ଦିଲୀପ୍ ଏବଂ ଲତାଙ୍କ ଅତୁଟ ସମ୍ପର୍କ, କାନ୍ଦି କାନ୍ଦି କହିଥିଲେ- ସାନ ଭଉଣୀକୁ ଛାଡି ଚାଲିଗଲେ !

ଦିଲୀପ୍ ଏବଂ ଲତାଙ୍କ ଅତୁଟ ସମ୍ପର୍କ, କାନ୍ଦି କାନ୍ଦି କହିଥିଲେ- ସାନ ଭଉଣୀକୁ ଛାଡି ଚାଲିଗଲେ !

ହିନ୍ଦୀ ସିନେମା ଜଗତର ଦିଗଜ୍ଜ ଅଭିନେତା ଦିଲୀପ୍ କୁମାରଙ୍କ ଗତକାଲି ପ୍ରାତଃ ୭ ଘଣ୍ଟ ୩୦ ମିନିଟ୍ ସମୟରେ ଦେହାନ୍ତ ହୋଇ ଯାଇଛି । ତାଙ୍କ ମୃତ୍ୟୁ ହେତୁ ବଲିଉଡ଼ ତଥା ସମଗ୍ର ଦୁନିଆରେ ତାଙ୍କ ପ୍ରଶଂସକ ମାନଙ୍କ ମଧ୍ୟରେ ଶୋକର ଲହରୀ ଖେଳି ଯାଇଛି । ଦିଲୀପ୍ କୁମାର୍ ନିଜର ଉତ୍କୃଷ୍ଟ ଅଭିନୟ ହେତୁ ‘ଟ୍ରାଜେଡି କିଙ୍ଗ’ ଭାବରେ ମଧ୍ୟ ବେଶ୍ ଜଣାଶୁଣା ଅଟନ୍ତି । ବୁଧବାର ଦିନ ପ୍ରାତଃ ସମୟରେ ୯୮ ବର୍ଷ ବୟସରେ ମୁମ୍ବାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ଦିଲୀପ୍ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଯଦିଓ ବହୁ ପ୍ରସିଦ୍ଧ ବଲିଉଡ କଳାକାରଙ୍କ ସହିତ ଦିଲୀପ୍ କୁମାରଙ୍କର ବହୁତ ଭଲ ସମ୍ପର୍କ ଥିଲା, କିନ୍ତୁ ବଲିଉଡର ମହାନ୍ ତଥା ବହୁ ଲୋକପ୍ରିୟ ଗାୟିକା ଲତା ମଙ୍ଗେଶକରଙ୍କ ସହିତ ତାଙ୍କର ଅତି ଘନିଷ୍ଠ ସମ୍ପର୍କ ଥିଲା । ଯେଉଁଠାରେ ଦିଲୀପ୍ ଲତାଙ୍କୁ ତାଙ୍କ ସାନ ଭଉଣୀ ଭାବରେ ବିବେଚନା କରୁଥିଲେ, ଠିକ୍ ସେହିପରି ଭାବରେ ଲତା ଜୀ ମଧ୍ୟ ଦିଲୀପ୍ କୁମାରଙ୍କୁ ତାଙ୍କ ବଡ଼ ଭାଇ ଭାବରେ ବିବେଚନା କରୁଥିଲେ । ଦୁହିଁଙ୍କ ମଧ୍ୟରେ ନିଜ ଭାଇଭଉଣୀଙ୍କ ଅପେକ୍ଷା ଅଧିକ ପ୍ରେମ ଥିଲା ।

ଦିଲୀପ୍ କୁମାରଙ୍କ ମୃତ୍ୟୁ ହେତୁ ଲତା ମଙ୍ଗେଶକରଙ୍କୁ ଏକ ବହୁତ ବଡ଼ ଝଟକା ଲାଗିଛି । ସ୍ୱରା କୋକିଳା ଲତା ମଙ୍ଗେଶକର ଜୀ ଦିଲୀପଙ୍କ ନିଧନ ହେତୁ ଶୋକ ପରିବ୍ୟକ୍ତ କରିଛନ୍ତି ଏବଂ ଏହି ସମୟରେ ସେ ଅତ୍ୟନ୍ତ ଭାବପ୍ରବଣ ହୋଇ ଯାଇଥିଲେ । ସୋସିଆଲ୍ ମିଡିଆ ଜରିଆରେ ଅନେକ ପ୍ରଖ୍ୟାତ ବ୍ୟକ୍ତି ବିଶେଷ ଏବଂ କଳାକାରମାନେ ଦିଲୀପ୍ କୁମାରଙ୍କୁ ସ୍ମରଣ କରିଥିବା ବେଳେ ଲତା ଜୀ ମଧ୍ୟ ନିଜ ଟ୍ୱିଟର୍ ଆକାଉଣ୍ଟରେ ପୁରୁଣା ଫୋଟ ସେୟାର୍ କରି ଦିଗଜ୍ଜ ଏବଂ ସ୍ୱର୍ଗତ ଅଭିନେତାଙ୍କୁ ମନେ ପକାଇ ଥିଲେ ।

ଏହି ଭାଇରାଲ୍ ହୋଇଥିବା ଫଟୋରେ ଆପଣ ଦେଖି ପାରୁଥିବେ କି, ଏହି ଫଟୋଟି ଲତା ଜୀ ଏବଂ ଦିଲୀପ୍ କୁମାରଙ୍କ ଯୌବନ ସମୟର ଅଟେ । ଏହି ଫଟୋରେ ଦିଲୀପ୍ କୁମାର ଏବଂ ଲତା ମଙ୍ଗେଶକରଙ୍କ ମଧ୍ୟରେ ଥିବା ଅବିସ୍ମରଣୀୟ ପ୍ରେମ ଚିତ୍ରପଟ ମଧ୍ୟରେ ଯେପରି ପୁଣିଥରେ ଜୀବନ୍ତ ହୋଇ ଯାଇଛି । ଲତା ଜୀ ତାଙ୍କ ବଡ଼ ଭାଇ ଦିଲୀପ୍ କୁମାରଙ୍କୁ ରାକ୍ଷୀ ବାନ୍ଧୁଛନ୍ତି ଏବଂ ଏହି ସମୟରେ ଉଭୟେ ହସୁଥିବା ନଜର ଆସୁଛନ୍ତି । ଆପଣଙ୍କୁ କହିରଖୁଛୁ କି, ପ୍ରତିବର୍ଷ ରକ୍ଷା ବନ୍ଧନ ପରି ଶୁଭ ଅବସରରେ ଲତା ଜୀ ଦିଲୀପ୍ କୁମାରଙ୍କୁ ରାକ୍ଷୀ ବାନ୍ଧୁଥିଲେ ।

ନିଜ ଟ୍ୱିଟର୍ ଆକାଉଣ୍ଟରୁ ଦିଲୀପ୍ କୁମାରଙ୍କ ସହିତ ପୁରୁଣା ଫୋଟ ସେୟାର୍ କରିବା ସହିତ ଲତା ଜୀ ଲେଖିଛନ୍ତି କି, “ୟୂସୁଫ୍ ଭାଇ ଆଜି ତାଙ୍କ ସାନ ଭଉଣୀକୁ ଛାଡି ଚାଲି ଯାଇଛନ୍ତି । ‘ୟୂସୁଫ୍ ଭାଇ’ କଣ ଗଲେ, ଗୋଟିଏ ଯୁଗର ଅନ୍ତ ହୋଇଗଲା । ମୋତେ କିଛି ବୁଝା ପଡୁ ନାହିଁ । ମୁଁ ବହୁତ ଦୁଃଖିତ ଏବଂ ନିଃଶବ୍ଦ ହୋଇଯାଇଛି । ଅନେକ କଥା, ଅନେକ ସ୍ମୃତି ଆମକୁ ଦେଇ ଚାଲିଗଲ ।”

ଆଗକୁ ମଧ୍ୟ, ମହାନ୍ ଗାୟିକା ଲେଖିଛନ୍ତି କି, ୟୂସୁଫ୍ ଭାଇ ବିଗତ କିଛି ବର୍ଷ ଧରି ଅସୁସ୍ଥ ଥିଲେ, କାହାକୁ ଚିହ୍ନି ପାରୁ ନଥିଲେ । ସାୟରା ଭାଉଜ ସବୁକିଛି ଛାଡି ଦିନରାତି ତାଙ୍କ ସେବା କରୁଥିଲେ । ଜୀବନରେ ତାଙ୍କ ପାଇଁ ଦ୍ଵିତୀୟ ବିକଳ୍ପ ପରି ଆଉ କିଛି ମଧ୍ୟ ନଥିଲା । ଏହିପରି ଜଣେ ମହିଳାଙ୍କୁ ମୁଁ ପ୍ରଣାମ କରୁଛି ଏବଂ ୟୂସୁଫ୍ ଭାଇଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ମୁଁ ପ୍ରାର୍ଥନା କରୁଛି ।

ଦିଗଜ୍ଜମାନେ ଦିଲୀପଙ୍କର ଅନ୍ତିମ ଦର୍ଶନ କରିଥିଲେ…

ଦିଲୀପ୍ କୁମାରଙ୍କ ଦେହାନ୍ତ ଖବର ଶୁଣି ସମସ୍ତେ ମର୍ମାହତ। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଏବଂ କିଛି ଦିନ ପୂର୍ବରୁ ତାଙ୍କୁ ପୁଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ବର୍ତ୍ତମାନ ତାଙ୍କୁ ଜୀବିତ ରଖା ଯାଇ ପାରିଲା ନାହିଁ । ଧର୍ମେନ୍ଦ୍ର, ଅନିଲ୍ କପୂର୍, ରଣବୀର୍ କପୂର୍, ବିଦ୍ୟା ବାଲାନ୍, ଶାହାରୁଖ୍ ଖାନ୍, ଜନି ଲୀଭର୍ ଭଳି କଳାକାର ଦିଲୀପ୍ କୁମାରଙ୍କ ଘରେ ପହଞ୍ଚି ତାଙ୍କ ଅନ୍ତିମ ଦର୍ଶନ କରିଥିଲେ । ଏଥି ସହିତ ମେଗାଷ୍ଟାର୍ ଅମିତାଭ ବଚ୍ଚନ ତାଙ୍କ ପୁଅ ଅଭିଷେକଙ୍କ ସହିତ ସିଧାସଳଖ ମୁମ୍ବାଇର ସାନ୍ତା କ୍ରୁଜ ଶ୍ମଶାନରେ ପହଞ୍ଚି ଥିଲେ, ଯେଉଁଠାରେ ତାଙ୍କ ଦାହ କାର୍ଯ୍ୟ କରାଯାଇ ଥିଲା । ଆପଣଙ୍କୁ କହିରଖୁଛୁ କି ଦିଲୀପ୍ କୁମାର୍ ଜଣେ ମୁସଲମାନ୍ ଥିଲେ ଏବଂ ତାଙ୍କର ପ୍ରକୃତ ନାମ ମହମ୍ମଦ୍ ୟୁସୁଫ୍ ଖାନ୍ ଥିଲା ।

Leave a Reply

Your email address will not be published. Required fields are marked *