ଝିଅ ବିଦା ସମୟରେ ଧର୍ମେନ୍ଦ୍ର ବହୁତ କାନ୍ଦିଥିଲେ ! କିନ୍ତୁ ହେମା ମାଲିନି ସାହସ ବାନ୍ଧି ରଖିଥିଲେ ଏବଂ ପରେ ଈଶାଙ୍କୁ ଫୋନ୍ କରି ବହୁତ କାନ୍ଦିଥିଲେ…

ଝିଅ ବିଦା ସମୟରେ ଧର୍ମେନ୍ଦ୍ର ବହୁତ କାନ୍ଦିଥିଲେ ! କିନ୍ତୁ ହେମା ମାଲିନି ସାହସ ବାନ୍ଧି ରଖିଥିଲେ ଏବଂ ପରେ ଈଶାଙ୍କୁ ଫୋନ୍ କରି ବହୁତ କାନ୍ଦିଥିଲେ…

ବଲିଉଡର ଡ୍ରିମ୍ ଗାର୍ଲ ହେମା ମାଳିନୀଙ୍କର ପ୍ରଶଂସକଙ୍କର ସଂଖ୍ୟା ଆଜି ମଧ୍ୟ କମ୍ ନୁହେଁ । କାରଣ ଏହା ଯେ, ଆଜି ମଧ୍ୟ ହେମା ମାଳିନୀ କୌଣସି ନା କୌଣସି କାରଣ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି । ହେମା ମାଳିନୀଙ୍କୁ ଦର୍ଶକମାନେ ଇଣ୍ଡଷ୍ଟ୍ରିର ସବୁଠାରୁ ସୁନ୍ଦର ଅଭିନେତ୍ରୀ ତଥା ଦମଦାର୍ କଳାକାର ଭାବରେ ମନେ ପକାଇଥାନ୍ତି । କିନ୍ତୁ ଏହାବ୍ୟତୀତ ହେମା ମାଳିନୀଙ୍କର ଏକ ଭିନ୍ନ ପରିଚୟ ରହିଛି ଏବଂ ସେହି ପରିଚୟ ଜଣେ ମା’ ରୂପରେ ଅଟେ । ହେମା ମାଳିନୀ ତାଙ୍କ ଦୁଇ ଝିଅଙ୍କର ଅତ୍ୟନ୍ତ ନିକଟତର ଅଟନ୍ତି । ଝିଅମାନଙ୍କର ବିବାହ ପରେ ମଧ୍ୟ ହେମା ମାଳିନୀ, ଈଶା ଏବଂ ଆହାନାଙ୍କ ମଧ୍ୟରେ ଥିବା ବନ୍ଧନରେ କୌଣସି ହ୍ରାସ ଘଟିନାହିଁ । ହେମାଙ୍କ ହୃଦୟରେ ତାଙ୍କ ଝିଅ ଏବଂ ପରିବାର ଲୋକମାନେ ସଦା ସର୍ବଦା ରହିଥାନ୍ତି ।

ନିଜ ଝିଅମାନଙ୍କ ସହ ହେମା ମାଳିନୀ କେତେ ଦୃଢ଼ ବନ୍ଧନ ସେୟାର୍ କରିଥାନ୍ତି, ଏହା କିଛିଦିନ ପୂର୍ବରୁ ଗୀତ ରିୟାଲିଟି ଶୋ “ଇଣ୍ଡିଆନ୍ ଆଇଡ଼ଲ୍”ରେ ଦେଖିବାକୁ ମିଳିଥିଲା । ବାସ୍ତବରେ ହେମା ମାଳିନୀ କିଛି ଦିନ ପୂର୍ବରୁ ଇଣ୍ଡିଆନ୍ ଆଇଡ଼ଲରେ ସ୍ୱତନ୍ତ୍ର ଜର୍ଜ ହୋଇ ପହଞ୍ଚିଥିଲେ ।

ଏହି ସମୟ ମଧ୍ୟରେ ଇଶା ଦେଓଲ୍ ନିଜ ବିବାହର ବିଦା ସମୟର ଅତ୍ୟନ୍ତ ଦୁଃଖମୟ ଅଂଶ ବିଷୟରେ କହିଥିଲେ । ଯେତେବେଳେ କି ଝିଅକୁ ମନେ ପକାଇ ଫୋନରେ ବହୁ ମାତ୍ରାରେ ହେମା ମାଳିନୀ କାନ୍ଦିଥିଲେ ।

ବାସ୍ତବରେ ଶୋ’ର ନିର୍ମାତାମାନେ ହେମା ମାଳିନୀଙ୍କ ପାଇଁ ଈଶାଙ୍କ ଦ୍ଵାରା ଏକ ସ୍ୱତନ୍ତ୍ର ଭିଡିଓ ମେସେଜ୍ ରେକର୍ଡ କରାଇଥିଲେ । ଏହି ଭିଡିଓରେ ଈଶା ନିଜ ବିବାହର ବିଦା ସମୟର ଏକ ଭାବପ୍ରବଣ ଅଂଶ ବିଷୟରେ କହିଥିଲେ । ଯେତେବେଳେ ତାଙ୍କ ବିବାହ ହୋଇ ଯାଇଥିଲା ଏବଂ ଘର ଛାଡି ଯିବାକୁ ପଡୁଥିଲା, ସେହି ସମୟ ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ ମୁହୂର୍ତ୍ତ ଥିଲା, ତାଙ୍କ ମା’ ସେହି ସମୟରେ ଅତ୍ୟନ୍ତ ଦୃଢ଼ ଥିଲେ । କିନ୍ତୁ ଘରୁ ବିଦା ହେବାପରେ ତାଙ୍କ ମା’ ତାଙ୍କୁ ଫୋନ୍ କରି ବହୁତ କାନ୍ଦିଥିଲେ । ଈଶା ଆହୁରି ମଧ୍ୟ କହିଥିଲେ ଆଜି ସେ ଯାହା କିଛି ମଧ୍ୟ ହୋଇ ପାରିଛନ୍ତି କେବଳ ତାଙ୍କ ମା’ଙ୍କ ପାଇଁ ହୋଇଛନ୍ତି । ସେ ତାଙ୍କ ମା’ଙ୍କର ପୂଜା ତଥା ସମ୍ମାନ କରନ୍ତି । ଶେଷରେ ସେ କହିଥିଲେ ଯେ, ଆପଣଙ୍କ ବିଟୁ ସଦା ସର୍ବଦା ଆପଣଙ୍କ ପାଇଁ ଏଠାରେ ଅଛି, ‘ଆଇ ଲଭ୍ ୟୁ’ ।

ଈଶାଙ୍କର ଏହି ମେସେଜ୍ ଦେଖି ହେମା ମାଳିନୀଙ୍କ ଆଖି ପୁଣିଥରେ ଛଳଛଳ ହୋଇ ଉଠିଥିଲା । ସମସ୍ତ ମା’ ପାଇଁ ଝିଅର ବିଦା ହେବା ସମୟର ମୁହୂର୍ତ୍ତ ଅତ୍ୟନ୍ତ ଭାବପ୍ରବଣ ସମୟ ହୋଇଥାଏ । ଶୋ’ ମାଧ୍ୟମରେ ହେମା ମାଳିନୀ ଆହୁରିମଧ୍ୟ କହିଥିଲେ କି ସେ ଦୁଇଟି ଝିଅର ମା’ ଅଟନ୍ତି କିନ୍ତୁ ଈଶା ଏବଂ ଆହାନାଙ୍କ ବିବାହ ପରେ ତାଙ୍କୁ ଭରତ ତକ୍ଷାନୀ ଏବଂ ବୈଭବ୍ ବୋହରାଙ୍କ ଆକାରରେ ଦୁଇଟି ପୁଅ ମିଳିଯାଇଛି ।

ତେବେ କହିରଖୁଛୁ ଯେ, ଗତବର୍ଷ ଲକଡାଉନ୍ ସମୟରେ ଈଶା ନିଜ ବିବାହର ବିଦା ସମୟର ଏକ ଛୋଟ ଭିଡିଓ ସେୟାର୍ କରିଥିଲେ । ସେହି ଭିଡିଓରେ ଈଶାଙ୍କର ପିତା ଧର୍ମେନ୍ଦ୍ର ଝିଅର ବିଦା ସମୟରେ ବହୁତ କାନ୍ଦୁଥିବାର ଦେଖା ଯାଇଥିଲେ ।

ଈଶାଙ୍କର ବିଦା ସମୟରେ ହେମା ମାଳିନୀ ନିଜକୁ ସମ୍ଭାଳି ଥିବାର ଦେଖା ଯାଉଥିବା ବେଳେ ଧର୍ମେନ୍ଦ୍ର ବହୁ ମାତ୍ରାରେ କାନ୍ଦିଥିଲେ । ବିଦା ହେବା ପୂର୍ବରୁ ଈଶା ଧର୍ମେନ୍ଦ୍ରଙ୍କ ଗଳାରେ ଲାଗିବା ମାତ୍ରେ ଧର୍ମେନ୍ଦ୍ର କାନ୍ଦି ପକାଇଥିଲେ ।

ପିତା ଏବଂ ଝିଅଙ୍କୁ ଏଭଳି ଭାବପ୍ରବଣ ହେବାର ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ନିଜକୁ ସମ୍ଭାଳି ନ ପାରି କାନ୍ଦି ପକାଇଥିଲେ । ଆହନା ଦେଓଲ୍ ମଧ୍ୟ ବହୁତ କାନ୍ଦିଥିଲେ । ଭିଡିଓ ସେୟାର୍ କରି ଈଶା କହିଥିଲେ କି ଏହି ମୁହୂର୍ତ୍ତକୁ ଦେଖି ସେ ଆଜି ମଧ୍ୟ ଭାବପ୍ରବଣ ହୋଇଯାଆନ୍ତି ।

ତେବେ ପରେ ଯେତେବେଳେ ଏହି ଭିଡିଓ ଭାଇରାଲ୍ ହୋଇ ଯାଇଥିଲା ସେତେବେଳେ ଈଶା ଏହାକୁ ଡିଲିଟ୍ କରିଦେଇଥିଲେ । କିନ୍ତୁ ଈଶା ବର୍ତ୍ତମାନ ନିଜ ବିଦା ସହ ଜଡିତ ଆଉ ଏକ ଜଣାଶୁଣା ଅଂଶ ବିଷୟରେ ବର୍ଣ୍ଣନା କରିଛନ୍ତି । ବାହାରୁ ଦୃଢ଼ ଦେଖା ଯାଉଥିବା ହେମା ମାଳିନୀ ଭିତରୁ କେତେ ଭାବପ୍ରବଣ ଅଟନ୍ତି, ଏହା ଈଶା ବର୍ଣ୍ଣନା କରିଛନ୍ତି ।

Leave a Reply

Your email address will not be published. Required fields are marked *