ଧୋନୀ କେବେ ମଧ୍ୟ ରିଟାଇର୍ ହୋଇପାରିବେ ନାହିଁ ! ମାହି ଦଳର ସାଥ୍ ଛାଡ଼ି ପାରନ୍ତି କିନ୍ତୁ ପଡ଼ିଆକୁ ନୁହଁ ।

ଧୋନୀ କେବେ ମଧ୍ୟ ରିଟାଇର୍ ହୋଇପାରିବେ ନାହିଁ ! ମାହି ଦଳର ସାଥ୍ ଛାଡ଼ି ପାରନ୍ତି କିନ୍ତୁ ପଡ଼ିଆକୁ ନୁହଁ ।

ତାରିଖ ୧୫ ଅଗଷ୍ଟ ୨୦୨୦ରେ ସମୟ ସାନ୍ଧ୍ୟ ୭ଟା ୨୯ ମିନିଟରେ ଧୋନୀ କହିଲେ ମୋତେ ବର୍ତ୍ତମାନ ରିଟାଇର୍ ବୋଲି ଭାବିନିଅନ୍ତୁ । ହଁ ଆଜ୍ଞା ଏହି କଥା ମହେନ୍ଦ୍ର ସିଂ ଧୋନୀଙ୍କ ତରଫରୁ ଆସିଛି । ମାନେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ କରିଦେଲେ । ଡ଼ିସେମ୍ବର ୨୦୦୪ରେ ଡ଼େବ୍ୟୁ କରିଥିବା ମହେନ୍ଦ୍ର ସିଂ ଧୋନୀ ନିଜ ୧୪ ବର୍ଷର କ୍ୟାରିଅରକୁ ଫୁଲ୍ ଷ୍ଟପ୍ କରିଦେଲେ । ଧୋନୀଙ୍କ ଫେନ୍ସ ପାଇଁ ଏହା ବିଶ୍ୱାସ କରିବା ବହୁତ କଷ୍ଟ ଅଟେ କି ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ ପଡ଼ିଆରେ ହେଲିକପ୍ଟର ସର୍ଟ ମାରିବା ଦେଖିପାରିବେ ନାହିଁ ।

google

ଧୋନୀ ବର୍ତ୍ତମାନ ଖେଳ ପଛରେ ନିଜ କମାଲ ଦେଖାଇପାରିବେ ନାହିଁ କିନ୍ତୁ ଏହା ସତ୍ୟତା ନୁହେଁ । ଧୋନୀ ବ୍ଲୁ ଜର୍ସିରୁ ରିଟାଇର୍ ନେଇଗଲେ କିନ୍ତୁ ଧୋନୀ ନମ୍ବର ୭ରୁ ରିଟାଇର୍ ନେଇ ନାହାଁନ୍ତି । ଧୋନୀ କ୍ରିକେଟକୁ ଛାଡ଼ି ପାରନ୍ତି କିନ୍ତୁ ପଡ଼ିଆକୁ ନୁହେଁ । ଧୋନୀ ବର୍ତ୍ତମାନ ଆଇପିଏଲରେ ଚେନ୍ନାଇ ଟିମରେ ଖେଳିବେ । ଚେନ୍ନାଇ ଟିମ୍ ଏହା ଫିକ୍ସ କରିଦେଲେ ଯେ, ଧୋନୀ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଦଳର ଅଧିନାୟକ ରୂପେ ରହିବେ ।

google

୧୨ ଅଗଷ୍ଟରେ ଧୋନୀଙ୍କୁ ଆଇପିଏଲ ଟିମରେ ଚେନ୍ନାଇ ସୁପର କିଂସର ସିଇଅ କାଶୀ ବିଶ୍ୱନାଥଙ୍କ ଏକ ବୟାନ ସାମ୍ନାକୁ ଆସିଥିଲା ଯେ, ” ଆମକୁ ଧୋନୀଙ୍କୁ ନେଇ କୌଣସି ଚିନ୍ତା ନାହିଁ ଆମକୁ ବିଶ୍ୱାସ ଅଛି ଯେ, ଧୋନୀ ୨୦୨୦ ଓ ୨୦୨୧ରେ ଦୁଇଟି ସିଜନରେ ଖେଳିବେ । ସେ ୨୦୨୨ରେ ମଧ୍ୟ ଚେନ୍ନାଇ ସୁପର କିଂସ ଦଳରେ ଖେଳନ୍ତୁ । କେବଳ ଏତିକି ହିଁ ନୁହଁ ସିଇଅ କାଶୀ ବିଶ୍ୱନାଥଙ୍କ କହିବା ଅନୁସାରେ ଆଗାମୀ ୧୦ ବର୍ଷରେ ଚେନ୍ନାଇ ଟିମର ମାଲିକ ହୋଇପାରନ୍ତି । ଏହାଦ୍ୱାରା ସ୍ପଷ୍ଟ ହୋଇଯାଉଛି ଯେ, ଧୋନୀ ପଡ଼ିଆରୁ ବିଦାୟ ନେଇପାରିବେ ନାହିଁ । ଯେଉଁ ଧନୀ କ୍ରିକେଟ ଦ୍ୱାରା ସାରା ଦୁନିଆରେ ନା କେବଳ ନିଜର ବରଂ ଭାରତର ନାମକୁ ଉଜ୍ଜ୍ୱଳ କରିଛନ୍ତି । ସେହି ଧୋନୀ କ୍ରିକେଟ ପଡ଼ିଆକୁ କିପରି ଛାଡ଼ି ପାରିବେ ।

google

ଧୋନୀ ସବୁବେଳେ ନୂଆଁ ଖେଳାଳିଙ୍କ ସମସ୍ୟା ସମୟରେ ସାଥ୍ ଦେଉଥିଲେ । ୨୦୦୭ରେ ୱାର୍ଲଡ଼ କପରେ ଟିମ୍ ଇଣ୍ଡିଆ ପ୍ରଥମ ରାଉଣ୍ଡରେ ବାହାର ହୋଇଯାଇଥିଲା । ତେଣୁ ଫ୍ୟାନ୍ସ ମାନେ ବହୁତ ରାଗିଯାଇଥିଲେ ଓ ଖେଳାଳିଙ୍କ ଘରେ ପଥରେ ଫିଙ୍ଗିଥିଲେ । କିନ୍ତୁ ଧୋନୀ ହାର୍ ମାନିନଥିଲେ, ଯେଉଁ ଦଳ ଭାଙ୍ଗି ଯାଇଥିଲା, ସେଥିରେ କିଛି ନୂଆଁ ଖେଳାଳିଙ୍କୁ ନିଜ ଦଳରେ ନେଇ ଦକ୍ଷିଣ ଆଫ୍ରିକା ଯାଇଥିଲେ । ଧୋନୀଙ୍କ ଅଧିନାୟକରେ ଭାରତୀୟ ଦଳ ଟି-୨୦ ୱାର୍ଲଡ଼ କପ୍ ଜିତିଥିଲା । ଧୋନୀଙ୍କର ଏହା ପ୍ରଥମ ସଫଳତା ଥିଲା, ଯେଉଁଲୋକ ଘରେ ଫଥର ଫିଙ୍ଗିଥିଲେ, ସେହିଲୋକ ସେମାନଙ୍କ ଉପରେ ଫୁଲର ବର୍ଷା କରିଲେ । ଏହା ଥିଲା ଧୋନୀଙ୍କ ଜସ୍ ଯିଏକି ଅସମ୍ଭବକୁ ସମ୍ଭବ କରିଦେଇଥିଲେ । ଏହାପରେ ସେ ୨୦୨୧ ରେ ୱାର୍ଲଡ଼ କପ୍ ଓ ୨୦୧୩ରେ ଚାମ୍ପିଆନ୍ସ ଟ୍ରଫି ଜଡି ଚାଲିଲେ ।

Leave a Reply

Your email address will not be published. Required fields are marked *