ଧୋନୀଙ୍କର ଏହି ୧୦ଟି ରେକର୍ଡ ପାଇଁ ତାଙ୍କୁ IPLର ରାଜା ରୂପରେ ବିବେଚିତ କରାଯାଏ ! କଣ ଆପଣ ଜାଣିଛନ୍ତି

ଧୋନୀଙ୍କର ଏହି ୧୦ଟି ରେକର୍ଡ ପାଇଁ ତାଙ୍କୁ IPLର ରାଜା ରୂପରେ ବିବେଚିତ କରାଯାଏ ! କଣ ଆପଣ ଜାଣିଛନ୍ତି

ଧୋନୀଙ୍କର ଏହି ୧୦ଟି ରେକର୍ଡ ପାଇଁ ତାଙ୍କୁ IPLର ରାଜା ରୂପରେ ବିବେଚିତ କରାଯାଏ ! କଣ ଆପଣ ଜାଣିଛନ୍ତି ଧୋନୀଙ୍କ ସେହି ରେକର୍ଡ ? ଆସନ୍ତୁ ଜାଣିବା :

ମହେନ୍ଦ୍ର ସିଂହ ଧୋନୀ ଆନ୍ତର୍ଜାତୀୟ କ୍ରିକେଟରୁ ଗତ ଶନିବାର ଦିନ ଅବସର ଘୋଷଣା କରିସାରିଛନ୍ତି କିନ୍ତୁ ସେ ଚଳିତବର୍ଷ IPL ଖେଳିବାରେ ନଜର ଆସିବେ ଓ IPL ଖେଳି ତାଙ୍କ ଫ୍ୟାନମାନଙ୍କୁ ଉତ୍ସାହିତ କରିବେ । ଧୋନୀ ହେଉଛନ୍ତି ଭାରତର ଏକମାତ୍ର ଅଧିନାୟକ ଯିଏକି ICCର ତିନୋଟି ଫର୍ମାଟର ଟ୍ରଫି ଜିତିସାରିଛନ୍ତି । ଆସନ୍ତୁ ଜାଣିବା ଧୋନୀଙ୍କର ସେହି ୧୦ଟି ରେକର୍ଡ଼ ବିଷୟରେ ଯାହାପାଇଁ ଧୋନୀଙ୍କୁ IPLର ବାଦଶାହର ଆଖ୍ୟା ଦିଆଯାଇଛି ।

1. ସବୁଠାରୁ ଅଧିକ IPL ଫାଇନାଲ୍ ଖେଳିଛନ୍ତି :-

Google

IPL ୨୦୦୮ ମସିହାରୁ ଆରମ୍ଭ ହୋଇଥିଲା ଓ ଏହା ଦୀର୍ଘ ୧୨ ବର୍ଷ ହେଲା ଆୟୋଜିତ ହୋଇଆସୁଛି । ଏହି ୧୨ ବର୍ଷ ମଧ୍ୟରେ ଧୋନୀ ସର୍ବାଧିକ ୭ଟି ଫାଇନାଲ୍ ଖେଳିଛନ୍ତି ଓ ୩ ଥର ନିଜ ଦଳ ଚେନ୍ନାଇ ସୁପର କିଙ୍ଗସକୁ ଚାମ୍ପିୟନ ମଧ୍ୟ କରାଇଛନ୍ତି ।

2. IPLରେ ସବୁଠାରୁ ଅଧିକ ନଟ୍ ଆଉଟ୍ :-

Google

IPLରେ ଏମ୍.ଏସ୍ ଧୋନୀ ପ୍ରାୟ ୧୯୦ଟି ମ୍ୟାଚ୍ ଖେଳିଛନ୍ତି ଓ ଏଥିରୁ ୧୭୦ଟି ମ୍ୟାଚରେ ସେ ବ୍ୟାଟିଂ କରିଛନ୍ତି, ସେଥିମଧ୍ୟରୁ ସେ ସର୍ବାଧିକ ୬୫ ଥର ନଟ୍ ଆଉଟ୍ ରହିଛନ୍ତି ।

3. IPLରେ ସର୍ବାଧିକ ଛକା ମାରିଛନ୍ତି :-

Google

ଧୋନୀ IPLରେ ଛକା ମାରିବାରେ ଭାରତୀୟ ମାନଙ୍କ ମଧ୍ୟରେ ସର୍ବାଗ୍ରେ । ସେ ୧୭୦ ମ୍ୟାଚରେ ବ୍ୟାଟିଂ କରି ୨୦୯ଟି ଛକା ମାରିଛନ୍ତି ।

4. ଅଧିନାୟକ ଭାବରେ ସର୍ବାଧିକ ମ୍ୟାଚ :-

Google

୨୦୧୭ ମସିହାରେ ଆୟୋଜିତ IPLକୁ ଛାଡିଦେଲେ ଧୋନୀ ୧୧ଟି ସିଜିନରେ ୧୭୪ଟି ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି ।

5. ୧୭ଟି “ମ୍ୟାନ୍ ଅଫ୍ ଦ ମ୍ୟାଚ୍” ଆୱାର୍ଡ :-

Google

କୌଣସି ଏକ ମ୍ୟାଚରେ “ମ୍ୟାନ୍ ଅଫ୍ ଦ ମ୍ୟାଚ୍” ଆୱାର୍ଡ ହାସଲ କରିବା ଏକ ସୌଭାଗ୍ୟର ବିଷୟ । ଧୋନୀ IPL ଭଳି ବଡ ଅନୁଷ୍ଠାନରେ ଗୋଟିଏ କିମ୍ବା ଦୁଇ ଥର ନୁହେଁ ବରଂ ୧୭ ଥର “ମ୍ୟାନ୍ ଅଫ୍ ଦ ମ୍ୟାଚ୍” ଆୱାର୍ଡ ପାଇଛନ୍ତି ।

6. IPLରେ ୫ ନମ୍ବର ସ୍ଥାନରେ ସର୍ବାଧିକ ରନ୍ ସଂଗ୍ରହ :-

Google

ଏମ୍.ଏସ୍ ଧୋନୀ ଏକ ଅଭିଜ୍ଞତା ପୂର୍ଣ୍ଣ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ । ଯିଏ କି ୫ ନମ୍ବର ସ୍ଥାନରେ ଖେଳି ୬୪ଟି ପାଳିରୁ ୧୮୦୩ ରନ୍ ସଂଗ୍ରହ କରିଛନ୍ତି ।

7. ପ୍ରତିଟି ସ୍ଥାନରେ ୫୦ରୁ ଉର୍ଦ୍ଧ୍ବ ରନ୍ ସ୍କୋର କରିଛନ୍ତି :-

Google

ଏମ୍.ଏସ୍ ଧୋନୀ IPLରେ ନମ୍ବର୍ ୩, ୪, ୫, ୬ ଓ ୭ ନମ୍ବର୍ ରେ ଖେଳି ୫୦ ରୁ ଉର୍ଦ୍ଧ୍ବ ରନ୍ ଅଭରେଜ ହାସଲ କରିବାରେ ଏକମାତ୍ର ଖେଳାଳୀ ଅଟନ୍ତି ।

8. ଏକମାତ୍ର “ୱିକେଟ୍ କିପର୍” ଯିଏକି ୨୮୦+ ରନ୍ କରିଛନ୍ତି :-

Google

ଧୋନୀଙ୍କର ଅଧିନାୟକ ଓ କ୍ଷମତା ସମସ୍ତଙ୍କୁ ଭଲ ଭାବରେ ଜଣା । ଏହା ବ୍ୟତୀତ ସେ ପ୍ରତ୍ୟେକ IPL ସିଜନରେ “ୱିକେଟ୍ କିପର୍” ଭାବରେ ୨୮୦+ ରନ୍ କରିଛନ୍ତି ।

9. “ୱିକେଟ୍ କିପର୍” ଭାବରେ ସବୁଠାରୁ ସଫଳତମ :-

Google

“ୱିକେଟ କିପର୍” ରୂପରେ ସେ ଆଶ୍ଚର୍ଯ୍ୟଜନକ ଷ୍ଟମ୍ପିଙ୍ଗ କରିଛନ୍ତି । ସେ ୧୯୦ ମ୍ୟାଚରୁ ସର୍ବାଧିକ ୧୩୩ ଥର ଷ୍ଟମ୍ପିଙ୍ଗ କରିଛନ୍ତି ।

10. ଅଧିନାୟକ ଭାବରେ ସବୁଠାରୁ ଅଧିକ ବିଜୟ :-

Google

ଏମ୍.ଏସ୍ ଧୋନୀ ୧୭୪ଟି ମ୍ୟାଚରେ ଅଧିନାୟକ ହୋଇ ୧୦୪ଟିରେ ବିଜୟ ହାସଲ କରିଛନ୍ତି ଓ ୬୯ଟିରେ ପରାଜିତ ହୋଇଛନ୍ତି ଓ ଗୋଟିଏ ମ୍ୟାଚର ନିର୍ଣ୍ଣୟ ହୋଇପାରିନାହିଁ ।

Leave a Reply

Your email address will not be published. Required fields are marked *