ରଣବୀର କାପୁରଙ୍କୁ ଅନ୍ୟ ଏକ ଝିଅଙ୍କ ସହିତ ଦେଖିଥିଲେ ଦୀପିକା ପାଦୁକୋନ କିନ୍ତୁ ଦେଇଥିଲେ ଆଉ ଏକ ସୁଯୋଗ ! ଫୁଣି…..

ରଣବୀର କାପୁରଙ୍କୁ ଅନ୍ୟ ଏକ ଝିଅଙ୍କ ସହିତ ଦେଖିଥିଲେ ଦୀପିକା ପାଦୁକୋନ କିନ୍ତୁ ଦେଇଥିଲେ ଆଉ ଏକ ସୁଯୋଗ ! ଫୁଣି…..

ବଲିଉଡ ନାୟିକା ଦୀପିକା ପାଦୁକୋନ ହୁଏତ ବର୍ତ୍ତମାନ ଋଣଵୀର ସିଂଙ୍କ ସହିତ ନିଜର ବୈବାହିକ ଜୀବନ ବିତାଉଛନ୍ତି କିନ୍ତୁ ତାହା ପୂର୍ବରୁ ସେ ତାଙ୍କ ଜୀବନରେ ଅନେକ କଳାକାର ଆସିଛନ୍ତି । ଏହି ଲିଷ୍ଟରେ ରଣବୀର କାପୁରଙ୍କ ନାମ ମଧ୍ୟ ସାମିଲ ରହିଛି ଯାହାଙ୍କ ସହିତ ତାଙ୍କର ଅତି ଗୁରୁତ୍ୱପୂର୍ଣ୍ଣ ପ୍ରେମ ସମ୍ପର୍କ ଥିଲା । କେବଳ ଏତିକି ନୁହେଁ ଦୁହେଁ ଦୀପିକା ପାଦୁକୋନ ରଣବୀରଙ୍କୁ ବିବାହ କରିବାର ସ୍ୱପ୍ନ ମଧ୍ୟ ଦେଖି ସାରିଥିଲେ କିନ୍ତୁ ରଣବୀର ଧୋକା ଦେଲେ । ଏହି କଥାକୁ ଦୀପିକା ଏବଂ ରଣବୀର ସାର୍ବଜନୀକ ରୂପରେ ମଧ୍ୟ ସ୍ଵୀକାର କରି ସାରିଛନ୍ତି । ଚାଲନ୍ତୁ ଦେଖିଵା ଆମର ଏହି ରିପୋର୍ଟରେ ଆପଣଙ୍କ ପାଇଁ କଣ ଖାସ୍ ରହିଛି ।

newstrend

ଫୀଲ୍ଲମୀ ‘ ବଚନା ଏ ହସିନୋ ‘ ସେଟ୍ ଠାରୁ ଦୀପିକା ଏବଂ ରଣବୀର ପରସ୍ପରକୁ ଡେଟ୍ କରିବାରେ ଲାଗିଥିଲେ । ଯାହା ପର ଠାରୁ ଦୁହେଁ ଦୁହିଁଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଆଉ ତା’ପରଠାରୁ ଏହି ଘଟଣା ମିଡ଼ିଆର ହେଡଲାଈନରେ ରହିଥିଲା ଆଉ ଲୋକଙ୍କ ମୁହଁରେ ଭି ଵହୁତ ଚର୍ଚ୍ଚା ହେଉଥିଲା କିନ୍ତୁ ଏହି ଯୋଡ଼ି ଭାଙ୍ଗିବାକୁ ଅଧିକ ସମୟ ଲାଗି ନଥିଲା ବରଂ ଖୁବ୍ କମ୍ ସମୟ ମଧ୍ୟରେ ଭାଙ୍ଗି ଯାଇଥିଲା । ରଣବୀର କପୂରଙ୍କ ସହିତ ବ୍ରେକଅପ୍ ପରେ ଦୀପିକା ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିଲେ ଏବଂ ନିଜର ନିସଙ୍ଗତାକୁ ଦୂରେଇ ଦେବାକୁ କେତେ ପ୍ରକାରର ବିକଳ୍ପକୁ ଆପଣେଇ ଥିଲେ ।

ଅଭିନେତ୍ରୀ ଦୀପିକା ପାଦୁକୋନ୍ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ‘ ରଣବୀରଙ୍କ ଠାରୁ ଅଲଗା ହେବା ମୋ ପାଇଁ ସହଜ ନଥିଲା, କିନ୍ତୁ ମୁଁ ତାଙ୍କୁ ଅନ୍ୟ ଝିଅଙ୍କ ସହିତ ଥିବାର ନିଜ ଆଖିରେ ଦେଖିଥିଲି । ତା’ସହିତ ସେ କହିଥିଲେ ଯେ ଅନ୍ୟ ଝିଅଙ୍କ ସହିତ ତାଙ୍କୁ ଦେଖିବା ପରେ ମଧ୍ୟ ମୁଁ ତାଙ୍କୁ ଅନ୍ୟ ଏକ ସୁଯୋଗ ଦେଇଥିଲି । ତଥାପି ସେ ନିଜକୁ ସୁଧାରି ନଥିଲେ । ‘ ଦୀପିକା ପାଦୁକୋନ ସାର୍ବଜନୀନ ଭାବରେ କହିଥିଲେ ଯେ ରଣବୀର କପୂର ମୋତେ ଧୋକା ଦେଇଥିଲେ । ଏଥିରେ ରଣବୀର କପୂରଙ୍କ ବୟାନ ମଧ୍ୟ ଆସିଥିଲା । ଯେଉଁଥିରେ ସେ ଏହା ସ୍ଵୀକାର କରିଥିଲେ ଯେ ସେ ଦୀପିକାଙ୍କୁ ଧୋକା ଦେଇଛନ୍ତି ବୋଲି ।

newstrend

ଦୀପିକା ପାଦୁକୋନ ଇଣ୍ଟରଭ୍ୟୁରେ ଆଗକୁ କହିଥିଲେ ଯେ ଯେକେହି ମଧ୍ୟ ମୋତେ ଏହା କହୁଥିଲେ ଯେ ସେ ମୋତେ ଧୋକା ଦେଉଛନ୍ତି ବୋଲି, କିନ୍ତୁ ମୁଁ କାହାରି କଥାକୁ ଶୁଣି ନଥିଲି । ଏହିପରି, ଯେତେବେଳେ ମୁଁ ତାଙ୍କୁ ଆଉ କାହା ସହିତ ଦେଖିଥିଲି ମୋତେ ସେହି ସ୍ଥିତିରୁ ବହାରିବାକୁ କିଛି ସମୟ ଲାଗିଥିଲା । କାରଣ ତା’ପରେ ରଣବୀରଙ୍କ ପାଖକୁ ପୁଣିଥରେ ଯିବାକୁ ମୋ ପାଖରେ କିଛି ବାକି ହିଁ ନଥିଲା ଏବଂ ତା’ପରେ ଆମର ବ୍ରେକଅପ୍ ହୋଇଗଲା । ରଣବୀର କପୂରଙ୍କ ସହିତ ବ୍ରେକଅପ୍ ପରେ ଦୀପିକା ଭାଙ୍ଗି ପଡିଥିଲେ, କାରଣ ସେ ରଣବୀରଙ୍କୁ ସତରେ ଭଲ ପାଇଥିଲେ ।

ହଁ, ମୁଁ ଦୀପିକାଙ୍କୁ ଧୋକା ଦେଇଛି – ରଣବୀର :-

newstrend

ଏକ ଇଣ୍ଟରଭ୍ୟୁରେ ରଣବୀର କପୂର ଏହି କଥାକୁ ସ୍ଵୀକାର କରିଥିଲେ ଯେ ସେ ଦୀପିକା ପାଦୁକୋନଙ୍କୁ ଧୋକା ଦେଇଛନ୍ତି । ସେ କହିଥିଲେ ଯେ ସେତେବେଳେ ମୁଁ କୈଟ୍ରିନାଙ୍କୁ ଡେଟ୍ କରୁଥିଲି । ଏହାର ସ୍ପଷ୍ଟ ଅର୍ଥ ଏହା ଯେ ରଣବୀର କପୂର ଦୀପିକାଙ୍କୁ ଧୋକା ଦେଇଥିଲେ । ଯାହାଦ୍ଵାରା କେତେ ବର୍ଷ ପର୍ଯ୍ୟନ୍ତ ଦୁହେଁ କଥାବାର୍ତ୍ତା ହୋଇନଥିଲେ କିନ୍ତୁ ଆଉ କିଛି ବର୍ଷ ପରେ ଦୁହେଁ ଏକ ବିଜ୍ଞାପନରେ ସାଙ୍ଗରେ କାମ କରିଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ପୁଣିଥରେ ବନ୍ଧୁତ୍ଵ ଗଢ଼ି ଉଠିଥିଲା । କେବଳ ଏତିକି ନୁହେଁ ରଣବୀର କପୂର ଦୀପିକା ପାଦୁକୋନଙ୍କ ସ୍ଵାମୀ ରଣବୀର ସିଂହଙ୍କର ଜଣେ ଭଲ ସାଙ୍ଗ ମଧ୍ୟ ଅଟନ୍ତି ।

Leave a Reply

Your email address will not be published. Required fields are marked *