ଗୀତା କପୁରଙ୍କର ହେଲା ବିବାହ ! ସିନ୍ଦୁର ସହିତ ‘ନାଲି ଅନାର୍-କଲ୍ଲି ସୁଟ୍’ରେ ସେୟାର୍ କରିଛନ୍ତି ଫୋଟ…

ଗୀତା କପୁରଙ୍କର ହେଲା ବିବାହ ! ସିନ୍ଦୁର ସହିତ ‘ନାଲି ଅନାର୍-କଲ୍ଲି ସୁଟ୍’ରେ ସେୟାର୍ କରିଛନ୍ତି ଫୋଟ…

ବଲିଉଡର ୪୬ବର୍ଷିୟା କୋରିଓଗ୍ରାଫର୍ ତଥା ଡ୍ୟାନ୍ସ ରିୟାଲିଟି ଶୋ’ର ଜର୍ଜ ଗୀତା କପୁର୍ ବର୍ତ୍ତମାନ ନିଜର କିଛି ଫୋଟ ପାଇଁ ଖୁବ୍ ଚର୍ଚ୍ଚା ଅଛନ୍ତି । ପ୍ରକୃତରେ କଥାଟି ହେଉଛି ଗୀତା ତାଙ୍କ ଇନଷ୍ଟାଗ୍ରାମରେ କିଛି ନୂଆ ଫୋଟ ସେୟାର୍ କରିଛନ୍ତି ଯେଉଁଥିରେ ସେ ଏକ ଲାଲ୍ ଅନାରକଲି ସୁଟ୍ ଏବଂ ମଥାରେ ସିନ୍ଦୁର ପିନ୍ଧିଥିବାର ନଜର ଆସିଛନ୍ତି ।

ସେବେଠାରୁ ସୋସିଆଲ୍ ମିଡିଆରେ ତାଙ୍କ ବିବାହକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଫୋଟଗୁଡ଼ିକୁ ଦେଖି ଫ୍ୟାନ୍ ମାନେ ଅନୁମାନ କରୁଛନ୍ତି ଯେ ବୋଧହୁଏ ଗୀତା କପୁର୍ ଗୁପ୍ତରେ ବିବାହ କରିଛନ୍ତି । ପ୍ରାୟ ତିନି ଦିନ ପୂର୍ବେ ଗୀତା ମା’ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି ଫୋଟଗୁଡିକ ସେୟାର୍ କରିଛନ୍ତି ।

ଏହି ଫୋଟଗୁଡିକ ସେୟାର୍ କରି ସେ ‘କ୍ୟାପସନ୍’ରେ ଲେଖିଛନ୍ତି, ‘ବର୍ତ୍ତମାନ ମୁଁ ସୁଟିଂ କରିବାକୁ ପ୍ରସ୍ତୁତ’ । ସୋସିଆଲ୍ ମିଡିଆରେ ଏହି ଫୋଟ ସବୁ ବହୁତ ଭାଇରାଲ୍ ହେବାରେ ଲାଗିଛି । ପ୍ରଶଂସକମାନେ କ୍ରମାଗତ ଭାବରେ କମେଣ୍ଟ ଦେଇଚାଲିଛନ୍ତି । ଗୀତାଙ୍କ ଫ୍ୟାନମାନେ ତାଙ୍କୁ ପ୍ରଶ୍ନ କରିଛନ୍ତି ଯେ ଏହି ସିନ୍ଦୁର ସେ କାହା ପାଇଁ ଲଗାଇଛନ୍ତି ? ସୂଚନାଯୋଗ୍ୟ ଯେ ୪୬ ବର୍ଷୀୟ ଗୀତା କପୁର୍ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି ।

ଫୋଟରେ ଜଣେ ପ୍ରଶଂସକ କମେଣ୍ଟ ଦେଇଛନ୍ତି ଯେ, “ମାଆଙ୍କ ମଥାରେ ସିନ୍ଦୁର, ମାଆଙ୍କ ବିବାହ କେବେହେଲା ? “ସେହିପରି ଅନ୍ୟ ଜଣେ ଫ୍ୟାନ୍ କମେଣ୍ଟ ଦେଇଛନ୍ତି, “ଏ ସିନ୍ଦୁର କାହାପାଇଁ ମା ? “ତେବେ ଏପର୍ଯ୍ୟନ୍ତ ଗୀତା କପୁରଙ୍କ ଠାରୁ ଏହି ପ୍ରଶ୍ନଗୁଡ଼ିକର କୌଣସି ଉତ୍ତର ମିଳିନାହିଁ । ସୂଚନାଯୋଗ୍ୟ ଯେ, ଗୀତା କପୁରଙ୍କ ନାମ ପୂର୍ବରୁ ରାଜୀବ୍ ଖିଞ୍ଚିଙ୍କ ସହିତ ଯୋଡ଼ାଯାଇଥିଲା ।

ସୋସିଆଲ୍ ମିଡିଆରେ ଗୀତା କପୁର୍ ଏବଂ ରାଜୀବଙ୍କର ସେୟାର୍ ହୋଇଥିବା କିଛି ଫୋଟକୁ ଆଧାର କରି ଅନୁମାନ କରାଯାଉଥିଲା ଯେ ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି । କିନ୍ତୁ ଏହା ଉପରେ ଉଭୟ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି । ରାଜୀବ୍ ଜଣେ ଚଳଚ୍ଚିତ୍ର ଅଭିନେତା, ନିର୍ଦ୍ଦେଶକ ଏବଂ ବୃତ୍ତି ଅନୁଯାୟୀ କୋରିଓଗ୍ରାଫର୍ ।

ଗୀତା ନିଜର ଖୁଶମିଜାଜ୍ ମନୋଭାବ ପାଇଁ ସମସ୍ତଙ୍କର ପ୍ରିୟ । ଗୀତାଙ୍କ ପ୍ରଶଂସକ ଏବଂ ତାଙ୍କ ‘ଡ୍ୟାନ୍ସ ସେଟ୍’ର କଳାକାର ମାନେ ତାଙ୍କୁ ଗୀତା ମାଆ ବୋଲି ଡାକନ୍ତି । ୧୫ବର୍ଷ ବୟସରେ ସେ ଫରାହ ଖାନଙ୍କ ଡ୍ୟାନ୍ସ ଗ୍ରୁପରେ ଯୋଗ ଦେଇଥିଲେ । ପରେ ସେ ଫାରାହଙ୍କ ସହ ‘କୁଛ କୁଛ ହୋତା ହୈ’, ‘ଦିଲ୍ ତୋ ପାଗଲ ହୈ’, ‘କଭି ଖୁସୀ କଭି ଗମ୍’, ‘ମୋହାବତେ’, ‘କଲ୍ ହୋ ନା ହୋ’, ‘ଓମ୍ ଶାନ୍ତି ଓମ୍’ ଭଳି ଅନେକ ଚଳଚ୍ଚିତ୍ରରେ ଆସିଷ୍ଟାଣ୍ଟ କୋରିଓଗ୍ରାଫର୍ ଭାବରେ କାର୍ଯ୍ୟ କରିଥିଲେ । କେବଳ ଏତିକି ନୁହେଁ ସେ ଅନେକ ଚଳଚ୍ଚିତ୍ରରେ ସେ ବ୍ୟାକଗ୍ରାଉଣ୍ଡ ଡ଼୍ୟାନ୍ସର୍ ଭାବେ ମଧ୍ୟ ଅଭିନୟ କରିଛନ୍ତି ।

Leave a Reply

Your email address will not be published. Required fields are marked *