପାରିବେ । ଜଣାଇଦେଉଛୁ ଯେ, ଆପଣଙ୍କ ଖରାପ ସମୟରେ ସେମାନେ ହିଁ କାମରେ ଆସିଥାନ୍ତି, ଯିଏକି ଆପଣଙ୍କ ପ୍ରକୃତ ବନ୍ଧୁ ଅଟନ୍ତି ।

୩. ନିରାଶ ହୁଅନ୍ତୁ ନାହିଁ

newstrend

ବୁଦ୍ଧିମାନ ଲୋକ ସେ ଅଟେ ଯିଏକି ନିଜକୁ ସମସ୍ତ ପରିସ୍ଥିତି ସହ ଲଢ଼ିବା ପାଇଁ ପ୍ରସ୍ତୁତ ରହିଥାନ୍ତି । ଏହିପରି ଆପଣ ନିଜର ହୃଦୟକୁ ଜିଣି ବିବେକ ଖଟାଇ କାର୍ଯ୍ୟ କରିବା ଉଚିତ ନା କି ଅବସାଦରେ ବୁଡ଼ି ରହିବା ଉଚିତ । ଏପରି କରିବା ଦ୍ୱାରା ଆପଣଙ୍କ ସମୟ ବହୁତ ଶୀଘ୍ର ବଦଳି ଯିବ ।

Be the first to comment

Leave a Reply

Your email address will not be published.


*