IPLର ପ୍ରଥମ ମ୍ୟେଚ ବାଙ୍ଗାଲୋର ଠାରୁ ହାରିବା ସତ୍ତ୍ୱେ ମଧ୍ୟ ଦର୍ଶକଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଲେ ରୋହିତ ଶର୍ମା ଏବଂ ନିଜ ଜୋତାରେ ଲେଖିଲେ ଏହି ସନ୍ଦେଶ…

IPLର ପ୍ରଥମ ମ୍ୟେଚ ବାଙ୍ଗାଲୋର ଠାରୁ ହାରିବା ସତ୍ତ୍ୱେ ମଧ୍ୟ ଦର୍ଶକଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଲେ ରୋହିତ ଶର୍ମା ଏବଂ ନିଜ ଜୋତାରେ ଲେଖିଲେ ଏହି ସନ୍ଦେଶ…

ଚେନ୍ନାଇ ୧୦।୦୪: ଇଣ୍ଡିଆନ ପ୍ରିମିୟର ଲିଗ୍ ‌(IPL)ର ୧୪ଶ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସକୁ ୨ ଓ୍ଵିକେଟ୍‌ରେ ପରାସ୍ତ କରିଛି । ମ୍ୟାଚ୍ ହାରିଲେ ମଧ୍ୟ ରୋହିତ ଶର୍ମାଙ୍କୁ ଖୁବ୍ ପ୍ରଶଂସା କରାଯାଉଛି । ରୋହିତ ଗତକାଲି ମ୍ୟାଚ୍‌ରେ ଗେଣ୍ଡା ଫଟୋ ଥିବା ଜୋତା ପିନ୍ଧି ଏହି ବିଲୁପ୍ତ ପ୍ରଜାତିର ସଂରକ୍ଷଣ ପାଇଁ ଅପିଲ୍ କରିଛନ୍ତି । ରୋହିତ ଆଇପିଏଲ ସମୟରେ ଏହି ବିରଳ ପ୍ରଜାତିର ବନ୍ୟଜନ୍ତୁର ସଂରକ୍ଷଣ ପାଇଁ ଆରସିବି ବିପକ୍ଷ ମ୍ୟାଚ୍‌ରେ ଏକ ସ୍ଵତନ୍ତ୍ର ଧରଣର ଜୋତା ପିନ୍ଧିଥିଲେ । ଏଥିରେ ଗେଣ୍ଡାର ସଙ୍କଟଗ୍ରସ୍ତ ଫଟୋ ରହିଥିଲା । ତାଙ୍କ ଜୋତାରେ ସେଭ୍ ଦ ରାଇନୋ (ଗେଣ୍ଡାଙ୍କୁ ବଞ୍ଚାନ୍ତୁ)ର ବାର୍ତ୍ତା ଲେଖା ହୋଇଥିଲା ।

ଏହି ଫଟୋକୁ ନିଜର ଟ୍ଵିଟର ଆକାଉଣ୍ଟରେ ମଧ୍ୟ ସେୟାର କରି ରୋହିତ ଲେଖିଛନ୍ତି ଯେ, ଗୋଟିଏ ଦିନ ପୂର୍ବେ ଯେବେ ମୁଁ ଆରସିବି ବିପକ୍ଷ ମ୍ୟାଚ୍‌ରେ ଖେଳିବାକୁ ପଡିଆକୁ ଓହ୍ଲାଇଥିଲି ତେବେ ମୋ ପାଇଁ ଏହା କେବଳ ଏକ ମୁକାବିଲା ନଥିଲା । କ୍ରିକେଟ୍ ଖେଳିବା ସର୍ବଦା ମୋର ସ୍ଵପ୍ନ ରହି ଆସିଛି ଏବଂ ଦୁନିଆକୁ ଆହୁରି ଉନ୍ନତ କରିବା ପାଇଁ ଆମ ସମସ୍ତଙ୍କୁ ପ୍ରୟାସ କରିବା ଉଚିତ୍ । ମୁଁ ଏହି ଦିଗରେ ପ୍ରୟାସ ଜାରି ରଖିଛି । ମୋ ପାଇଁ ଏହା ସ୍ଵତନ୍ତ୍ର ଥିଲା ଯେ, ମୁଁ ଏହି ଖାସ୍ ଉଦ୍ଦେଶ୍ୟକୁ ପଡିଆ ପର୍ଯ୍ୟନ୍ତ ନେଇ ଆସିଛି । ଏହି ଉଦ୍ୟମରେ ପ୍ରତିଟି ପଦକ୍ଷେପ ଗୁରୁତ୍ଵବହନ କରଥିବା ରୋହିତ ଲେଖିଛନ୍ତି ।

ରୋହିତ ଗେଣ୍ଡାଙ୍କ ସଂରକ୍ଷଣ ପାଇଁ ନିଜ ଉଦ୍ଦେଶ୍ୟକୁ ଦୁନିଆ ସାମ୍ନାରେ ରଖିବାରେ ସଫଳ ହୋଇଛନ୍ତି । ମାତ୍ର ଅଧିନାୟକ ଭାବେ ପ୍ରଥମ ମ୍ୟାଚ୍‌ରେ ସେ ପରାଜୟର ସ୍ଵାଦ ଚାଖିଛନ୍ତି । ରୋହିତ ଏହି ମ୍ୟାଚ୍‌ରେ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ଏହାକୁ ବଡ ଇନିଂସରେ ପରିଣତ କରି ପାରିନଥିଲେ । ସେ ରନଆଉଟ୍ ହେବା ପରେ ମୁମ୍ବାଇ ଇନିଂସ ଧରାଶାୟୀ ହୋଇ ଯାଇଥିଲା ଏବଂ ଦଳ ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ୧୫୯ ରନ କରି ପାରିଥିଲା । ରୋହିତ କେବଳ ୧୯ ରନ କରି ପାରିଥିଲେ ।

Leave a Reply

Your email address will not be published. Required fields are marked *