ଏନସିବି କାର୍ଯ୍ୟାଳୟ ପହଞ୍ଚିବା ପାଇଁ ଦୀପିକା ଦେଲେ ଗଣମାଧ୍ୟମକୁ ଚକମା, ବଞ୍ଚିବା ପାଇଁ ଆପଣେଇଲେ ଏହି ଉପାୟ !

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଜି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଡ୍ରଗ୍ସ ମାମଲାରେ ପଚରାଉଚରା କରୁଛି । ଏନସିବି ଦୀପିକା ପାଦୁକୋନଙ୍କୁ ଆଜି ସକାଳ ୧୦ଟାରେ ଏନସିବି ଗେଷ୍ଟ ହାଉସକୁ ପଚରାଉଚରା ପାଇଁ ଡକାଇଥିଲା ଏବଂ ଦୀପିକା ସକାଳ ୯ଟା ୪୮ ମିନିଟରେ ଏନସିବି ଗେଷ୍ଟ ହାଉସରେ ପହଞ୍ଚିଥି ଯାଇଥିଲେ । ଏନସିବିର ଗେଷ୍ଟ ହାଉସରେ ପହଞ୍ଚିବାବେଳେ ଦୀପିକା ଗଣମାଧ୍ୟମ କର୍ମଚାରୀଙ୍କୁ ଏଡାଇବା ପାଇଁ ଏକ ମିନି ଏସୟୁଭି ବ୍ୟବହାର କରିଥିଲେ । ତେଣୁ ମିନି ଏସୟୁଭି ଦେଖିବା ଦ୍ୱାରା କେହି ସନ୍ଦେହ କରିବେ ନାହିଁ ଯେ ଦୀପିକା ସେଥିରେ ଅଛନ୍ତି ଏବଂ ସେ ଅତି ସହଜରେ ଗେଷ୍ଟ ହାଉସରେ ପହଞ୍ଚି ପାରିବେ ।

ଗଣମାଧ୍ୟମକୁ ଚକମା ଦେଲେ:-

ଆଜି ସକାଳରୁ ହିଁ ଗଣମାଧ୍ୟମ କର୍ମଚାରୀମାନେ ଅଭିନେତ୍ରୀଙ୍କ ଘର ବାହାରେ ଠିଆ ହୋଇଥିଲେ । ଏଭଳି ପରିସ୍ଥିତିରେ ଗଣମାଧ୍ୟମକୁ ଏଡାଇବା ପାଇଁ ଦୀପିକା ଘରୁ ବାହାରକୁ ଯିବାର ଆଉ ଏକ ଉପାୟ ଖୋଜିଥିଲେ ଏବଂ ଗଣମାଧ୍ୟମକୁ ନ ଜଣାପଡି ସେ ଏନସିବି କାର୍ଯ୍ୟାଳୟରେ ପହଞ୍ଚି ଯାଇଥିଲେ । କୁହାଯାଉଛି ଯେ ଦୀପିକା ରାତିରେ ରଣବିର ସିଂହଙ୍କ ସହ 5 ଷ୍ଟାର୍ ହୋଟେଲରେ ରହିବାକୁ ଚାଲି ଯାଇଥିଲେ । ଯେଉଁଠାରେ ସେ ଓକିଲଙ୍କ ସହିତ ମଧ୍ୟ ଭେଟିଥିଲେ । ଏହି 5 ଷ୍ଟାର୍ ହୋଟେଲ ଏନସିବି କାର୍ଯ୍ୟାଳୟ ନିକଟରେ ହିଁ ଅବସ୍ଥିତ । ଏଥି ସହ ଦୀପିକା ଏବଂ ରଣବୀର ସିଂହ ହୋଟେଲରେ ଥିବା ନେଇ ଗଣମାଧ୍ୟମକୁ କିଛି ସୂଚନା ନଥିଲା । ଯେଉଁଥିପାଇଁ ସକାଳ ୯ଟାରୁ ହିଁ ଗଣମାଧ୍ୟମ ସେମାନଙ୍କ ଘର ବାହାରେ ଠିଆ ହୋଇଥିଲା । ଏଥିସହିତ ଦୀପିକା ଏନସିବି କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ବଡ କାର୍ ବଦଳରେ ଏକ ମିନି ଏସୟୁଭିରେ ଆସିଥିଲେ ।

ଆତ୍ମବିଶ୍ୱାସୀ ଦେଖା ଯାଉଥିଲେ:-

ଏନସିବି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଦୀପିକା କାରରୁ ଓହ୍ଲାଇଥିବାର ନଜର ଆସିଥିଲେ । ଦୀପିକାଙ୍କ ଶରୀରର ଚଳନୀ ଅଲଗା ଥିଲା ଏବଂ ସେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ ଦେଖାଯାଉଥିଲେ । ଦୀପିକା ଏକୁଟିଆ ହିଁ ଏନସିବି କାର୍ଯ୍ୟାଳୟକୁ ଆସିଛନ୍ତି ଏବଂ ତାଙ୍କୁ ସେଠାରେ ପଚରାଉଚରା କରାଯାଉଛି । ପ୍ରକୃତରେ ଦୀପିକାଙ୍କ ସ୍ୱାମୀ ରଣବିର ସିଂହ ଦୀପିକାଙ୍କ ସହ ପଚରାଉଚୁରାରେ ଯୋଗଦେବାକୁ ଏନସିବିକୁ ଅନୁରୋଧ କରିଥିଲେ । କିନ୍ତୁ ଏନସିବି ସ୍ପଷ୍ଟ ଭାବରେ ମନା କରିଦେଇଛି ।

ଉଲ୍ଲେଖନୀୟ କଥା ହେଉଛି ଏନସିବି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମନ ପଠାଇଥିଲେ ଏବଂ ଆଜି ତାଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା । ବାସ୍ତବରେ ଦୀପିକା ଏବଂ ତାଙ୍କ ମ୍ୟାନେଜର କରିସ୍ମାଙ୍କର କିଛି ଚାଟ୍ ଏନସିବି ହାତରେ ଲାଗିଥିଲା । ଯେଉଁଥିରେ ଦୁହେଁ ଡ୍ରଗ୍ସ ବିଷୟରେ କଥା ହୋଇଥିଲେ । ଏହି ଚାଟ୍ ଆଧାରରେ ଦୀପିକାଙ୍କୁ ପଚରାଉଚରା ପାଇଁ ଡକା ଯାଇଥିଲା । ଦୀପିକାଙ୍କ ବ୍ୟତୀତ ଆଜି ଏନସିବି ସାରା ଅଲି ଖାନ୍ ଏବଂ ଶ୍ରଦ୍ଧା କପୁରଙ୍କୁ ପଚରାଉଚରା ପାଇଁ ଡାକିଛନ୍ତି ।

Be the first to comment

Leave a Reply

Your email address will not be published.


*