ପାକିସ୍ତାନୀ ଏଜେଣ୍ଟଙ୍କ କହିବା ହେତୁ JNU ବିକ୍ଷବ ପ୍ରଦର୍ଶନକୁ ଯାଇଥିଲେ ଦୀପିକା ପାଦୁକୋଣ । ୫ କୋଟି ଟଙ୍କା ଦାବି କରିଥିଲେ ।

ପାକିସ୍ତାନୀ ଏଜେଣ୍ଟଙ୍କ କହିବା ହେତୁ JNU ବିକ୍ଷବ ପ୍ରଦର୍ଶନକୁ ଯାଇଥିଲେ ଦୀପିକା ପାଦୁକୋଣ । ୫ କୋଟି ଟଙ୍କା ଦାବି କରିଥିଲେ ।

ପୂର୍ବତନ ଅଧିକାରୀ N K Sood ଦୀପିକା ପାଦୁକୋଣଙ୍କ ପାକିସ୍ତାନୀ ଏଜେଣ୍ଟଙ୍କ ସହିତ ସମ୍ପର୍କ ଉପରେ ଖୁଲାସା କରିଛନ୍ତି ।

ବଲିଉଡ ଜଗତରେ ବର୍ତ୍ତମାନ ସମୟରେ ସୁଶାନ୍ତ ସିଂହ ରାଜପୂତଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଜୋର ଚାଲିଛି । ବଲିଉଡରେ ଆତ୍ମୀୟ ପରିଜନତାକୁ ନେଇ ବିବାଦ ଲାଗି ରହିଛି । ବର୍ତ୍ତମାନ ବଲିଉଡରେ ଆଉ ଏକ ନୂଆ ବିବାଦ ଦେଖିବାକୁ ମିଳୁଛି । ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କ ଉପରେ ପୂର୍ବତନ ରା ଅଧିକାରୀ ଏନ୍.କେ ସୂଦଙ୍କ ତରଫରୁ ସମ୍ବେଦନଶୀଳ ଅଭିଯୋଗ କରାଯାଇଛି । ସୂଦ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଜଣେ ନିକଟସ୍ଥ ବ୍ୟକ୍ତିଙ୍କ କହିବା ହେତୁ ଦୀପିକା ପାଦୁକୋଣ JNU ବିରୋଧ ବିକ୍ଷବ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ, ଏଥିପାଇଁ ଦୀପିକା ପାଦୁକୋଣଙ୍କୁ ୫ କୋଟି ଟଙ୍କା ମଧ୍ୟ ମିଳିଥିଲା ।

ଭିଡ଼ିଓରେ କହିଛନ୍ତି :

Google

ନିଜ ୟୂଟ୍ୟୂବ ଚ୍ୟାନେଲରେ ସୂଦ ଏହି ଭିଡିଓକୁ ଚଳିତ ବର୍ଷ ପ୍ରାରମ୍ଭରେ ଅପଲୋଡ କରିଥିଲେ । ଏହି ଭିଡିଓରେ ସେ କହୁଛନ୍ତି, ଦୀପିକା ପାଦୁକୋଣଙ୍କର ସମ୍ପର୍କ ପାକିସ୍ତାନର ନାଗରିକ ଅନିଲ ମୁସରତଙ୍କ ସହିତ ରହିଛି । ଅନିଲ ମୁସରତ ଜଣେ ବ୍ରିଟିଶ ପାକିସ୍ତାନୀ ନାଗରିକ ଅଟନ୍ତି । ସେ ମଞ୍ଚେଷ୍ଟରରେ ରୁହନ୍ତି । ତାଙ୍କ ବୟସ ୫୧ ବର୍ଷ ଅଟେ । ସେ ରିଅଲ୍ ଇଷ୍ଟେଟ୍ ବ୍ୟବସାୟ କରନ୍ତି ।

ଏହି ଭିଡିଓରେ ସୂଦ ଅଭିଯୋଗ କରିଛନ୍ତି ଯେ, ଦୀପିକା ପାଦୁକୋଣ ନାଗରିକତା ସଂଶୋଧନ ଅଧିନିୟମ (CAA) ବିରୋଧରେ ଚାଲିଥିବା ବିରୋଧ ପ୍ରଦର୍ଶନର ଅଂଶୀଦାର ହେବା ପାଇଁ ୫ କୋଟି ଟଙ୍କା ନେଇଥିଲେ । ସୂଦ କହିଛନ୍ତି ଯେ, ଇମରାନ ଖାନଙ୍କ ସହିତ ମୁସରତଙ୍କ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ଅଟେ । ଇମରାନ ଖାନଙ୍କ ନିର୍ବାଚନ ପ୍ରଚାର ସମୟରେ ସେ ମଧ୍ୟ ବିନିଯୋଗ କରିଥିଲେ । ଇମରାନଙ୍କ ଗୃହ ପ୍ରକଳ୍ପରେ ମଧ୍ୟ ମୁସରତ ଭାଗିଦାରୀ ଅଟନ୍ତି । ଇମରାନ ଖାନ ଏହି ପ୍ରକଳ୍ପ ଅଧୀନରେ ୫୦ ଲକ୍ଷ ଘର ନିର୍ମାଣ କରିବାକୁ ଚାହୁଁଛନ୍ତି ।

ସୂଦ ଅଭିଯୋଗ କରିଛନ୍ତି ଯେ, ଦୀପିକା ପାଦୁକୋଣଙ୍କ ପାଖକୁ JNU ଯିବା ପୂର୍ବରୁ ଦୁଇଟି ଫୋନ ଆସିଥିଲେ । ଗୋଟିଏ ଫୋନ ଏଥିମଧ୍ୟରୁ କରାଚିରୁ ଆସିଥିଲା ଓ ଅନ୍ୟଟି ଦୁବାଇର ଥିଲା । ମୁସରତ କିମ୍ବା ଏହା ସହ ଜଡିତ କୌଣସି ବ୍ୟକ୍ତି ଦୀପିକା ପାଦୁକୋଣଙ୍କୁ ଜେଏନୟୁ ଯିବାକୁ ଅନୁରୋଧ କରିଥିଲା ।

ଚଳିତ ବର୍ଷ ପ୍ରାରମ୍ଭରେ :

ଗୁରୁତ୍ୱପୂର୍ଣ୍ଣ କଥା ଏହିକି ଯେ, ଦୀପିକା ପାଦୁକୋଣ ଚଳିତ ବର୍ଷ ପ୍ରାରମ୍ଭରେ ତାଙ୍କ ଚଳଚ୍ଚିତ୍ର “ଛପାକ”ର ପ୍ରମୋସନ ପାଇଁ JNU ଯାଇଥିଲେ । ଏଠାରେ ବାମପନ୍ଥୀ ଛାତ୍ରମାନେ ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ବିକ୍ଷବ ପ୍ରଦର୍ଶନ କରୁଥିଲେ । JNU ଛାତ୍ର ସଂଘର ପୂର୍ବତନ ସଭାପତି କହ୍ନେୟା କୁମାରଙ୍କୁ ମଧ୍ୟ ଏଠାରେ ସମର୍ଥନ ହାସଲ ହୋଇଥିଲା । କହ୍ନେୟା କୁମାର ଯିଏ କି, ଫେବୃଆରୀ ୨୦୧୬ ମସିହାରେ JNU କ୍ୟାମ୍ପସରେ ସଂସଦ ଉପରେ ହୋଇଥିବା ଆକ୍ରମଣର ଅଭିଯୁକ୍ତ ଅଫଜଲ ଗୁରୁଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଥିଲେ ।

ଲଣ୍ଡନରେ CAA ବିରୋଧର ଫଣ୍ଡିଂ :

ସୂଦ ଏହା ମଧ୍ୟ କହିଛନ୍ତି ଯେ, ୨୦୧୭ ମସିହାରେ ତାଙ୍କ ଝିଅଙ୍କ ବିବାହ ହୋଇଥିଲା । ଏଥିରେ ଅନିଲ କପୂର, ସୁନୀଲ ଶେଟ୍ଟୀ, ହ୍ରିତିକ ରୋଶନ, କରଣ ଜୌହର, ରଣଭୀର ସିଂହ ଏବଂ ସୋନମ କପୂର ଭଳି ବଡ ବଡ଼ ବ୍ୟକ୍ତିତ୍ୱ ସାମିଲ ହୋଇଥିଲେ । ସୂଦଙ୍କ ମୁତାବିକ, ଏହି ସମୟରେ ସେ ଏହି ସୂଚନା ପାଇଥିଲେ ଯେ, ମୁସରତଙ୍କୁ ଅନିଲ କପୂରଙ୍କୁ ପାଖାପାଖି ୨୫ ବର୍ଷ ଧରି ଜାଣିଛନ୍ତି । ଶୋଧ କହିଛନ୍ତି ଯେ, ମୁସରତ ଭାରତ ବିରୋଧୀ ଗତିବିଧି ଗୁଡିକରେ ସାମିଲ ରହିଛନ୍ତି । ଲଣ୍ଡନରେ ନାଗରିକତା ସଂଶୋଧନ ଅଧିନିୟମ ବିରୁଦ୍ଧରେ ଚାଲିଥିବା ବିରୋଧ ପ୍ରଦର୍ଶନର ଫଣ୍ଡିଂ ମଧ୍ୟ ମୁସରତ ହିଁ କରିଥିଲା ।

କହିରଖୁଛୁ କି ଦୀପିକା ପାଦୁକୋଣ ଯେତେବେଳେ JNUରେ CAA ବିରୋଧରେ ଚାଲିଥିବା ବିରୋଧ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ, ତେବେ ସେହି ସମୟରେ ସେ କହିଥିଲେ କି ତାଙ୍କୁ ଏହା ଦେଖି ଖୁସି ଲାଗୁଛି, ଆଜିର ଯୁବପିଢୀ ସେମାନଙ୍କ କଥାକୁ ଖୋଲି କରି ସାମ୍ନାରେ ରଖୁଛନ୍ତି । ଏହା ଦେଶ ପାଇଁ ଏବଂ ଭବିଷ୍ୟତ ପାଇଁ ଅତ୍ୟନ୍ତ ଭଲ ଅଟେ ।

ଦୀପିକା ପାଦୁକୋଣଙ୍କୁ JNU ଯିବା ବହୁତ ମହଙ୍ଗା ପଡିଯାଇଥିଲା । ତାଙ୍କର ଚଳଚ୍ଚିତ୍ର “ଛପାକ” ଏହି କାରଣ ହେତୁ ଦେଶର ଅନେକ ସ୍ଥାନରେ ବୟକଟ୍ ହୋଇଥିଲା । ଯେଉଁ ଚଳଚ୍ଚିତ୍ରରେ ଦୀପିକା ପାଦୁକୋଣଙ୍କର ବହୁତ ଆଶା ଥିଲା, JNU ଯିବା କାରଣରୁ ତାଙ୍କର ଏହି ଚଳଚ୍ଚିତ୍ର କୁପ୍ରଭାବ ପଡିଥିଲା ।

Leave a Reply

Your email address will not be published. Required fields are marked *