‘RBI’ର ନିଷ୍ପତ୍ତି : ପେମେଣ୍ଟ ବ୍ୟାଙ୍କରେ ଡିପୋଜିଟ୍ ଲିମିଟ୍ ୧ ଲକ୍ଷରୁ ବୃଦ୍ଧି କରାଗଲା ୨ ଲକ୍ଷ !

‘RBI’ର ନିଷ୍ପତ୍ତି : ପେମେଣ୍ଟ ବ୍ୟାଙ୍କରେ ଡିପୋଜିଟ୍ ଲିମିଟ୍ ୧ ଲକ୍ଷରୁ ବୃଦ୍ଧି କରାଗଲା ୨ ଲକ୍ଷ !

‘ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ’ର ମୋନିଟୋରୀ ପୋଲିସୀ କମିଟି ଏକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ଅଟେ । ଏହି ନିଷ୍ପତ୍ତି ମୁତାବିକ, ଏବେ ଡିଜିଟାଲ୍ ପେମେଣ୍ଟ ବ୍ୟାଙ୍କରେ ଗ୍ରାହକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରି ପାରିବେ । ପୂର୍ବରୁ ଏହି ସୀମା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା । ଏହା ବ୍ୟତୀତ ଏପ୍ରିଲ୍ ୭ରେ ନିଜ ମିଟିଙ୍ଗର ନିଷ୍ପତ୍ତିରେ ମୋନିଟୋରୀ ପୋଲିସୀ କମିଟି ପ୍ରମୁଖ ନୀତିଗତ ଅନୁପାତକୁ ସ୍ଥିର ରଖାଯାଇଛି । କହିରଖୁଛୁ ଯେ ଡିପୋଜିଟ୍ ସୀମା ବଢ଼ାଇବା କାରଣରୁ ପେମେଣ୍ଟ ବ୍ୟାଙ୍କ, ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ ଏବଂ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସମେତ ଅନ୍ୟ ଡିଜିଟାଲ୍ ପେମେଣ୍ଟ ବ୍ୟାଙ୍କକୁ ଖୁବ୍ ପ୍ରୋତ୍ସାହନ ମିଳିଛି । ଏହି ବ୍ୟାଙ୍କ ଦୀର୍ଘ ସମୟରୁ ଡିପୋଜିଟ୍ ସୀମା ବଢ଼ାଇବାକୁ ଦାବି କରୁଥିଲେ ।

‘ୱାଲେଟ୍’ରୁ ପଇସା ‘ଟ୍ରାନ୍ସଫର୍’ର ମିଳିବ ସୁବିଧା :-

ରିଜର୍ଭ ବ୍ୟାଙ୍କ ଅଫ୍ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ୍ କହିଛନ୍ତି ଯେ ‘ପେମେଣ୍ଟ ୱାଲେଟ୍’ର ‘ଅପଗ୍ରେଡେସନ୍’ର ଯୋଜନା ଉପରେ ମଧ୍ୟ କାମ ଚାଲିଛି । ଏହାଦ୍ଵାରା ୟୁଜର୍ ମାନଙ୍କୁ ଗୋଟିଏ ୱାଲେଟରୁ ଅନ୍ୟ ୱାଲେଟକୁ ପଇସା ସ୍ଥାନାନ୍ତର କରିବାର ସୁବିଧା ମିଳିବ । କିନ୍ତୁ ବର୍ତ୍ତମାନ ‘ଗୁଗଲ୍ ପେ’ କିମ୍ବା ‘ପେଟିଏମ୍’ର ‘ୱାଲେଟ୍’ରୁ ପରସ୍ପରର ‘ୱାଲେଟ୍’ରେ ପଇସା ଟ୍ରାନ୍ସଫର୍ କରାଯାଇ ପାରିବ ନାହିଁ ।

କେତେ ହୋଇପାରିବ ଖୁଚୁରା ମୁଦ୍ରାସ୍ଫୀତି ଦର :-

google

ନୂଆ ବର୍ଷର ପ୍ରଥମ ପୋଲିସୀର ଘୋଷଣା କରି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି ଯେ ବିତ୍ତ ବର୍ଷ ୨୦୨୨ର ପ୍ରଥମ ଛଅ ମାସରେ ରିଟେଲ୍ ମୁଦ୍ରାସ୍ଫୀତି ପାଖାପାଖି ୫ ପ୍ରତିଶତ ରହିପାରେ । ପୂର୍ବରୁ ଏହାର ୫.୨ ପ୍ରତିଶତରେ ରହିବାର ଅନୁମାନ କରାଯାଇଥିଲା ।

ଡିଜିପି ଗ୍ରୋଥ୍ କଣ ଅଟେ ଅନୁମାନ :-

‘ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ’ ଆର୍ଥିକ ବର୍ଷ ୨୦୨୨ ପାଇଁ ଡିଜିପି ଗ୍ରୋଥ୍ ଅନୁମାନ ୧୦.୫ ପ୍ରତିଶତରେ ବଜାୟ ରଖାଯାଇଛି । ରିଜର୍ଭ ବ୍ୟାଙ୍କ କହିଛି ଯେ ଦୁନିଆର ସ୍ତର ଅର୍ଥବ୍ୟବସ୍ଥାରେ ଧୀରେ ଧୀରେ ଭରଣା ହେଉଛି । ପୁଣି ଅନେକ ପ୍ରକାରର ଆଶଙ୍କା ଏବଂ ଅନିଶ୍ଚିତତା ମଧ୍ୟ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *