ଡ୍ରଗ୍ସ ମାମଲା:- ଡ୍ରଗ୍ସ ଚାଟ୍ ପ୍ରସଙ୍ଗକୁ ସ୍ଵୀକାର କରିଛନ୍ତି ଦୀପିକା, ସାରା ଏବଂ ଶ୍ରଦ୍ଧାଙ୍କୁ NCBର ପଚରାଉଚରା ଶେଷ ହୋଇଛି !

ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ସ ସଂଯୋଗ ଆସିବା ପରଠାରୁ ଅନେକ ବଡ଼ ବଡ଼ ଷ୍ଟାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ସାମ୍ନାରେ ଅଛନ୍ତି । ଡ୍ରଗ୍ସ ମାମଲାରେ ଦୀପିକା ପାଦୁକୋନ, ସାରା ଅଲି ଖାନ୍, ରକୁଲପ୍ରୀତ ସିଂଙ୍କ ଭଳି ଅଭିନେତ୍ରୀଙ୍କ ନାମ ଆଗକୁ ଆସିଛି । ଏହା ପରେ, ଏନସିବି ଏହାର ତଦନ୍ତକୁ ତ୍ୱରାନ୍ୱିତ କରିଛି । ଏହି ସଂପର୍କରେ ଶୁକ୍ରବାର ରକୁଲପ୍ରୀତଙ୍କୁ ପଚରାଉଚରା କରାଯାଇଥିଲା । ସେ ଡ୍ରଗ୍ସ ନେବା କଥା ମନା କରଛନ୍ତି କିନ୍ତୁ ରିୟାଙ୍କ ସହ ଡ୍ରଗ୍ସ ଚାଟକୁ ସ୍ୱୀକାର କରିଛନ୍ତି । ଅଭିନେତ୍ରୀ କହିଥିଲେ କି ଡ୍ରଗ୍ସ ତାଙ୍କ ଘରେ ଥିଲା କିନ୍ତୁ ରିୟା ରଖିଥିଲେ । ଏଥି ସହ ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଛି । ଏହି ମଧ୍ୟରେ ଦୀପିକା ଏବଂ ଶ୍ରଦ୍ଧାଙ୍କୁ ଏଜେନ୍ସି କାର୍ଯ୍ୟାଳୟରେ ପଚରାଉଚରା କରାଯାଉଛି । ସାରା ଅଲି ଖାନ୍ ମଧ୍ୟ ବ୍ୟୁରୋ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।

* ଦୀପିକା ସ୍ୱୀକାର କରିଛନ୍ତି ଡ୍ରଗ୍ସ ଚାଟର କଥା

ଦୀପିକା ପାଦୁକୋନ ଏନସିବି ସାମ୍ନାରେ ଡ୍ରଗ୍ସ ଚାଟକୁ ସ୍ୱୀକାର କରିଛନ୍ତି । ସୂଚନାନୁସାରେ, ସେ କହିଛନ୍ତି ଯେ ଏହି ଚାଟରେ ତାଙ୍କ ସର୍କଲରେ ଡୁବ୍ ମଗାଯାଉଥିଲା । ଡୁବର ଅର୍ଥ ହେଉଛି ଲୋଡ୍ ଥିବା ସିଗାରେଟ୍ ଯାହାକୁ ସେମାନେ ପିଉଥିଲେ । ତେବେ ସେ ବ୍ୟୁରୋର ଅନେକ ପ୍ରଶ୍ନରେ ଚୁପ୍ ରହିଛନ୍ତି ।

* ପୁଣିଥରେ ଏନସିବି ସମ୍ମୁଖରେ ହାଜର ହୋଇଥିଲେ ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶ

ଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଏକ ନିଶା ନିବାରଣ ମାମଲାରେ ଶନିବାରକୁ ବୟାନ ଦେବା ପାଇଁ ଅଭିନେତ୍ରୀ ଦୀପିକା ପାଦୁକୋନ ଦକ୍ଷିଣ ମୁମ୍ବାଇର ଏନସିବି ଗେଷ୍ଟ ହାଉସରେ ପହଞ୍ଚିବା ପରେ ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ମଧ୍ୟ ପଚରାଉଚରା ପାଇଁ ସେଠାରେ ପହଁଞ୍ଚିଥିଲେ । ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ପ୍ରକାଶଙ୍କୁ ଶୁକ୍ରବାର ଦିନ ପ୍ରାୟ ସାତ ଘଣ୍ଟା ଧରି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପଚରାଉଚରା କରିଥିଲା । ଅଧିକାରୀ କହିଛନ୍ତି ଯେ ସକାଳ ୧୧ ଟା ପୂର୍ବରୁ ପ୍ରକାଶ ଏନସିବି ଗେଷ୍ଟ ହାଉସରେ ପହଞ୍ଚିଥିଲେ । ଦୀପିକା ସକାଳ ପ୍ରାୟ ୯.୫୦ ସମୟରେ ସେଠାରେ ପହଞ୍ଚିଥିଲେ ।

* ଦୀପିକା ସନ୍ତୋଷଜନକ ଉତ୍ତର ଦେଇନଥିଲେ

ଏନସିବି କାର୍ଯ୍ୟାଳୟରେ ଦୀପିକା ଏବଂ କରିସ୍ମାଙ୍କୁ ମୁହାଁମୁହିଁ ବସାଇ ପଚରାଉଚରା କରାଯାଉଛି । ସୂଚନାନୁସାରେ, ଦୀପିକା ଅନେକ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇନାହାଁନ୍ତି ।

* ଏନସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ସାରା ଅଲି ଖାନ୍

ସାରା ଅଲି ଖାନ୍ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଏନସିବି ଡ୍ରଗ୍ସ ମାମଲାରେ ତାଙ୍କୁ ପଚରାଉଚରା କରିବ । ଏଥି ସହିତ ଦୀପିକା ଏବଂ ଶ୍ରଦ୍ଧାଙ୍କୁ ବ୍ୟୁରୋର ପଚରାଉଚରା ଜାରି ରହିଛି ।

* ଶ୍ରଦ୍ଧା କପୁର ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ

ଦୀପିକାଙ୍କ ପରେ ଶ୍ରଦ୍ଧା କପୁର ମଧ୍ୟ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଡ୍ରଗ୍ସ ମାମଲାରେ ଏନସିବି ତାଙ୍କୁ ପଚରାଉଚରା କରିବ ।

* ଆଇନଗତ ଦଳରୁ ପରାମର୍ଶ ନେଉଛନ୍ତି ସାରା

ସାରା ଅଲି ଖାନ୍ ତାଙ୍କ ଆଇନଗତ ଦଳରୁ ପରାମର୍ଶ ଲୋଡିଛନ୍ତି । ସେ ତାଙ୍କ ମାଁ ଅମୃତା ସିଂଙ୍କ ସହ ଆଇନ ଦଳ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପରାମର୍ଶ ନେଉଛନ୍ତି ।

* ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ କରିସ୍ମା ପ୍ରକାଶ

ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଶୁକ୍ରବାର ତାଙ୍କୁ ବ୍ୟୁରୋ ମଧ୍ୟ ପଚରାଉଚରା କରିଥିଲା । ଆଜି ଦୀପିକାଙ୍କ ସାମ୍ନାରେ ବସାଇ ତାଙ୍କୁ ପଚରାଉଚରା କରାଯାଇପାରେ ।

* ଦୀପିକାଙ୍କ ସହ ପଚରାଉଚରା ଆରମ୍ଭ ହୋଇଥିଲା

ଦୀପିକା ପାଦୁକୋନଙ୍କୁ ଏନସିବି କାର୍ଯ୍ୟାଳୟରେ ପଚରାଉଚରା କାଯ୍ୟ ଆରମ୍ଭ ହୋଇସାରିଛି । ତାଙ୍କୁ ପାଞ୍ଚ ଜଣିଆ ଏନସିବି ଦଳ ପଚରାଉଚରା କରୁଛନ୍ତି । ତାଙ୍କ ଫୋନକୁ ଏଜେନ୍ସି ନିଜ ପାଖରେ ରଖିଛି । ବିଶ୍ୱାସ କରାଯାଉଛି ଯେ ଦୀପିକା ଏବଂ ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ମୁହାଁମୁହିଁ ବସାଇ ପ୍ରଶ୍ନ କରାଯାଇପାରେ ।

* ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଦୀପିକା ପାଦୁକୋନ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଏସଆଇଟି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ତାଙ୍କୁ ଏନସିବି ଡ୍ରଗ୍ସ ମାମଲାରେ ସମନ ଦେଇ ପଚରାଉଚରା ପାଇଁ ଡକାଇଛି । ନିକଟରେ ଦୀପିକା ଏବଂ କରିସ୍ମାଙ୍କ ଡ୍ରଗ୍ସ ଚାଟ୍ ଭାଇରାଲ ହୋଇଥିଲା । ଚାଟରେ ଦୀପିକା ଡ୍ରଗ୍ସକୁ ନେଇ କଥାବାର୍ତ୍ତା ହେଉଥିଲେ ।

Be the first to comment

Leave a Reply

Your email address will not be published.


*