ଦୀପିକାଙ୍କ ରାଜକୁମାର ରଣବୀର ନୁହେଁ ବରଂ ଏ ଅଭିନେତା ଥିଲେ ଦୀପିକାଙ୍କ ରାଜକୁମାର !

ଦୀପିକାଙ୍କ ରାଜକୁମାର ରଣବୀର ନୁହେଁ ବରଂ ଏ ଅଭିନେତା ଥିଲେ ଦୀପିକାଙ୍କ ରାଜକୁମାର !

ଲକ୍ଡ଼ାଉନ ସମୟ ମଧ୍ୟରେ ସର୍ବସାଧାରଣ ଜନତା ଘରର ଚାରି କାନ୍ଥରେ ମଧ୍ୟରେ ଆବଦ୍ଧ ରହି ଦିନ ଅତିବାହିତ କରୁଛନ୍ତି । କରୋନା ମହାମାରୀ କାରଣରୁ ଦେଶର ପ୍ରାୟ ରାଜ୍ୟରେ ଲକ୍ଡ଼ାଉନ ବଳବତ୍ତର ରହିଛି ଓ ଏହି ଲକ୍ଡ଼ାଉନ୍ ଅବଧି ସମୟ ସୀମା ମଧ୍ୟ ବଢିବାରେ ଲାଗିଛି । ବିନା କାରଣରେ ଅବା ଅଯଥାରେ ଘରୁ ବାହାରିବାକୁ ସଂପୂର୍ଣ୍ଣ ନିଷେଦ୍ଧ କରାଯାଇଛି । ବଲିଉଡ଼ ସେଲିବ୍ରିଟିମାନେ ମଧ୍ୟ ଲକ୍ଡ଼ାଉନ୍ ନୀତିନିୟମକୁ ପାଳନ କରି ନିଜ ନିଜ ଘରେ ବନ୍ଦୀ ହୋଇଛନ୍ତି । ସେମାନେ ସୋସିଆଲ ମେଡିଆରେ ଅଧିକ ସମୟ ଅତିବାହିତ କରୁଥିବାର ଦେଖାଯାଉଛନ୍ତି । ଦୀପିକା ପାଦୁକୋଣ ମଧ୍ୟ ଏମାନଙ୍କ ମଧ୍ୟରୁ ଜଣେ ! ଦୀପିକା ଅତୀତ ସ୍ମୃତିକୁ ସ୍ମରଣ କରି ପିଲାଦିନର ଅନୁଭୂତିକୁ ନିଜର ଫ୍ୟାନମାନଙ୍କ ସହିତ ସେୟାର କରୁଥିଲେ ।

ଦୀପିକା ପାଦୁକୋଣଙ୍କ ପିଲାଦିନର ଅଭୂଲା ସ୍ମୃତି ଓ ଅନୁଭୂତି :-

ଦୀପିକା ପାଦୁକୋଣ ଲକ୍ଡ଼ାଉନ୍ ଅବଧିରେ ସୋସିଆଲ ମେଡିଆରେ ନିଜର ପିଲାଦିନର କିଛି ସ୍ମୃତିକୁ ସେୟାର କରିଥିଲେ । ସେୟାର କରିଥିବା ଫୋଟଗୁଡିକ ମଧ୍ୟରେ ଏମିତି କିଛି ଅଭୂଲା ସ୍ମୃତି ରହିଛି, ଯେଉଁଥିରୁ ଦୀପିକାଙ୍କର ସ୍ଵପ୍ନର ରାଜକୁମାରଙ୍କ ବିଷୟରେ ଜଣାପଡ଼ିଛି । ସବୁଠାରୁ ବଡ଼ କଥା ଏହା ଯେ, ଦୀପିକାଙ୍କର ସ୍ଵପ୍ନର ରାଜକୁମାର ରଣବୀର ନୁହଁନ୍ତି ବରଂ ଅନ୍ୟ କେହି ଅଟନ୍ତି । ଦୀପିକା ପାଦୁକୋଣ ଏହି ବିଷୟରେ ନିଜ ଫ୍ୟାନମାନଙ୍କ ସହିତ ସେୟାର କରି କରିଛନ୍ତି ଯେ, ସେ ପିଲା ବେଳେ ଶୋଇବାକୁ ଯିବା ପୂର୍ବରୁ ସେ ତାଙ୍କର ପସନ୍ଦୀୟ ସେଲିବ୍ରିଟିଙ୍କ ଫୋଟୋରେ ଚୁମ୍ବନ ଦେଇ ଶୋଇବାକୁ ଯାଉଥିଲେ ।

ଦୀପିକା ପାଦୁକୋଣ କହିଛନ୍ତି ଯେ, ଗୋଟିଏ ହିଁ କକ୍ଷ (Room)ରେ ମୁଁ ଓ ମୋ ଭଉଣୀ ଅନୀଶା ରହୁଥିଲୁ । ସୋଫାରେ ଆମେ ଦୁହେଁ ବସି ଯାଉଥିଲୁ ଏବଂ ଖେଳୁ ଖେଳୁ କେତେବେଳେ ସମୟ ବିତିଯାଉଥିବା ତାହା ଆଦୌ ଜଣା ପଡ଼ୁନଥିଲା । Roomର କାନ୍ଥରେ ହୋଲିଉଡ଼ ଷ୍ଟାର ଲିୟୋନାର୍ଡୋ ଡୀକେପ୍ରିୟୋଙ୍କ ଅନେକ ପୋଷ୍ଟର ଲାଗିଥିଲା ।

ଦୀପିକା କହିଛନ୍ତି ଯେ, ରାତିରେ ଯେତେବେଳେ ଆମେ ଶୋଇବାକୁ ଯିବା ପୂର୍ବରୁ ପ୍ରଥମେ ଆମେ ଲିୟୋନାର୍ଡୋଙ୍କ ଏହି ଫୋଟୋକୁ କିସ୍ (Kiss) କରୁଥିଲୁ । ଏହିପରି ଭାବରେ ଆମେ ତାଙ୍କୁ ଗୁଡ୍ ନାଇଟ୍ କହୁଥିଲୁ । ଦୀପିକା ପାଦୁକୋଣ ନିଜ ଭଉଣୀ ଅନୀଶାଙ୍କର ଏକ ଫୋଟୋ ମଧ୍ୟ ସୋସିଆଲ ମେଡିଆରେ ସେୟାର କରିଛନ୍ତି, ଯେଉଁଥିରେ ଦୁଇ ଭଉଣୀ ସୋଫା ଉପରେ ବସିଥିବାର ନଜର ଆସିଛନ୍ତି ।

ପୂର୍ବରୁ ଦୀପିକା ଆଉ ଏକ ପୁରୁଣା ଫୋଟୋ ଅମୀର ଖାନଙ୍କ ସହିତ ମଧ୍ୟ ସୋସିଆଲ ମେଡିଆରେ ସେୟାର କରିଥିଲେ । ଏହି ଫୋଟୋରେ ଦୀପିକାଙ୍କ ବାପା ପ୍ରକାଶ ପାଦୁକୋଣ, ମାଆ ଓ ଭଉଣୀ ଅନୀଶା ଅମୀର ଖାନଙ୍କ ସଙ୍ଗରେ ବସିଥିବାର ନଜର ଆସିଛନ୍ତି । ଏହି ଫୋଟୋର କ୍ୟାପସନରେ ଦୀପିକା ଲେଖିଛନ୍ତି ଯେ, ଜାନୁଆରୀ ୧, ୨୦୦୦ର ଏହି ଫୋଟୋ । ମୋ ବୟସ ସେତେବେଳେ ୧୩ ବର୍ଷର ଥିଲା । ସେତେବେଳେ ଖୁବ୍ ଆଶ୍ଚର୍ଯ୍ୟଜନକ ପରିସ୍ଥିତି ଥିଲା । ସେମାନେ ଭୋଜନ କରୁଥିଲେ । ମୋତେ ଭୋକ ଲାଗୁଥିଲା କିନ୍ତୁ ସେମାନେ ମୋତେ ଖାଇବାକୁ କହିନଥିଲେ କି ମୁଁ ବି ମାଗିନଥିଲି । ଦୀପିକା ପାଦୁକୋଣଙ୍କ ଏହି ସେୟାର ହୋଇଥିବା ଫୋଟୋରେ ଫ୍ୟାନମାନଙ୍କର ଅନେକ ପ୍ରତିକ୍ରିୟା ଆସିଥିଲା ।

Leave a Reply

Your email address will not be published. Required fields are marked *