NCBର ପ୍ରଶ୍ନରେ ବିଚଳିତ ହେଲେ ଦୀପିକା ପାଦୁକୋନ୍, କହିଦେଲେ ସବୁକିଛି !

ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବର୍ତ୍ତମାନ ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ ପ୍ରସଙ୍ଗ ଯାଞ୍ଚ କରୁଛି । ଏଥିରେ ରିୟା ଚକ୍ରବର୍ତ୍ତୀଙ୍କ ପରେ ଦୀପିକା ପାଦୁକୋଣନ, ସାରା ଅଲି ଖାନ୍, ଶ୍ରଦ୍ଧା କପୂର ଓ ରକୁଲ ପ୍ରୀତ ସିଂହ ଭଳି ବଲିଉଡ଼ ଅଭିନେତ୍ରୀ ମାନଙ୍କ ନାମ ସାମିଲ ରହିଛି । ଶନିବାର ଦିନ ଏନସିବି ଦୀପିକା ପାଦୁକୋନ, ସାରା ଅଲି ଖାନ୍ ଓ ଶ୍ରଦ୍ଧା କପୂରକୁ ପଚରାଉଚରା କରିବା ପାଇଁ ଡାକିଥିଲେ । ଏଥିରେ ଦୀପିକା ପାଦୁକୋନଙ୍କୁ ଏନସିବି ୬ ଘଣ୍ଟା ଧରି ପଚରାଉଚରା କଲେ ।

ମେରି ଡ୍ରଗ୍ସ ଚେଟ୍ କରିଛି, କିନ୍ତୁ ମୁଁ ଡ୍ରଗ୍ସ ନେଇ ନାହିଁ – କହିଲେ ଦୀପିକା

ଏହି ପଚରାଉଚରା ସମୟରେ ଦୀପିକା ନିଜ ଓ ମ୍ୟାନେଜର କରିଷ୍ମା ମଧ୍ୟରେ ହୋଇଥିବା ଡ୍ରଗ୍ସ ଚେଟର ସ୍ୱୀକାର କରିଛନ୍ତି । ଯଦିଓ ସେ ଏହା ମଧ୍ୟ ସ୍ପଷ୍ଟ କହିଛନ୍ତି ଯେ ସେ ନିଜେ କୌଣସି ଡ୍ରଗ୍ସ ନେଇ ନାହାଁନ୍ତି । ଏହି ପଚରାଉଚରା ପରେ ଦୀପିକା ଘରକୁ ଫେରି ଗଲେ । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ସେ ନିଜ ପାଇଁ ୧୨ ଜଣ ଓକିଲଙ୍କ ଗୋଟିଏ ଦଳ ପ୍ରସ୍ତୁତ କରିଛନ୍ତି । ଏହା ମଧ୍ୟ କୁହାଯାଉଛି ଯେ ଦୀପିକା ଲିଖିତ ଭାବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଷ୍ଟେଟମେଣ୍ଟ ଦେଇ ନାହାଁନ୍ତି । ସେ ଏନସିବି କାର୍ଯ୍ୟାଳୟରୁ ବାହାରକୁ ଯାଉଥିବା ଏକ ଭିଡ଼ିଓ ସାମନାକୁ ଆସିଛି ।

ଦୀପିକାଙ୍କ ବ୍ୟତୀତ ସାରା ଅଲି ଖାନଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଗତ କିଛି ସମୟ ମଧ୍ୟରେ ଏପରି କିଛି ବୟାନ ସାମ୍ନାକୁ ଆସିଛି ଯେଉଁଥିରେ ଏହା ଦାବି କରାଯାଇଛି ଯେ ସାରା ଓ ସୁଶାନ୍ତ ସିଂହ ରାଜପୁତ ସାଥିରେ ଡ୍ରଗ୍ସ ପାର୍ଟି କରୁଥିଲେ । ଏହି ସମ୍ବନ୍ଧରେ ଏନସିବି କାର୍ଯ୍ୟାଳୟ ପହଞ୍ଚୁଥିବା ଏକ ଭିଡ଼ିଓ ସାମ୍ନାକୁ ଆସୁଛି ।

ଧର୍ମା ପ୍ରଡକ୍ସନର ପ୍ରଯୋଜକ ହେଲେ ଗିରଫ

ଏହା ବ୍ୟତୀତ ଧର୍ମା ପ୍ରଡକ୍ସନର ଏକଯ୍ୟୁକେଟିଭ ପ୍ରଡ୍ୟୁସର ଶ୍ରୀଜିତ ରବି ପ୍ରସାଦକୁ ଏନସିବି ଗିରଫ କରିନେଇଥିଲେ । ଖବର ଅନୁଯାୟୀ ଏନସିବିକୁ ତାଙ୍କ ଘରୁ ଡ୍ରଗ୍ସମିଳିଛି ।

କଣ କହିଲେ ଶ୍ରଦ୍ଧା କପୂର ?

ସେପଟେ ଶ୍ରଦ୍ଧା କପୂରଙ୍କ ବିଷୟରେ ଆଲୋଚନା କରିବା ତେବେ ସେ ସୁଶାନ୍ତଙ୍କ ପାର୍ଟିରେ ସାମିଲ ହେବା ପରେ ସ୍ୱୀକାର କରି ନେଇଛନ୍ତି କିନ୍ତୁ ଏହା ସହିତ ଏହା ମଧ୍ୟ କହିଲେ ଯେ ସେ ପାର୍ଟିରେ କୌଣସି ପ୍ରକାର ଡ୍ରଗ୍ସର ସେବନ କଲେ ନାହିଁ । ସେ ରିୟାଙ୍କ ସହିତ ହୋଇଥିବା ଡ୍ରଗ୍ସ ଚେଟ୍ ବିଷୟରେ କହିଛନ୍ତି ଯେ ରିୟା ତାଙ୍କ ଘରେ ଡ୍ରଗ୍ସ ଛାଡ଼ି ଯାଇଥିଲେ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା । ଏହା ବ୍ୟତୀତ ଅଭିନେତ୍ରୀ ରକୁଲ୍ ପ୍ରୀତ ସିଂହଙ୍କୁ ମଧ୍ୟ ଏନସିବି ଶୁକ୍ରବାର ଦିନ ଚାରି ଘଣ୍ଟା ଧରି ପଚରାଉଚରା କଲେ ।

Be the first to comment

Leave a Reply

Your email address will not be published.


*