NCB ସମ୍ମୁଖରେ ଦୀପିକା ଖୋଲିଲେ ବଲିଉଡର “Code” ଶବ୍ଦର ରହସ୍ୟ ! କହିଲେ ‘ପନିର’ ଏବଂ ‘କୁଇକି ଓ ମ୍ୟାରେଜ’ର ଅର୍ଥ…

ନୂଆଦିଲ୍ଲୀ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଯାଞ୍ଚ ସମୟରେ ଏନସିବିକୁ ଡ୍ରଗ୍ ମାମଲା ବିଷୟରେ ସମ୍ୟକ ତଥ୍ୟ ମିଳିବା ପରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏକ ଭିନ୍ନ ଟ୍ଵିଷ୍ଟ ଆସିଛି । ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିବା ପରେ ରିୟା ବଲିଉଡର କଳା କରନାମା ବିଷୟରେ କହିଥିଲେ । ଏହା ସଙ୍ଗେ ସଙ୍ଗେ ରିୟା ବଲିଉଡର ୮୦ ପ୍ରତିଶତ କଳାକାର ଡ୍ରଗ୍ସ ମାମଲାରେ ସାମିଲ ଥିବାର କଥା ମଧ୍ୟ କହିଥିଲେ । ବର୍ତ୍ତମାନ ରିୟା ଜେଲରେ ଥିବାବେଳେ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁରଙ୍କ ସମେତ ଅନେକ ବଡ ବଡ଼ ଲୋକଙ୍କୁ ପଚରାଉଚରା ହୋଇସାରିଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ତିନିଜଣ ଅଭିନେତ୍ରୀ ଡ୍ରଗ୍ସ ବ୍ୟବହାର କରିନାହାନ୍ତି ବୋଲି କହିଛନ୍ତି ।

ଅଭିନେତ୍ରୀ ଦୀପିକା ଡ୍ରଗ୍ସ ମାମଲା ପଚରାଉଚରା ବେଳେ ଅନେକ ପ୍ରକାର ତଥ୍ୟ ଖୁଲାସା କରିଛନ୍ତି । କିଛିଦିନ ପୂର୍ବରୁ ଯେଉଁ ହ୍ଵାଟ୍ସଆପ ଚାଟ୍ ସାମ୍ନାକୁ ଆସିଥିଲା, ସେଥିରୁ ଅନୁମାନ କରାଯାଉଥିଲା ଯେ ଦୀପିକା ମଧ୍ୟ ଡ୍ରଗ୍ସ ନିଅନ୍ତି ଏବଂ ଏଥିପାଇଁ କୋଡ ଶବ୍ଦ ବ୍ୟବହାର କରନ୍ତି । ତେବେ ଯେତେବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ତାଙ୍କୁ ଏ ବିଷୟରେ ପଚରାଉଚରା କରି ସତ୍ୟତା ଜାଣିବାକୁ ଚେଷ୍ଟା କରିଥିଲା, ସେତେବେଳେ ଅଭିନେତ୍ରୀଙ୍କ ପ୍ରତିକ୍ରିୟାରେ ଏନସିବି ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଅଭିନେତ୍ରୀ ଦୀପିକା ପଚରାଉଚରା ବେଳେ ସ୍ୱୀକାର କରିଛନ୍ତି ଯେ, ସେ ଡ୍ରଗ୍ସ ବ୍ୟବହାର କରିନାହାଁନ୍ତି । ସେ କହିଛନ୍ତି ଯେ ଚାଟରେ ଯେଉଁ ‘ମାଲ’ ଶବ୍ଦର ବ୍ୟବହୃତ ହୋଇଛି, ବାସ୍ତବରେ “ସିଗାରେଟ”କୁ ସେ ମାଲ ବୋଲି କୁହନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଦୀପିକାଙ୍କ ୨୦୧୭ ଚାଟ୍ ବିଷୟରେ ଅନେକ ଆଲୋଚନା ହୋଇଥିଲା ଯେଉଁଥିରେ ସେ ତାଙ୍କ ମ୍ୟାନେଜର କରିସ୍ମାଙ୍କୁ ପଚାରିଥିଲେ ଯେ ମାଲ୍ ଅଛି କି ? ଯେତେବେଳେ ଦୀପିକାଙ୍କୁ ପଚରାଗଲା ଯେ “ହ୍ୟାସ୍ ଏବଂ ବିଡ଼”ର ଅର୍ଥ କ’ଣ ? ସେ କହିଥିଲେ ଯେ “ହ୍ୟାସ୍ ଏବଂ ବିଡ଼” ଏକ ପ୍ରକାରର ସିଗାରେଟ (ବିଭିନ୍ନ ବ୍ରାଣ୍ଡ) ଅଟେ । ଅଭିନେତ୍ରୀ କହିଛନ୍ତି ଯେ ଆମେ ହ୍ୟାସକୁ ପତଳା ସିଗାରେଟ ଏବଂ ବିଡ଼କୁ ମୋଟା ସିଗାରେଟ ବୋଲି କହିଥାଉ । ଦୀପିକା ଆହୁରି ମଧ୍ୟ କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାରସ୍ପରିକ କଥା ସମୟରେ ଅନେକ Code ଶବ୍ଦ ବ୍ୟବହୃତ ହୁଏ । ସେ ଏପରି ଅନେକ Code ଶବ୍ଦ କହିଥିଲେ ଯେଉଁଥିରେ ଦୁଇଟି ସ୍ୱତନ୍ତ୍ର ଅଟେ । ଏହି ଦୁଇଟି ‘ପନିର’ ଓ ‘କୁଇକି ଏବଂ ମ୍ୟାରେଜ’ ଅଟେ ।

ଦୀପିକାଙ୍କ ଅନୁଯାୟୀ, ସେ “ପନିର”ର ବ୍ୟବହାର ସେମାନଙ୍କ ପାଇଁ କରନ୍ତି ଯେଉଁମାନେ ବହୁତ ପତଳା ଅଟନ୍ତି । ପତଳା ଲୋକଙ୍କୁ ଦେଖି ସମସ୍ତେ ତାଙ୍କୁ ପନିର ବୋଲି ଡାକନ୍ତି । ଏଥି ସହିତ, ‘କୁଇକ ଓ ମ୍ୟାରେଜ’ ବିଷୟରେ ସେ କହିଥିଲେ ଯେ ଏହା ଦୀର୍ଘ ଏବଂ ସ୍ୱଳ୍ପ ମିଆଦି ସମ୍ପର୍କ ପାଇଁ ବ୍ୟବହୃତ ହୋଇଥାଏ । କୁଇକି ଅର୍ଥ ହେଉଛି ସଂକ୍ଷିପ୍ତ ସମ୍ପର୍କ ଏବଂ ମ୍ୟାରେଜ ଅର୍ଥ ହେଉଛି ଦୀର୍ଘ ସମ୍ପର୍କ ।

Be the first to comment

Leave a Reply

Your email address will not be published.


*