ଦିବ୍ୟ ଭାରତୀଙ୍କ ସୌନ୍ଦର୍ଯ୍ୟ କୁ ମଧ୍ୟ ପଛରେ ପକାଇ ଦିଅନ୍ତି ତାଙ୍କ ଭଉଣୀ କାୟନାତ୍ ! କରି ସାରିଛନ୍ତି ଏହିସବୁ ଫିଲ୍ମରେ କାମ…

ଦିବ୍ୟ ଭାରତୀଙ୍କ ସୌନ୍ଦର୍ଯ୍ୟ କୁ ମଧ୍ୟ ପଛରେ ପକାଇ ଦିଅନ୍ତି ତାଙ୍କ ଭଉଣୀ କାୟନାତ୍ ! କରି ସାରିଛନ୍ତି ଏହିସବୁ ଫିଲ୍ମରେ କାମ…

ମଣିଷକୁ ସୁନ୍ଦରତା ତାର ଘର ଲୋକଙ୍କ ଠାରୁ ମିଳିଥାଏ ଏବଂ କେବେ କେବେ ଆମେ କୌଣସି ସଦସ୍ୟଙ୍କୁ ଦେଖି ଏହା ଜାଣି ନେଇଥାଉ ଯେ ତା’ର ସମ୍ପୂର୍ଣ୍ଣ ଖନ୍ଦାନ କିପରି ହେବ । ବଲିଉଡରେ ଯେତେବେଳେ ବି ସୁନ୍ଦରତାର ଆଲୋଚନା ହୋଇଥାଏ ଆମେ ଅଭିନେତ୍ରୀ ଦିବ୍ୟା ଭାରତୀଙ୍କୁ ଭୁଲି ନଥାଉ । ତାଙ୍କ ସୁନ୍ଦରତା କୁ ଟକ୍କର୍ ଶ୍ରୀଦେବୀଙ୍କ ଜରିଆରେ ଦିଆଯାଉଥିଲା ଏବଂ ଏକ ବର୍ଷ ଇଣ୍ଡଷ୍ଟ୍ରିରେ ରହିବା ସମୟରେ ସାଧାରଣ ଲୋକଙ୍କ ସହ ଫିଲ୍ମ ନିର୍ମାତା ମାନେ ମଧ୍ୟ ତାଙ୍କୁ ପସନ୍ଦ କରିବାରେ ଲାଗିଥିଲେ । ଦିବ୍ୟା ଭାରତୀଙ୍କ ସୌନ୍ଦର୍ଯ୍ୟ କୁ ପଛରେ ପକାଇ ଦେଇଥାଏ ତାଙ୍କ ଭଉଣୀ କାୟନାତଙ୍କ ସୁନ୍ଦରତା ।

ଦିବ୍ୟା ଭାରତୀଙ୍କ ସୁନ୍ଦରତା କୁ ପଛରେ ପକାଇ ଦିଏ କାୟନାତଙ୍କ ସୌନ୍ଦର୍ଯ୍ୟ :-

ବଲିଉଡରେ ଯେତିକିବି ସୁନ୍ଦର ଅଭିନେତ୍ରୀ ଅଛନ୍ତି ତାଙ୍କୁ ତାଙ୍କର ଟ୍ୟାଲେଣ୍ଟ ଏବଂ ସୌନ୍ଦର୍ଯ୍ୟ ପାଇଁ ଆଜି ବି ଆମେ ମନେ ପକାଇ ଥାଉ । ଏହିପରି ୯୦ ଦଶକର ସୁନ୍ଦରତାରେ ପରିପୂର୍ଣ୍ଣ ଦିବ୍ୟା ଭାରତୀ ଯିଏ ବର୍ତ୍ତମାନ ଆମ ଗହଣରେ ନାହାଁନ୍ତି । ଫିଲ୍ମ ଦୁନିଆକୁ ଆସିବାର ଗୋଟିଏ ବର୍ଷପରେ ସନ୍ଦିଗ୍ଧ ଭାବରେ ମୃତ୍ୟୁ ହୋଇଗଲା ଯାହାର କାରଣ ଆଜି ପର୍ଯ୍ୟନ୍ତ ବି ଜଣା ପଡ଼ିନାହିଁ । ୧୯୯୩ରେ ତାଙ୍କର ମୃତ୍ୟୁ ୮ ମହଲା କୋଠା ଉପରୁ ପଡ଼ିବା କାରଣରୁ ହୋଇଯାଇଥିଲା ଏବଂ ଆଜି ପର୍ଯ୍ୟନ୍ତ କାହାକୁ ବି ଜଣା ପଡ଼ିନାହିଁ ଯେ ଏହା କିପରି ହୋଇଥିଲା । ସେ ଆତ୍ମହତ୍ୟା କରିଥିଲେ କିମ୍ବା ହତ୍ୟା ହୋଇଥିଲା ତାହା ସମାଧାନ ହୋଇ ପାରି ନଥିଲା ।

ସେ ଯାହାବି ହେଉ ଗତ କିଛି ଦିନରୁ ତାଙ୍କ ଭଉଣୀ କାୟନାତ୍ ଆରୋଡ଼ାଙ୍କ ଫୋଟ ସୋସିଆଲ୍ ମିଡିଆରେ ଭାଇରଲ୍ ହେଉଛି ।ସୁନ୍ଦରତା ମାମଲାରେ ଦିବ୍ୟାଙ୍କ ସାନ ଭଉଣୀ କାୟନାତ୍ ଆରୋଡ଼ା ମଧ୍ୟ ତାଙ୍କ ଠାରୁ କିଛି କମ୍ ନୁହଁନ୍ତି ।

କାୟନାତ ଦେଖିବାକୁ ଖୁବ୍ ସୁନ୍ଦର ଏବଂ ସେ ପଞ୍ଜାବୀ ଫିଲ୍ମ ଜରିଆରେ କୋଟି କୋଟି ଲୋକଙ୍କ ହୃଦୟରେ ଜାଗା ବନାଇଛନ୍ତି ।

୨୦୧୩ରେ ଆସିଥିବା ବଲିଉଡ ଫିଲ୍ମ ଗ୍ରେଣ୍ଡ ମସ୍ତିରେ କାୟନାତ୍ ଆରୋଡ଼ା ନଜର ଆସି ସାରିଛନ୍ତି । ଏହି ଫିଲ୍ମରେ ସେ ନିଜର ଡେବ୍ୟୁ କାରିଥିଲେ । କାୟନାତ୍ ନିଜର ପ୍ରଥମ ଫିଲ୍ମ ଦ୍ୱାରା ଲୋକଙ୍କ ହୃଦୟ ଜିତି ନେଇଥିଲେ ଏବଂ ଦର୍ଶକମାନେ ମଧ୍ୟ ତାଙ୍କୁ ଖୁବ୍ ପସନ୍ଦ କରିଥିଲେ । ଫିଲ୍ମ ବକ୍ସ ଅଫିସରେ ୧୩୬ ରୋଜଗାର କରିଥିଲା ।

ଏବେ ନିକଟରେ ‘କାୟନାତ୍’ଙ୍କର ଆଉକିଛି ସୁନ୍ଦର ଫୋଟ ସାମ୍ନାକୁ ଆସିଛି ଯେଉଁଥିରେ ସେ ଖୁବ୍ ହଟ୍ ନଜର ଆସୁଛନ୍ତି ।

କାୟନାତ୍ ଆରୋଡ଼ା ଅନେକ ପଞ୍ଜାବୀ ଫିଲ୍ମରେ କାମ କରିଛନ୍ତି ଏବଂ ସୋସିଆଲ୍ ମିଡିଆରେ ସେ ପ୍ରାୟ ଆକ୍ଟିଭ୍ ରହନ୍ତି ।

କାୟନାତ୍ ସୋସିଆଲ୍ ମିଡିଆରେ ନିଜ ଫ୍ୟାନମାନଙ୍କ ପାଇଁ ଫୋଟ ପୋଷ୍ଟ କରିଥାନ୍ତି ଯାହାର ଲାଇକ୍ ଏବଂ କମେଣ୍ଟ ମିଳିଥାଏ ।

Leave a Reply

Your email address will not be published. Required fields are marked *