ପ୍ରଥମ ବିବାହ ହିଁ ନର୍କ ପାଲଟି ଯାଇଥିଲା ଦୀପିକା କକ୍କଡ଼ଙ୍କ ଜୀବନ ! ସହ-କଳାକାରଙ୍କ ଠାରୁ ମିଳିଲା ପ୍ରେମ ଏବଂ ତେଣୁ ଧରିନେଲେ ତାଙ୍କ ହାତ ।

ଦୀପିକା କକ୍କଡ଼ ଆଜି ଟେଲିଭିଜନ ଜଗତର ଜଣେ ବଡ ନାମିଦାମୀ କଳାକାର ଅଟନ୍ତି । ସେ ଜଣେ ଖୁବ୍ ଜଣାଶୁଣା ଅଭିନେତ୍ରୀ ଭାବେ ପରିଚିତ । ତାଙ୍କ ଲୋକପ୍ରିୟତାରୁ ଅନୁମାନ ଲଗାଯାଇ ପାରିବ ଯେ, ତାଙ୍କର ଗୋଟିଏ ସୋସିଆଲ ମିଡ଼ିଆ ପୋଷ୍ଟକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଲାଇକ୍ ଓ କମେଣ୍ଟ ମିଳିଥାଏ । ସେ ଅଭିନେତା ଶୋଏବ ଇବ୍ରାହିମଙ୍କ ସହିତ ବିବାହ କରି ବହୁତ ଖୁସିରେ ଜୀବନଯାପନ କରୁଛନ୍ତି । ଯଦିଓ ଏହା ପୂର୍ବରୁ ସେ ଏପରି ଏକ ବୈବାହିକ ବନ୍ଧନରେ ବାନ୍ଧି ହୋଇଥିଲେ, ଯେଉଁଥିରେ ତାଙ୍କ ଜୀବନ ନର୍କରେ ପରିଣତ ହୋଇଯାଇଥିଲା ।

Google

ଦୀପିକା ଅଭିନେତ୍ରୀ ହେବା ପୂର୍ବରୁ ଏୟାରହୋଷ୍ଟେସରେ କାମ କରୁଥିଲେ । ତାଙ୍କ ବିବାହ ୨୦୧୩ ମସିହାରେ ରନକ ସେମସନଙ୍କ ସହିତ ହୋଇଥିଲା, ଯିଏ ଜୀବିକାରେ ଜଣେ ପାଏଲଟ୍ ବା ବିମାନଚାଳକ ଥିଲେ ।

Google

ଦୀପିକା ଓ ରନକଙ୍କ ବିବାହ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିପାରିନଥିଲା ଏବଂ ୨୦୧୫ ମସିହାରେ ତାଙ୍କ ଛାଡ଼ପତ୍ର ହୋଇଗଲା । ସେହି ବିବାହରୁ ଦୀପିକା ମଧ୍ୟ ଅଧିକ ଖୁସି ନ ଥିଲେ, ତାଙ୍କ ଜୀବନ ନର୍କରେ ପରିଣତ ହୋଇଯାଇଥିଲା ।

Google

ଦୁହିଁଙ୍କ ଛାଡ଼ପତ୍ର ପରେ ଏପରି କୁହାଗଲା ଯେ, ଦୀପିକା ଓ ଶୋଏବଙ୍କ ମଧ୍ୟରେ “ସସୁରାଲ୍ ସିମର୍ କା” ସେଟରେ ନିକଟତା ଯୋଗୁଁ ତାଙ୍କ ବିବାହ ଭାଙ୍ଗିଗଲା । ଯଦିଓ ଦୀପିକା ନିଜେ କହିଥିଲେ ଯେ, ପ୍ରଥମ ବିବାହରୁ ସେ କେତେ ଦୁଃଖିତ ଓ ଚିନ୍ତିତ ରହୁଥିଲେ ।

Google

ଛାଡ଼ପତ୍ର ପରେ ତାଙ୍କୁ ନିଜ ସହ କଳାକାର ଶୋଏବ ଇବ୍ରାହମରେ ଏକ ଭଲ ସ୍ୱାମୀର ଝଲକ ନଜର ଆସିଲା । ତେଣୁ ଦୀପିକା ପୁଣି ଥରେ ବଧୂ ସାଜିବା ପାଇଁ ସ୍ଥିର କରିନେଲେ ।

Google

ବର୍ତ୍ତମାନ ଦୁଇଟି ଭିନ୍ନ ଧର୍ମର ହୋଇ ମଧ୍ୟ ଦୀପିକା ଓ ଶୋଏବ ବହୁତ ଖୁସିରେ ଜୀବନଯାପନ କରୁଛନ୍ତି ।

Be the first to comment

Leave a Reply

Your email address will not be published.


*