ବଡ଼ ଖୁଲାସା: ଦିଶାଙ୍କ ମୃତ ଶରୀରରେ ନଥିଲା କୌଣସି କପଡା ! ଗୁପ୍ତାଙ୍ଗ ଥିଲା କ୍ଷତର ଚିହ୍ନ…

ବଡ଼ ଖୁଲାସା: ଦିଶାଙ୍କ ମୃତ ଶରୀରରେ ନଥିଲା କୌଣସି କପଡା ! ଗୁପ୍ତାଙ୍ଗ ଥିଲା କ୍ଷତର ଚିହ୍ନ…

ସୁଶାନ୍ତ ସିଂହ ରାଜପୂତଙ୍କ ମାମଲା ଗତ କିଛି ଦିନ ହେଲା ଧୀରେ ପରିସ୍ଥିତି ଜଟିଳ ହେବାକୁ ହେବାକୁ ଲାଗିଛି । କିନ୍ତୁ ବର୍ତ୍ତମାନ ତାହା ସମାଧାନ ହେବାର ଲକ୍ଷ୍ୟ ଅନୁଭବ କରାଯାଉଛି । ସୁଶାନ୍ତଙ୍କ ମାମଲାରେ ଯେବେଠାରୁ ବିହାର ପୋଲିସ ଦଖଲ ଦେଇଛି ସେହି ଦିନଠାରୁ ଏହି ମାମଲାର ଦିଗ ଓ ପରିସ୍ଥିତି ଉଭୟ ବଦଳି ଯାଇଛି । ବର୍ତ୍ତମାନ ସୁଶାନ୍ତଙ୍କ ମାମଲାକୁ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟାନଙ୍କ ଆତ୍ମହତ୍ୟା ସହିତ ଯୋଡି ଦେଖାଯାଉଛି । ଯଦିଓ ଏହି ଦୁଇ ଆତ୍ମହତ୍ୟା ମଧ୍ୟରେ ସମ୍ପର୍କକୁ ମୁମ୍ବାଇ ପୋଲିସ ଅସ୍ୱୀକାର କରିଛି । କେବଳ ଏତିକି ହିଁ ନୁହେଁ ବରଂ ମୁମ୍ବାଇ ପୋଲିସ ଦିଶାଙ୍କ ମାମଲାର ଫାଇଲକୁ ମଧ୍ୟ ଡିଲିଟ୍ କରିଦେଇଛି । ଯେଉଁଥି କାରଣରୁ ମୁମ୍ବାଇ ପୋଲିସର ବିଶ୍ୱସଯୋଗ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Google

ଏହି ସମୟ ମଧ୍ୟରେ ଆଉ ଏକ ବଡ ଖୁଲାସା ସାମ୍ନାକୁ ଆସିଛି । ରିପବ୍ଲିକ୍ ଭାରତ ହାତକୁ ଗୋଟିଏ ରିପୋର୍ଟ ଲାଗିଛି, ଯାହା ଅନୁସାରେ କୁହାଯାଉଅଛି ଯେ, ଦିଶାଙ୍କ ମୃତ ଦେହରେ କୌଣସି ପୋଷାକ ନଥିଲା ଏବଂ ତାଙ୍କ ବ୍ୟକ୍ତିଗତ ଅଂଶରେ କ୍ଷତର ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି । ତେବେ ଶବ ବ୍ୟବଚ୍ଛେଦ ଉପରେ ମଧ୍ୟ ପ୍ରଶ୍ନ କରାଯାଉଛି । କୁହାଯାଉଅଛି ଯେ, ଶବ ବ୍ୟବଚ୍ଛେଦ କରିବାକୁ ଦୁଇ ଦିନ ସମୟ କିପରି ଲାଗିଥିଲା ? ଶବ ବ୍ୟବଚ୍ଛେଦ କେବଳ ଏକ ଘଣ୍ଟା ମଧ୍ୟରେ ସଂପୂର୍ଣ୍ଣ ହୋଇପାରେ ?

Google

ଆପଣଙ୍କୁ ଜଣାଇ ରଖୁଛୁ ଯେ, ଦିଶା ସାଲିୟାନଙ୍କ ମୃତ୍ୟୁ ଜୁନ୍ ୮ ତାରିଖ ରାତି ୨.୦୦ଟାରେ ହୋଇଥିଲା । ଯେତେବେଳେ କି ତାଙ୍କର ଶବ ବ୍ୟବଚ୍ଛେଦ ଜୁନ୍ ୧୧ ତାରିଖରେ କରାଯାଇଥିଲା । ଏଥିରେ ଏହା ପ୍ରଶ୍ନ ଉଠୁଛି ଯେ, ଦିଶାଙ୍କ ଶବ ବ୍ୟବଚ୍ଛେଦ ଦୁଇ ଦିନ ପରେ କାହିଁକି କରାଗଲା ? ତାଙ୍କର ଏହି ଶବ ବ୍ୟବଚ୍ଛେଦ ବୋରୀବାଲୀର ଶବ ବ୍ୟବଚ୍ଛେଦ ଗୃହରେ ହୋଇଛି । ଯେଉଁଥିରେ ଏହା ସାମ୍ନାକୁ ଆସିଛି ଯେ, ତାଙ୍କ ମୃତ୍ୟୁ ମୁଣ୍ଡରେ ଆଘାତ ଏବଂ କିଛି ଅପ୍ରାକୃତିକ ଆଘାତ ହେତୁ ହୋଇଛି ।

Google

ଦିଶାଙ୍କ ମୃତ୍ୟୁକୁ ନେଇ କିଛି ସମୟ ପୂର୍ବରୁ ବିଜେପି ସାଂସଦ ନାରାୟଣ ରାଣେ ଅଭିଯୋଗ କରିଥିଲେ, ଦିଶାଙ୍କ ସହିତ ପ୍ରଥମେ ବଳାତ୍କାର ହୋଇଛି ଏବଂ ଏହା ପରେ ତାଙ୍କୁ ହତ୍ୟା କରାଯାଇଛି । ସେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଦାଖଲ କରିବା ସହ କହିଛନ୍ତି ଯେ, ଦିଶାଙ୍କ ଯୌନାଙ୍ଗରେ କ୍ଷତ ଚିହ୍ନ ରହିଛି । ତଥାପି ଶବ ବ୍ୟବଚ୍ଛେଦ ରିପୋର୍ଟରେ ସେହିପରି କିଛି କଥା ବାହାରି ନାହିଁ । କିନ୍ତୁ କୌଣସି ମଧ୍ୟ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ଯୌନାଙ୍ଗକୁ ରାସାୟନିକ ପରୀକ୍ଷା କରାଯାଇଥାଏ । ଏମିତିରେ ଦିଶା ସାଲିୟାନଙ୍କ ଯୌନାଙ୍ଗର ରାସାୟନିକ ଯାଞ୍ଚ ହେବା ବାକି ଅଛି ।

Google

ମିଡିଆ ରିପୋର୍ଟକୁ ଆଧାର କରି, ସୋସିଆଲ ମିଡିଆରେ ଏହି କଥାକୁ ଜୋର ଦିଆଯାଉଛି ଯେ, ଦିଶା ସାଲିୟାନ ଏବଂ ସୁଶାନ୍ତଙ୍କ ମୃତ୍ୟୁ ମଧ୍ୟରେ ସମ୍ପର୍କ ଅଛି । ଏହାର କାରଣ ହେଉଛି ଦୁହିଁଙ୍କ ମୃତ୍ୟୁ କିଛି ଦିନର ବ୍ୟବଧାନ ମଧ୍ୟରେ ହୋଇଥିଲା । ଦିଶାଙ୍କ ମୃତ୍ୟୁ ଜୁନ୍ ୮ ତାରିଖ ରାତି ୨.୦୦ଟାରେ ହୋଇଥିଲା ଅପର ପକ୍ଷରେ ସୁଶାନ୍ତଙ୍କ ମୃତ୍ୟୁ ଜୁନ୍ ୧୪ ତାରିଖରେ ହୋଇଥିଲା । ତେବେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ ବର୍ତ୍ତମାନ ସିବିଆଇକୁ ହସ୍ତାନ୍ତର କରାଯାଇଛି । ଏହିପରି ପରିସ୍ଥିତିରେ ଲୋକମାନଙ୍କ ଆଶା ରହିଛି ଯେ, ତାଙ୍କ ମୃତ୍ୟୁର ସତ ବହୁତ ଶୀଘ୍ର ବାହାରକୁ ଆସିବ ।

Leave a Reply

Your email address will not be published. Required fields are marked *