ଏହି କର୍ଡ଼ ୱାର୍ଡ ମାଧ୍ୟମରେ ହୋଟେଲରେ ଚାଲୁଥିଲା ଦେହ ବ୍ୟବସାୟ । ହ୍ଵାଟସ୍-ଆପ୍ ମାଧ୍ୟମରେ ଘଟଣା ସାମ୍ନାକୁ ଆସିଛି ।

ଦେହ ବ୍ୟବସାୟର ଏକ ଘଟଣା ସାମ୍ନାକୁ ଆସିଛି । ପୋଲିସ ଅନୁସାରେ ଏହି ଖରାପ ଧନ୍ଦାକୁ ୱାଟସଆପ ଚାଟିଂ ମାଧ୍ୟମରେ ସଞ୍ଚାଳନ କରାଯାଉଥିଲା, ଯାହାର କିଛି ପ୍ରମାଣ ପୋଲିସ ହାତରେ ଲାଗିଛି । ହୋଟେଲରେ ସର୍ଭିସ ପାଇଁ ପଠାଯାଉଥିବା ଯୁବତୀଙ୍କ କିଛି କର୍ଡ଼ ୱାର୍ଡ ଥିଲା । ଯେଉଁଥିରେ ବିଦେଶୀ ଯୁବତୀଙ୍କ ପାଇଁ ହ୍ଵାଇଟ ଏବଂ ଦେଶୀ ଯୁବତୀଙ୍କ ପାଇଁ ବ୍ଲାକ ରମର କର୍ଡ଼ ୱାର୍ଡ ବ୍ୟବହାର କରାଯାଉଥିଲା । ଏହି ବେଶ୍ୟାବୃତିରେ କେଉଁ ସବୁ ବ୍ୟକ୍ତି ସାମିଲ ଅଛନ୍ତି, ପୋଲିସ ନିଜର ଯାଞ୍ଚ ଜାରି ରଖିଛି ।

ଦେହ ବ୍ୟବସାୟର ଏହି ଆଇନ ବିରୋଧୀ ଧନ୍ଦାକୁ ୱାଟସଆପ ଚାଟିଂ ମାଧ୍ୟମରେ ସଞ୍ଚାଳନ କରାଯାଉଥିଲା ଏବଂ ଏହାର କିଛି ପ୍ରମାଣ ପୋଲିସ ହାତରେ ଲାଗିଛି । ହୋଟେଲରେ ସର୍ଭିସ ପାଇଁ ପଠାଯାଉଥିବା ଯୁବତୀଙ୍କ କିଛି କର୍ଡ଼ ୱାର୍ଡ ଥିଲା । ଯେଉଁଥିରେ ବିଦେଶୀ ଯୁବତୀଙ୍କ ପାଇଁ ହ୍ଵାଇଟ ଏବଂ ଦେଶୀ ଯୁବତୀଙ୍କ ପାଇଁ ବ୍ଲାକ ରମର କର୍ଡ଼ ୱାର୍ଡ ବ୍ୟବହାର କରାଯାଉଥିଲା ।

asianetnews.com

ଫତେହାବାଦ ରୋଡ଼ ସ୍ଥିତ ତାଜ ହୋଟେଲରେ ଫେବୃଆରୀ ତିନି ତାରିଖ ଦିନ ପୋଲିସ ଛାପା ମାରି ଉଜ୍ବେକସ୍ଥାନର ତିନି ଜଣ, ନେପାଳର ଜଣେ ଏବଂ ଦିଲ୍ଲୀର ଜଣେ ଯୁବତୀଙ୍କୁ ଧରିଥିଲା ।

asianetnews.com

ଦୁଇ ଦଲାଲ, ବାଗ ମଜାଫର ଖାଁ ନିବାସୀ ରାହୁଲ କୁସବାହା ଏବଂ ତାଜଗଞ୍ଜରେ ଭଡାରେ ରହୁଥିବା ଅମିତକୁ ପୋଲିସ ଗିରଫ କରିଛି ।

asianetnews.com

ଏହି ଦଲାଲମାନେ ଦିଲ୍ଲୀ ମୁମ୍ବାଇର ଯୁବତୀଙ୍କୁ ଡାକିବା ପାଇଁ ମେସେଜ କରୁଥିଲେ ବ୍ଲାକ ରମ ପଠାଇ ଦିଅ । ରୁଷ, ଉଜ୍ବେକସ୍ଥାନ ଏବଂ ନେପାଳି ଯୁବତୀଙ୍କ ପାଇଁ ହ୍ଵାଇଟ ରମ କର୍ଡ଼ ବ୍ୟବହାର କରୁଥିଲେ ।

ପୋଲିସର ଯାଞ୍ଚରେ ଜଣା ପଡିଥିଲା, ହୋଟେଲ କର୍ମଚାରୀ ମଧ୍ୟ ଦଲାଲି କାର୍ଯ୍ୟରେ ଲିପ୍ତ ଥିଲା । ହୋଟେଲ କର୍ମଚାରୀ ହୋଟେଲରେ ଏକୁଟିଆ ରହୁଥିବା ଗ୍ରାହକଙ୍କୁ ପଚାରୁଥିଲା ଆପଣଙ୍କୁ ପାର୍ଟନରର ଆବଶ୍ୟକ ଅଛି କି ?

asianetnews.com

ପୋଲିସ ଏଫଆଇଆରରେ ହୋଟେଲ ସଂଚାଳକକୁ ମଧ୍ୟ ଗିରଫ କରିଛି । ହୋଟେଲ ସଂଚାଳକ ଗିରଫ ପରେ ଏହି ଖରାପ ଧନ୍ଦା ଲୋକ ଲୋଚନକୁ ଆସିଥିଲା ଯେ, ହୋଟେଲର ଏହି କର୍ମଚାରୀ ମାନେ ଦେହ ବ୍ୟବସାୟର ଦଲାଲି ରୂପେ କାର୍ଯ୍ୟ କରୁଛନ୍ତି ।

ସର୍ଭିସ ଯୋଗାଉଥିବା ଯୁବତୀମାନେ ମଧ୍ୟ ଦଲାଲର ସମ୍ପର୍କରେ ରହୁଥିଲେ । ଯୁବତୀ ମାନେ ୱାଟସଆପ ମାଧ୍ୟମରେ ନିଜ ନିଜ ବୁକିଙ୍ଗର ବାର୍ତ୍ତା ଦଲାଲଙ୍କୁ ଜଣାଉଥିଲେ । ପୋଲିସ ସୂତ୍ର ଅନୁସାରେ ଏହା ଏକ ବଡ଼ ରେକେଟ୍ ଅଟେ । ଯାଞ୍ଚ ସମୟରେ ଜଣା ପଡିଥିଲା, ୱାଟସଆପ ମାଧ୍ୟମରେ ଦେହ ବ୍ୟବସାୟ ଚାଲୁଥିଲା । ଫେରାର ହୋଇଯାଇଥିବା ଆସାମୀଙ୍କ ତଲାସୀ ଜାରି ରହିଛି ।

Be the first to comment

Leave a Reply

Your email address will not be published.


*