ଖରାପ ସମୟ ଆସିଲେ ନିରାଶ ନ ହୋଇ କେବଳ କରନ୍ତୁ ଏହି କାମ । ସମୟ ଆପଣଙ୍କ ପାଦ ଚୁମିବ !

ସମୟ କାହା ଇଚ୍ଛାରେ ଚାଲେ ନାହିଁ କି କାହାରି ଇଚ୍ଛାରେ ଅଟକି ରହିଯାଏ ନାହିଁ । ଦୁନିଆରେ ଏମିତି କୌଣସି ଶକ୍ତି ନାହିଁ ଯାହା ସମୟକୁ ବଦଳି ଦେଇପାରିବ । ସମୟ ସବୁବେଳେ ନିଜ ଗତି ସହିତ ତାଳ ଦେଇ ହିଁ ଚାଲିଥାଏ । ଏତିକିବେଳେ କେବେ ତାର ଚକ୍ର ଆପଣଙ୍କ ପାଇଁ ଖୁବ୍ ଭଲ ହୋଇଥାଏ ଅନ୍ୟ କେତେବେଳେ ଖରାପ ହୋଇଥାଏ । ସେତେବେଳେ କିଛି ଚିନ୍ତା କରିହୁଏ ନାହିଁ ଯେ କଣ କରାଯାଇପାରିବ ? ତେଣୁ ଚାଲନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏପରି କଥା କହିବୁ, ଯେଉଁଥିରେ ଆପଣ ଖରାପ ସମୟରେ ମଧ୍ୟ ନିଜକୁ ଦୃଢ଼ କରିପାରିବେ କିମ୍ବା ନିଜକୁ ସମ୍ଭାଳି ପାରିବେ ।

newstrend

ଯେତେବେଳେ କେହି ଗରିବ ଲୋକ କୌଣସି ଲୋକକୁ ଗାଡ଼ିରେ ବୁଲୁଥିବାର ଦେଖିଥାଏ ସେ ଭାବିଥାଏ ଯେ ତାଠାରୁ ଅଧିକ ଭାଗ୍ୟଶାଳୀ ଆଉ କେହି ନାହିଁ କିନ୍ତୁ ସଂସାରର ସମସ୍ତ ସୁଖ କେବଳ ଟଙ୍କା ହୋଇନଥାଏ । ଯେଉଁ ମାନଙ୍କ ପାଖରେ ଟଙ୍କା ଥାଏ , ତାଙ୍କ ଜୀବନରେ ଦୁଃଖ ନୂଆଁ ନୂଆଁ ପ୍ରକାରେ ଆସିଥାଏ କିନ୍ତୁ କେହି ଏପରି ବ୍ୟକ୍ତି ଏହି ସଂସାରରେ ନାହିଁ ଯେ ଦୁଃଖର ସ୍ଵାଦ ଚାଖିନାହିଁ । କିନ୍ତୁ ଆପଣଙ୍କୁ କେବେ ମଧ୍ୟ ନିରାଶ ହେବା ଉଚିତ୍ ନୁହେଁ ।

newstrend

ହୁଏତ ଏହି ସମୟ ଖରାପ ହୋଇପାରେ , କିନ୍ତୁ ଆପଣଙ୍କୁ ଧ୍ୟାନ ରଖିବା ଉଚିତ ଯେ ଆପଣ ଖରାପ ନୁହନ୍ତି । ଏପରି ମନେ ରଖିବାକୁ ହେବ ଯେ ସମୟ ସହିତ କାନ୍ଧରେ କାନ୍ଧ ମିଳାଇ ଚାଲିବାକୁ ସର୍ବପ୍ରଥମେ ଧୌର୍ଯ୍ୟ ରଖିବାକୁ ପଡ଼ିବ । ଏପରି ଆପଣ ଶୁଣିଥିବେ ଯେ ସମସ୍ତଙ୍କର ସମୟ ଆସେ , ତେଣୁ କେବଳ ଆପଣଙ୍କୁ ଅପେକ୍ଷା କରିବା ଉଚିତ୍ । ନିରାଶ ହେବା ଆଦୌ ଉଚିତ୍ ନୁହେଁ ।

ଖରାପ ସମୟ ଆସିବା କ୍ଷଣି ଏହି କାର୍ଯ୍ୟ କରନ୍ତୁ :-

ଖରାପ ସମୟ ଯେକେହି ମଧ୍ୟ ଲୋକ ସାମ୍ନାକୁ ଆସିଥାଏ । ଏପରି ସ୍ଥିତିରେ ସବୁଠାରୁ ପ୍ରଥମେ ଆପଣଙ୍କୁ ଧୌର୍ଯ୍ୟବାନ ହେବାକୁ ପଡ଼ିବ । କାରଣ ଧୌର୍ଯ୍ୟକୁ ମଣିଷର ସବୁଠାରୁ ବଡ଼ ପୁଂଜି ବୋଲି କୁହାଯାଏ । ତେଣୁ ଆସନ୍ତୁ ଜାଣିବା ପ୍ରକୃତରେ ଖରାପ ସମୟ ଆସିଲେ କଣ କରିବା ?

୧ . ଦୃଢ଼ ହୁଅନ୍ତୁ :-

newstrend

ଖରାପ ସମୟରେ ହିଁ ଆପଣଙ୍କର ଅସଲ ପରିଚୟ ହୋଇଥାଏ । ଏମିତିରେ ଆପଣଙ୍କୁ ଏହି ସମୟରେ ଆହୁରି ଦୃଢ଼ ହେବାକୁ ପଡ଼ିବ । କେବଳ ସେତିକି ନୁହେଁ, ଏହି ସମୟ ସହିତ ତାଳ ଦେବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବା ଉଚିତ୍ । ଏପରି କରିବା ଦ୍ଵାରା ଆପଣ ଦିନେ ନା ଦିନେ ହୀରା ଭଳି ଚମକିବେ ।

୨ . ଆପଣାର ପରଖ :-

newstrend

ଯେତେବେଳେ ସମୟ ଚାଲେ ସେତେବେଳେ ଲୋକମାନେ ଆପଣଙ୍କ ଠାରୁ ଦୂରକୁ ଯିବାକୁ ଲାଗନ୍ତି । କିନ୍ତୁ ଏମିତିରେ ଏହାହିଁ ସେହି ସମୟ ହୋଇଥାଏ ଯେତେବେଳେ ଆପଣଙ୍କୁ ନିଜର ପ୍ରକୃତ ବନ୍ଧୁ ଅର୍ଥାତ ଆପଣଙ୍କର ନିଜର କିଏ ଏହା ଜଣା ପଡ଼ିଥାଏ । ଆପଣଙ୍କ ଖରାପ ସମୟରେ ସେ ହିଁ କାମରେ ଆସିଥାଏ ଯେ ଆପଣଙ୍କର ପ୍ରକୃତ ମିତ୍ର ହୋଇଥାଏ ।

୩ . ନିରାଶ ହୁଅନ୍ତୁ ନାହିଁ :-

google

ବୁଦ୍ଧିମାନ ସେ ହିଁ ହୋଇଥାଏ, ଯେ ନିଜକୁ ସବୁ ପରିସ୍ଥିତିରେ ରଖି ଦେଖିଥାଏ । ଏମିତିରେ ନିଜ ମନ ଉପରେ ବିଜୟ ହାସଲ କରି ମସ୍ତିଷ୍କକୁ କାମରେ ଲଗାଇବା ଉଚିତ୍ । ନା କେବଳ ଅବସାଦରେ ବୁଡ଼ି ରହିବା ଉଚିତ୍ । ଏପରି କରିବା ଦ୍ଵାରା ଆପଣଙ୍କ ସମୟ ଖୁବଶୀଘ୍ର ବଦଳି ଯିବ ।

Be the first to comment

Leave a Reply

Your email address will not be published.


*