କରୋନା ମାହାମାରି ସମୟରେ ସିନେମା ଜଗତକୁ ଲାଗିଲା ଆଉ ଏକ ବଡ଼ ଝଟକା ! ଏହି ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ହେଲା ନିଧନ !

କରୋନା ମାହାମାରି ସମୟରେ ସିନେମା ଜଗତକୁ ଲାଗିଲା ଆଉ ଏକ ବଡ଼ ଝଟକା ! ଏହି ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ହେଲା ନିଧନ !

ଚଳିତ ୨୦୨୦ ମସିହାର ଆରମ୍ଭ ଲୋକମାନଙ୍କ ଜୀବନରେ ନୂତନ ଆଶା ସଂଚାରଣ କରିବା ପ୍ରତିବଦଳରେ ସବୁକିଛି ବଦଳାଇ ଦେଇଛି । ଏହା ସହିତ ଚଳିତ ବର୍ଷ ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ଦୁଃଖଦାୟକ ସାବ୍ୟସ୍ତ ହୋଇଛି । ବାସ୍ତବରେ କରୋନା ମାହାମାରି ସମୟରେ ଚଳଚ୍ଚିତ୍ର ଜଗତକୁ ଆଉ ଗୋଟିଏ ବଡ଼ ଝଟକା ଲାଗିଛି । ଆଜ୍ଞା ହଁ ଚଳଚ୍ଚିତ୍ର ଜଗତର ଜଣାଶୁଣା ନିର୍ଦ୍ଦେଶକ ରଜତ ମୁଖାର୍ଜୀଙ୍କ ଦେହାନ୍ତ ହୋଇଯାଇଛି । ସୂଚନା ଅନୁଯାୟୀ ଗତକାଲି ରାତିରେ ସେ ଜୟପୁର ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବାସ୍ତବରେ କୁହାଯାଉଛି ଯେ, ନିର୍ଦ୍ଦେଶକଙ୍କୁ ଅପ୍ରେଲ ମାସରୁ ହିଁ କିଡନୀ ସମ୍ବନ୍ଧୀୟ କିଛି ସମସ୍ୟା ଥିଲା । ଏହି କାରଣରୁ ତାଙ୍କୁ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି ହେବାକୁ ପଡିଥିଲା ।

କିନ୍ତୁ ବର୍ତ୍ତମାନ ଅଚାନକ ତାଙ୍କର ମୃତ୍ୟୁ ଖବର ଶୁଣିବ ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଦୁଃଖର ଛାୟା ଖେଳିଯାଇଛି । ଏହି ସୂଚନା ପାଇବା ପରେ ସମଗ୍ର ଇଣ୍ଡଷ୍ଟ୍ରି ଶୋକରେ ବୁଡି ଯାଇଛି । ବାସ୍ତବରେ ରଜତ ମୁଖାର୍ଜୀଙ୍କର ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ବହୁତ ବଡ ନାମ ଥିଲା । ତାଙ୍କ ମୃତ୍ୟୁ ଖବରରେ ଅଭିନେତା ମନୋଜ ବାଜପେୟୀ ମଧ୍ୟ ବହୁତ ଆଘାତ ପାଇଛନ୍ତି ।

Google

ସୋସିଆଲ ମିଡିଆ ଜରିଆରେ ସେ ରଜତ ମୁଖାର୍ଜୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କୁ ଭକ୍ତିପୁତ୍ତ ଶ୍ରଦ୍ଧାଞ୍ଜଳି ଜ୍ଞାମ୍ପନ କରିଛନ୍ତି । କୁହାଯାଉଛି ଯେ, ନିର୍ଦ୍ଦେଶକ ରଜତ ମୁଖାର୍ଜୀ ମୁମ୍ବାଇରେ ହିଁ ଥିଲେ । କିନ୍ତୁ ଅଚାନକ ସାରା ଦେଶରେ ଚାଲିଥିବା ଲକ୍ଡ଼ାଉନକୁ ଧ୍ୟାନରେ ରଖି ସେ ଜୟପୁର ଚାଲି ଯାଇଥିଲେ । କିନ୍ତୁ ଅଚାନକ ଶନିବାର ରାତିରେ ସେ ଚିର ଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି ।

Google

ଖବର ଅନୁସାରେ, ନିର୍ଦ୍ଦେଶକ ରଜତ ଶର୍ମାଙ୍କୁ କିଡନୀରେ ସମସ୍ୟା ଥିବା ସହିତ ଫୁସଫୁସରେ ମଧ୍ୟ ସଂକ୍ରମଣ ପ୍ରସାର ହୋଇଯାଇଥିଲା । ତଥାପି ଏହି ଖବରରେ କେତେ ସତ୍ୟତା ରହିଛି ଏହା ମଧ୍ୟ କହିବା କଷ୍ଟକର ଅଟେ କିନ୍ତୁ ଅନେକ ମିଡ଼ିଆ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଉଛି ଯେ, ତାଙ୍କ ଫୁସଫୁସ ସଂକ୍ରମଣ ସହିତ ଜଡ଼ିତ ସୂଚନା ସାମ୍ନାକୁ ଆସିଥିଲା । ଆପଣଙ୍କୁ କହିରଖୁଛୁ ଯେ, ସେ ସେହି ନିର୍ଦ୍ଦେଶକ ରଜତ ମୁଖାର୍ଜୀ ଅଟନ୍ତି ଯିଏ ଚଳଚ୍ଚିତ୍ର “ପ୍ୟାର୍ ତୁନେ କ୍ୟା କିୟା”, “ରୋଡ”, “ଲଭ୍ ଇନ୍ ନେପାଲ୍” ଏବଂ “ଉମ୍ମିଦ୍” ପରି ଅନେକ ବଡ଼ ବଡ଼ ଚଳଚ୍ଚିତ୍ର ପାଇଁ ଲୋକମାନଙ୍କ ମଧ୍ୟରେ ପ୍ରସିଦ୍ଧ ଅଟନ୍ତି ।

ନିର୍ଦ୍ଦେଶକଙ୍କ ନିଧନ ବିଷୟରେ ସୂଚନା ଦେବା ସହିତ ଅଭିନେତା ମନୋଜ ବାଜପେୟୀ ଗୋଟିଏ ଟ୍ୱିଟ କରିଛନ୍ତି । ଯାହା ମାଧ୍ୟମରେ ସେ ରଜତ ମୁଖାର୍ଜୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଅଭିନେତା ଜଣକ ଲେଖିଛନ୍ତି କି, “ମୋର ବନ୍ଧୁ ଏବଂ ଚଳଚିତ୍ରର “ରୋଡ”ର ନିର୍ଦ୍ଦେଶକ, ରଜତ ମୁଖାର୍ଜୀଙ୍କ ଆଜି ସକାଳେ ଜୟପୁର ଠାରେ ରୋଗ ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ସଙ୍ଘର୍ଷ ପରେ ନିଧନ ହୋଇଯାଇଛନ୍ତି । ରଜତଙ୍କ ଆତ୍ମାକୁ ​​ଶାନ୍ତି ମିଳୁ !! କିନ୍ତୁ ବର୍ତ୍ତମାନ ମଧ୍ୟ ଏହା ବିଶ୍ୱାସ ହେଉ ନାହିଁ ଯେ, ଆମେ ପୁଣି କେବେ ମଧ୍ୟ ପରସ୍ପରକୁ ଭେଟି ପାରିବୁ ନାହିଁ କିମ୍ବା ନିଜ ନିଜର କାର୍ଯ୍ୟ ବିଷୟରେ କେବେ ମଧ୍ୟ ଚର୍ଚ୍ଚା କରିପାରିବୁ ନାହିଁ । ଆପଣ ଯେଉଁଠାରେ ମଧ୍ୟ ଅଛନ୍ତି ଖୁସିରେ ରୁହନ୍ତୁ ।”

Leave a Reply

Your email address will not be published. Required fields are marked *