ସତରେ କଣ ପଇସା ପାଇଁ ସିଦ୍ଧାର୍ଥଙ୍କୁ ବ୍ୟବହାର କରିଥିଲେ ଦୀପିକା ? ବିଚ୍ଛେଦର ଅସଲ କାରଣ କଣ ଜାଣନ୍ତୁ…

ସତରେ କଣ ପଇସା ପାଇଁ ସିଦ୍ଧାର୍ଥଙ୍କୁ ବ୍ୟବହାର କରିଥିଲେ ଦୀପିକା ? ବିଚ୍ଛେଦର ଅସଲ କାରଣ କଣ ଜାଣନ୍ତୁ…

ବଲିଉଡ ହେଉଛି ଏହିପରି ଏକ ସ୍ଥାନ ଯେଉଁ ଠାରେ କ୍ଷଣିକ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥାଏ ଏବଂ କିଛି ସମୟ ପରେ ଭାଙ୍ଗି ମଧ୍ୟ ଯାଇଥାଏ । ଏଠାରେ ପ୍ରେମ ସମ୍ପର୍କ ଏବଂ ପ୍ରେମ ବିଚ୍ଛେଦ ବିଷୟରେ ଆଲୋଚନା ଅତି ସାଧାରଣ କଥା ଅଟେ । ଆଜି ଆମେ ଆପଣଙ୍କୁ ବଲିଉଡର ବରିଷ୍ଠ ଅଭିନେତ୍ରୀ ଦୀପିକା ପାଦୁକୋଣ ଏବଂ ବିଜୟ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟାଙ୍କ ପ୍ରେମ ଏବଂ ବିଚ୍ଛେଦ କାହାଣୀ ବିଷୟରେ କହିବାକୁ ଯାଉଛୁ । ଏକ ସମୟ ଥିଲା ଯେତେବେଳେ ଦୀପିକା ଏବଂ ସିଦ୍ଧାର୍ଥ ପରସ୍ପରଙ୍କୁ ପାଗଳ ପରି ବହୁତ ପ୍ରେମ କରୁଥିଲେ ।

ଦୀପିକା ଏବଂ ସିଦ୍ଧାର୍ଥଙ୍କୁ ସର୍ବତ୍ର ଦେଖିବାକୁ ମିଳୁଥିଲା ସେମାନେ ଆୱାର୍ଡ କାର୍ଯ୍ୟକ୍ରମରେ ମଧ୍ୟ ଆସୁଥିଲେ । ସମସ୍ତେ ଏହା ଅନୁଭବ କରୁଥିଲେ କି ଦୁହିଁଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି । କିଛି ଜଣ ଏହା ମଧ୍ୟ ଦାବି କରୁଥିଲେ କି ଭବିଷ୍ୟତରେ ଉଭୟେ ବିବାହ ମଧ୍ୟ କରିପାରନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ବିଚ୍ଛେଦ ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା । ବିଚ୍ଛେଦ ହେବାର କାରଣ ବିଷୟରେ ଉଭୟ ଦୀପିକା ଏବଂ ସିଦ୍ଧାର୍ଥ ଭିନ୍ନ ଭିନ୍ନ କଥା କହିଥିଲେ ।

ରଣବୀର୍ କପୂରଙ୍କ ସହିତ ବିଚ୍ଛେଦ ହେବାପରେ ଦୀପିକା ସିଦ୍ଧାର୍ଥଙ୍କ ନିକଟତର ହୋଇଥିଲେ । ଦୀପିକା ବଲିଉଡରେ ପ୍ରବେଶ କରିବା ସମୟରେ ରଣବୀର୍ କପୂରଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହି ପ୍ରେମ କାହାଣୀ କିଛି ଦିନ ଧରି ଚାଲିଥିଲା, କିନ୍ତୁ ଏହିପରି ଏକ ମୁହୂର୍ତ୍ତ ଆସିଥିଲା ଯେତେବେଳେ ଦୁହେଁ ଅଲଗା ହୋଇ ଯାଇଥିଲେ । ରଣବୀରଙ୍କ ଦ୍ୱାରା ଏହି ବିଚ୍ଛେଦ ହୋଇଥିଲା । ଏହି କାରଣ ହେତୁ ଦୀପିକା ଦୀର୍ଘ ମାସ ଧରି ବିଷାଦଗ୍ରସ୍ତ ହୋଇ ଯାଇଥିଲେ । ଠିକ୍ ଏହି ସମୟରେ ତାଙ୍କ ଜୀବନରେ ସିଦ୍ଧାର୍ଥ ମାଲ୍ୟା ପ୍ରବେଶ କରିଥିଲେ ।

ଦୁଃଖୀତ ଅବସ୍ଥାରେ ଦୀପିକାଙ୍କୁ ସିଦ୍ଧାର୍ଥ ଆଶ୍ୱାସନା ଦେଇଥିଲେ । ଖୁବ୍ ଶୀଘ୍ର ସେମାନଙ୍କ ବନ୍ଧୁତା ପ୍ରେମରେ ବଦଳି ଯାଇଥିଲା । ଦୀପିକା ଗଣମାଧ୍ୟମରେ ତାଙ୍କର ଏବଂ ସିଦ୍ଧାର୍ଥଙ୍କ ସମ୍ପର୍କର ଖବରକୁ ସ୍ୱୀକାର ମଧ୍ୟ କରିଥିଲେ । ଉଭୟଙ୍କ ସମ୍ପର୍କର ଖବର ନୀତିଦିନ ଗଣମାଧ୍ୟମରେ ପ୍ରକାଶିତ ହେଉଥିଲା । କିନ୍ତୁ ଏହାପରେ ଦୀପିକା ସିଦ୍ଧାର୍ଥ ମାଲ୍ୟାଙ୍କୁ ଛାଡି ଦେଇଥିଲେ । ଦୀପିକା ସିଦ୍ଧାର୍ଥଙ୍କ ସହିତ ସମ୍ପର୍କ ଭାଙ୍ଗି ଦେଇଥିଲେ । ମନେ ପକାଇ ଦେଉଛୁ କି ଏହା ସେହି ସମୟର କଥା ଯେତେବେଳେ ସିଦ୍ଧାର୍ଥଙ୍କ ପିତା ବ୍ୟାଙ୍କରୁ କୋଟି କୋଟି ଟଙ୍କା ଚୂନ ଲଗାଇ ଦେଶ ଛାଡି ପଳାଇଥିଲେ ।

ଏହି ବିଚ୍ଛେଦ ପରେ ସିଦ୍ଧାର୍ଥ କହିଥିଲେ କି ଯେତେବେଳେ ମୁଁ କଠିନ ସମୟ ଦେଇ ଗତି କରୁଥିଲି ସେତେବେଳେ ଦୀପିକା ମୋର ସାଥ୍ ଛାଡ଼ି ଦେଇଥିଲେ । ମୁଁ ତାଙ୍କୁ ଦାମୀ ଉପହାର ଦେଉଥିଲି । ତାଙ୍କ ସାଙ୍ଗମାନଙ୍କ ପାଇଁ ବଡ ବଡ଼ ପାର୍ଟୀର ମଧ୍ୟ ଆୟୋଜନ କରୁଥିଲି । କିନ୍ତୁ ବର୍ତ୍ତମାନ ଦୀପିକା ସେହି ସମସ୍ତ ଦିନ ଗୁଡ଼ିକୁ ଭୁଲି ଯାଇଛନ୍ତି ।

ଅପରପକ୍ଷରେ ଦୀପିକା ବିଚ୍ଛେଦକୁ ନେଇ ଏକ ଭିନ୍ନ କାହାଣୀ କହିଥିଲେ । ସେ କହିଥିଲେ କି ମୁଁ ଏହି ସମ୍ପର୍କକୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲି, କିନ୍ତୁ ସିଦ୍ଧାର୍ଥଙ୍କ ବ୍ୟବହାର ବହୁତ ଅଜବ ହେବାକୁ ଲାଗିଲା । ଏପରି ପରିସ୍ଥିତିରେ ମୋତେ ଏହି ସମ୍ପର୍କରେ କୌଣସି ଭବିଷ୍ୟତ ଦୃଷ୍ଟି ଗୋଚର ହେଲା ନାହିଁ ଏବଂ ମୁଁ ଅଲଗା ହୋଇଗଲି ।

Leave a Reply

Your email address will not be published. Required fields are marked *